ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ପ୍ରୟାଗରାଜ ମହାକୁମ୍ଭ; ଦଳାଚକଟା ଘଟଣା ପରେ ୫ଟି ନିୟମରେ ପରିବର୍ତ୍ତନ

Published By : Anindita | January 30, 2025 11:38 AM

ନୂଆଦିଲ୍ଲୀ, ୩୦/୦୧:  ପ୍ରୟାଗରାଜ ମହାକୁମ୍ଭରେ ଦଳଚକଟା ଘଟଣା ପରେ ପ୍ରଶାସନର ବଡ଼ ପଦକ୍ଷେପ । ଯେଉଁଥିରେ ମେଳା କ୍ଷେତ୍ରରେ ୫ଟି  ବଡ଼ ପରିବର୍ତ୍ତନ ଲାଗୁ କରାଯାଇଛି  । ଏହା ସହିତ ମହାକୁମ୍ଭରେ ଯାନବାହନ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଯେଉଁଥିରେ କୌଣସି ବି ପ୍ରକାର ଗାଡ଼ି ମେଳାକୁ ପ୍ରବେଶ କରିପାରିବା ନାହିଁ।କେବଳ ଏତିକି ନୁହେଁ, VVIP ପାସ୍ ଏବଂ ଟ୍ରାଫିକ୍ ସମ୍ବନ୍ଧରେ ମଧ୍ୟ ପରିବର୍ତ୍ତନ କରାଯାଇଛି | 

ମହାକୁମ୍ବରେ ଦଳାଚକଟା ଘଟଣା ଘଟିବା ପରେ ଭକ୍ତଙ୍କ ସୁବିଧା ତଥା ନିରାପତ୍ତାକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଠୋର ନିର୍ଦ୍ଦେଶକୁ ଅନୁସରଣ କରି ପୋଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବର୍ତ୍ତମାନ ଏହି ପରିବର୍ତ୍ତନଗୁଡିକକୁ ଦୃଷ୍ଟିରେ ରଖି ବସନ୍ତ ପଞ୍ଚମୀରେ ଅମୃତ ସ୍ନାନକୁ ଶାନ୍ତି ଶୃଙ୍ଖଳାର ସହ ତୁଲାଇବା ପୋଲିସ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଅଟେ । 

ମହାକୁମ୍ଭରେ କରାଯାଇଥିବା ୫ ବଡ଼ ପରିବର୍ତ୍ତନ 

୧. ମହାକୁମ୍ଭରେ ସଂପୂର୍ଣ୍ଣ ଭାବରେ ଯାନବାହନ ନିଷେଧ କରାଯାଇଛି। ଯେଉଁଥିରେ ସମସ୍ତ ପ୍ରକାର ଯାନକୁ ମେଳା ଭିତରକୁ ପ୍ରବେଶ ଉପରେ ବାରଣ କରାଯିବ।

୨. ସେହିପରି VVIP ପାସ୍ ଗୁଡିକ ମଧ୍ୟ ମେଳାପ୍ରଶାସନ ତରଫରୁ ବାତିଲ୍ କରାଯାଇଛି । କୌଣସି ବିଶେଷ ପାସ୍ ମାଧ୍ୟମରେ ଯାନବାହାନକୁ ମେଳାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ।

୩. ମେଳା ଅଞ୍ଚଳରେ ରାସ୍ତାକୁ ଓ୍ବାନ୍ ଓ୍ବେ କରାଯାଇଛି । ଭକ୍ତଙ୍କ ସହଜ ଯିବା ଆସିବା ପାଇଁ ଓ୍ବାନ୍ ଓ୍ବେ  ବ୍ୟବସ୍ଥା ଲାଗୁ କରାଯାଇଛି। ଯେଉଁଥିରେ ଭକ୍ତମାନେ ଗୋଟିଏ ମାର୍ଗରୁ ପ୍ରବେଶ କରିବେ ଏବଂ ଆଉ ଏକ ମାର୍ଗରୁ ବାହାରକୁ ଆସିପାରିବେ । 

୪. ଯାନବାହାନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଜିଲ୍ଲା ସୀମାରେ ପ୍ରୟାଗରାଜ ନିକଟବର୍ତ୍ତୀ ଜିଲ୍ଲାରୁ ଆସୁଥିବା ଯାନବାହନ ଚଳାଚଳ ବନ୍ଦ ରହିଛି।

୫. ଫେବୃଆରୀ ୪ରେ ବସନ୍ତ ପଞ୍ଚମୀ ସ୍ନାନ ଶେଷ ହେବା ପର୍ଯ୍ୟନ୍ତ କଡା ପ୍ରତିବନ୍ଧକ ଲାଗୁ ହେବ। ସହରରେ ଚାରି ଚକିଆ ଯାନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଯାଇଛି । 

ତେବେ ଦଳାଚକଟା ଘଟଣା ପରେ ପ୍ରଶାସନ ଏବେ  ବେପରୁଆ ମନୋଭାବରେ ନାହିଁ। ତେଣୁ ଏହି କଡା ନିୟମ ଲାଗୁ କରାଯାଇଛି। ପ୍ରଶାସନ କହିଛି ଯେ ଏହି ପରିବର୍ତ୍ତନଗୁଡ଼ିକର ଉଦ୍ଦେଶ୍ୟ ହେଉଛି କୁମ୍ଭମେଳାରେ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା। ଭକ୍ତମାନଙ୍କୁ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ଏବଂ କୌଣସି ପ୍ରକାର ବିଶୃଙ୍ଖଳାକୁ ଏଡ଼ାଇବାରେ ସହଯୋଗ କରିବାକୁ ଆବେଦନ କରାଯାଇଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.