ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ମଧ୍ୟପ୍ରଦେଶରେ ମହାଘୋଟାଲା, ୪ ଲିଟର ରଙ୍ଗ ବୋଳିବାକୁ ଲାଗିଲେ ୧୬୮ ଶ୍ରମିକଙ୍କ ସହ ୬୫ ମିସ୍ତ୍ରୀ

Published By : Harapriya Sethi | July 5, 2025 10:32 AM

ଶହଡୋଲ,୦୫/୦୭ : ମଧ୍ୟପ୍ରଦେଶରେ ମହାଘୋଟାଲା । ସୀମା ଟପିଲା ରଙ୍ଗ କାମରେ ମହା ଦୁର୍ନୀତି। ୪ ଲିଟର ରଙ୍ଗ ବୋଳିବାକୁ ଲାଗିଲେ ୧୬୮ ଶ୍ରମିକଙ୍କ ସହ ୬୫ ମିସ୍ତ୍ରୀ ।  ଶହଡୋଲରେ ଏକ ହାଇସ୍କୁଲ୍‌ରେ ଘଟିଛି ଏଭଳି ଅଜବ ଘଟଣା । ଆଉ ବିଲ୍ ଦେଖିଲେ ଆପଣଙ୍କର ଉଡ଼ିଯିବ ହୋସ୍ । ଏହି ରଙ୍ଗ କାମ ପାଇଁ ୧.୦୬ ଲକ୍ଷ ଟଙ୍କାର ବିଲ୍ ହୋଇଛି । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି । ଏହି ବିଲ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଖୋଦ୍ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁର କରିଛନ୍ତି । 

ସୂଚନାନୁଯାୟୀ, ମଧ୍ୟପ୍ରଦେଶ ଶହଡୋଲ ଜିଲ୍ଲାର ଏକ ସରକାରୀ ହାଇସ୍କୁଲରେ ରଙ୍ଗ କାମ ହେଉଥିଲା । ଆଉ ଏହି ଐତିହାସିକ ରଙ୍ଗ କାମରେ ୧୬୮ ଜଣ ଶ୍ରମିକଙ୍କ ସହ ୬୫ ମିସ୍ତ୍ରୀ କାମ କରିଥିଲେ । ମୋଟାମୋଟି ଭାବେ ୨୩୩ ଜଣ ଏହି ରଙ୍ଗ କାମରେ ଲାଗିଥିଲେ । ଏବେ ଏହି କାମର ବିଲ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସ୍କୁଲ୍ କାନ୍ଥରେ ୪ ଲିଟର ରଙ୍ଗ ବୋଳିବାକୁ ୧ ଲକ୍ଷ ୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଆଶ୍ଚର୍ଯ୍ୟର କଥା ଯେ, ଏହି ବିଲ୍‌କୁ ଖୋଦ୍ ଶିକ୍ଷା ବିଭାଗର ଜିଲ୍ଲା ଅଧିକାରୀ ମଞ୍ଜୁର କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ସତରେ ୪ ଲିଟର ରଙ୍ଗ ବୋଳିବାକୁ ୨୩୩ ଜଣ ଲାଗିଥିଲେ ? ନା ଏମପି ସ୍କୁଲରେ ରଙ୍ଗବୋଳା କାମରେ ହୋଇଥିଲା ମହାଘୋଟାଲା। ଏହି ଘଟଣାରେ ଏବେ ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲ ସିଂହ ମାରପାଚୀ ପ୍ରତିକ୍ରିୟା ଦେଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ସେ କହିଛନ୍ତି ଯେ, ସୋସିଆଲ ମିଡିଆ ମାଧ୍ୟମରେ ଏବିଷୟରେ ଜାଣିବାକୁ ପାଇଲେ। ଏହାର ଯାଞ୍ଚ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶହଡୋଲର ଏହି ହାଇସ୍କୁଲ ଏବେ ନିଜର ଚମକଦାର କାନ୍ଥ ବ୍ୟତୀତ ଅଜବ ବିଲ୍ ପାଇଁ ଚର୍ଚ୍ଚାରେ ରହିଛି। ଏହି ରଙ୍ଗ କାମ ପଛରେ ମହାଦୁର୍ନୀତିର ଗନ୍ଧ ଆସୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.