PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଲକାତା :ପଶ୍ଚିମବଙ୍ଗ ବିଜେପି ନେତାଙ୍କ ଅଭିଯୋଗ, ରାଜ୍ୟରେ ମମତା ବାନାର୍ଜି ଓ ଶୁଭେନ୍ଦୁ ଅଧିକାରୀଙ୍କ ଭିତରେ ହୋଇଛି ଗୁପ୍ତ ବୁଝାମଣା…
  • ||
  • ନୟାଗଡ଼ : ମାର୍ବଲ ବୋଝେଇ ଟ୍ରକ୍ ପଛକୁ ପିଟିଲା ମାଣିକେଶ୍ଵରୀ ବସ୍ : ଜଣେ ମୃତ,୫ ଗୁରୁତର
  • ||
  • ଭୁବନେଶ୍ୱର: ଆଜି ପଛୁଆ ବର୍ଗର ଭାରତ ବନ୍ଦ ଡାକରା, ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଏବେ ଉତ୍ତର ପୂର୍ବରୁ ପବନ ବହୁଥିବାରୁ କମିବ ଶୀତ, ୩ ତାରିଖରୁ ପ୍ରବଳ ଶୀତ: ୫.୬ ଡିଗ୍ରୀରେ ଥରୁଛି ସିମିଳିଗୁଡ଼ା
  • ||

ଷ୍ଟାର କିରଣରେ ମହାବାହୁ ସିନେମାର ୱାର୍ଲଡ ଟେଲିଭିଜନ ପ୍ରିମିୟର, ରବିବାର ସଂଧ୍ୟାରେ ଦେଖିପାରିବେ ଦର୍ଶକ

ଭୁବନେଶ୍ୱର,୨୪/୦୯: ଷ୍ଟାର କିରଣରେ ଏହି ରବିବାର ସଂଧ୍ୟା ୬ଟାରେ ମହାବାହୁ ଚଳଚ୍ଚିତ୍ରର ୱାର୍ଲଡ ଟେଲିଭିଜନ ପ୍ରିମିୟର (ଡବ୍ଲ୍ୟୁଟିପି) ପ୍ରସାରିତ ହେବ । ଅଭିନେତା ଆକାଶ ଦାସ ନାୟକ ଏବଂ ପୁନମ ମିଶ୍ର ଏଥିରେ ନାୟକ ଏବଂ ନାୟିକା ଭୂମିକା ଅଭିନୟ କରିଛନ୍ତି । ଏହା ଏକ ପାରିବାରିକ ମନୋରଞ୍ଜନ ଭିତ୍ତିକ ଚଳଚିତ୍ର । ମହାବାହୁ ହେଉଛି ପ୍ରତିକୂଳ ପରିସ୍ଥିତିରେ ଅବିଶ୍ୱାସ ବିରୋଧରେ ବିଶ୍ୱାସର ଆଭ୍ୟନ୍ତରୀଣ ଯୁଦ୍ଧର କାହାଣୀ ।

ଶୁଭମ ଚରିତ୍ରରେ ଆକାଶ ଦାସ ନାୟକ ଜଣେ ଶିଳ୍ପପତି ଏବଂ ସେ ତାଙ୍କ ଜୀବନରେ ସଫଳ । ଯେତେବେଳେ ହଠାତ ସେ ତାଙ୍କ ମସ୍ତିଷ୍କରେ ଏକ ଟ୍ୟୁମର ବିଷୟରେ ଜାଣିଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖି ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ସମସ୍ତ ବିଶ୍ୱାସ ହରାଇଲେ । ଏହା ପରେ ଜଗନ୍ନାଥଙ୍କ ଉପରେ ତାଙ୍କର ହଜି ଯାଇଥିବା ବିଶ୍ୱାସ କିଭଳି ପୁନଃ ସ୍ଥାପିତ ହେଲା ଏହି ଚଳଚ୍ଚିତ୍ର ଅନୁସନ୍ଧାନ କରେ । ରବିବାର ସଂଧ୍ୟା ୬ଟାରେ ଦର୍ଶକ ଏହାକୁ ଦେଖିବାକୁ ଚ୍ୟାନେଲ ପକ୍ଷରୁ ସୂଚନା ରହିଛି ।

ସମ୍ବନ୍ଧିତ ଖବର