ନୂଆଦିଲ୍ଲୀ,୦୭/୦୧: ଫିଲିପାଇନ୍ସରେ ଭୂକମ୍ପ ଝଟକା । ବୁଧବାର ସକାଳେ ଫିଲିପାଇନ୍ସରେ ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୭ ରେକର୍ଡ କରାଯାଇଛି । ତେବେ ଏହାକୁ ନେଇ କୌଣସି ସୁନାମି ସତର୍କତା ଜାରି କରାଯାଇନାହିଁ ।

ରିପୋର୍ଟ ଅନୁସାରେ, ବୁଧବାର ସକାଳେ ଫିଲିପାଇନ୍ସରେ ଝଟକା ଅନୁଭୂତ ହୋଇଥିଲା । ଏନେଇ କିଛି ଘର ଏବଂ କୋଠା କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଭୟରେ ଲୋକେ ଘରୁ ବାହାରି ପଡିଥିଲେ। ତେବେ କେହି ମୃତାହତ ହୋଇଛନ୍ତି ନା ନାହିଁ ସେନେଇ କୌଣସି ସୂଚନା ମିଳିପାରି ନାହିଁ ।ଡିସେମ୍ବର ୨୭ ତାରିଖରେ ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ କରାଯାଇଥିଲା । ଭୂମିକମ୍ପର ତୀବ୍ରତା ଏତେ ଅଧିକ ଯେ, ବଡ଼ ବଡ଼ ଅଟ୍ଟାଳିକା ଦୋହଲିଯାଇଥିଲା । ତାଇୱାନର କେନ୍ଦ୍ରୀୟ ପାଣିପାଗ ସଂସ୍ଥା ଅନୁଯାୟୀ, ସେହିପରି ଶନିବାର ରାତିରେ ତାଇୱାନର ଉତ୍ତର-ପୂର୍ବ ଉପକୂଳବର୍ତ୍ତୀ ସହର ୟିଲାନରେ ଏକ ଶକ୍ତିଶାଳୀ ଭୂମିକମ୍ପର ଝଟକା ଲାଗିଛି ।ରଏଟର୍ସ ଅନୁଯାୟୀ, ତାଇୱାନର ଜାତୀୟ ଅଗ୍ନିଶମ ସଂସ୍ଥା କହିଛି ଯେ ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିଥିଲା ।