PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

‘ଆରଟିଆଇ’ରେ ଆବେଦନ କରିଥିବା ବ୍ୟକ୍ତିଙ୍କୁ ଆୟକର ବିଭାଗ ପଠାଇଲାଣି ୩୦୦୦ ଚିଠି ଓ ୫୦ଟି ଇ-ମେଲ୍

ଇନ୍ଦୋର ୧୧।୩:  ଦେଶର ସବୁଠାରୁ ବଡ଼ ଟିକସ ଖିଲାପକାରୀମାନଙ୍କର ତଥ୍ୟ ସଂଗ୍ରହ ଲାଗି ସୂଚନା ଅଧିକାରରେ ଆବେଦନ କରିଥିବା ଜଣେ ସାମାଜିକ କର୍ମୀ ଆୟକର ବିଭାଗରୁ ଉତ୍ତର ବାବଦରେ ଗତ ବର୍ଷ ହେବ ପ୍ରାୟ ୩୦ ହଜାରରୁ ଅଧିକ ଚିଠି ଓ ୫୦ଟି ଇମେଲ୍ ପାଇଛନ୍ତି।

ନୀମୁଚ ବାସିନ୍ଦା ଚନ୍ଦ୍ରଶେଖର ଗୈାଡ଼ ଗତବର୍ଷ ଫେବ୍ରୁଆରି ୨୫ ତାରିଖରେ ଅନଲାଇନରେ ଅନୁସନ୍ଧାନ ଫାଇଲ୍ କରିଥିଲେ। ଦେଶର ସବୁଠୁ ବଡ଼ ୫୦ଟି ଟିକସଖିଲାପକାରୀଙ୍କ ତାଲିକା ସହ ଗତ ୧୦ ବର୍ଷ ମଧ୍ୟରେ ଆଦୈା ପ୍ରତ୍ୟକ୍ଷ କର ଦେଇନଥିବା ବ୍ୟକ୍ତିମାନଙ୍କର ସବିଶେଷ ବିବରଣୀ ଯୋଗାଇ ଦେବାକୁ ସେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସନକୁ କହିଥିଲେ।

ସେମାନେ ମୋ ନିକଟକୁ ଏକାସହିତ ଉତ୍ତର ପଠାଇବା ବଦଳରେ ମୋ ଆବେଦନ ପତ୍ରକୁ ସମଗ୍ର ଭାରତରେ ଥିବା ଆୟକର ବିଭାଗକୁ ପଠାଇଦେଲେ। ଏହି ଆୟକର କାର୍ଯ୍ୟାଳୟଗୁଡ଼ିକ ଗତ ବର୍ଷିକ ମଧ୍ୟରେ ମୋ ନିକଟକୁ ୩୦୦ରୁ ଅଧିକ ଚିଠି ଓ ୫୦ ଇ-ମେଲ୍ ପଠାଇସାରିଲେଣି।

ସମ୍ବନ୍ଧିତ ଖବର