PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ଆଜି କଟକ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ୍‌ ଟିମ୍‌, ମୁଣ୍ଡୁଳୀଠାରୁ ବିରୂପା ପର୍ଯ୍ୟନ୍ତ ବୁଲିବେ

କଟକ,୨୬/୦୫: ମହାନଦୀରେ ଜଳପ୍ରବାହର ସ୍ଥିତି ଅନୁଧ୍ୟାନ ପାଇଁ ଶୁକ୍ରବାର କଟକରେ ପରିଦର୍ଶନ କରିବେ ମହାନଦୀ ଟ୍ରିବ୍ୟୁନାଲ୍‌ ଟିମ୍‌ । ଟ୍ରିବ୍ୟୁନାଲ୍‌ ସଦସ୍ୟମାନେ ମୁଣ୍ଡଳୀଠାରୁ ଗସ୍ତ ଆରମ୍ଭ କରିବେ ବୋଲି ଜଣାପଡ଼ିଛି । ପରେ ନରାଜ, ଯୋବ୍ରା ବ୍ୟାରେଜ୍‌ ଦେଇ ବିରୂପା ବ୍ୟାରେଜ୍‌ ପର୍ଯ୍ୟନ୍ତ ଯିବେ । ଏହି ଅବସରରେ ବିଭିନ୍ନ ସ୍ଥାନରେ ମହାନଦୀର ଜଳସ୍ଥିତି ଯାଞ୍ଚ୍‌ କରାଯିବ । ଯାଞ୍ଚ୍‌ ଅନୁସାରେ ଟ୍ରିବ୍ୟୁନାଲର ଏହି ଟିମ୍‌ ଯେଉଁ ରିପୋର୍ଟ ଦେବେ ତା’ ଉପରେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ଆବଣ୍ଟନର ଭାଗ୍ୟ ନିର୍ଭର କରୁଛି । ଅନ୍ୟପକ୍ଷରେ ଟ୍ରିବ୍ୟୁନାଲ ବୈଷୟିକ ଟିମ୍‌ ସଦସ୍ୟଙ୍କ ଏହି ଗସ୍ତକୁ ସମ୍ପୂର୍ଣ୍ଣ କଟକଣା ଭିତରେ ରଖାଯାଇଛି । ଜିଲ୍ଲାପାଳ ଏବଂ ଡିସିପିଙ୍କୁ ବାଦ୍‌ଦେଲେ ରାଜ୍ୟର ଅନ୍ୟ କୌଣସି ଅଧିକାରୀ ଏହି ଗସ୍ତରେ ସାମିଲ୍‌ ହେବେ ନାହିଁ ।

ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଛିତଶଗଡ଼ରେ ବ୍ୟାରେଜ୍‌ ହେବା ଫଳରେ ମହାନଦୀ ଉପରେ ଏହାର ପ୍ରକୃତ ପ୍ରଭାବ କ’ଣ ତାହା ତଳମୁଣ୍ଡରୁ ହିଁ ସ୍ପଷ୍ଟ ଦେଖାଯିବ । ଅର୍ଥାତ ମୁଣ୍ଡୁଳୀଠାରୁ ଯେତିକି ତଳକୁତଳ ଟ୍ରିବ୍ୟୁନାଲ କମିଟିର ସଦସ୍ୟମାନେ ଗସ୍ତ କରିବେ ସେମାନଙ୍କୁ ମହାନଦୀର ସେତିକି ସେତିକି ବିକଳ ଚିତ୍ର ଦେଖିବାକୁ ମିଳିବ । କାରଣ ମହାନଦୀର ଅଧିକାଂଶ ସ୍ଥାନରେ ଜଳପ୍ରବାହ ଏକରକମ ବନ୍ଦ ହୋଇଯାଇଛି । ମହାନଦୀର ମୁଖ୍ୟ ଶାଖାନଦୀ କାଠଯୋଡ଼ି ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଛି । ବର୍ତ୍ତମାନ ଯୋବ୍ରା ବ୍ୟାରେଜ୍‌ ନିକଟରେ ଏଭଳି ସ୍ଥିତି ଉପୁଜିଛି ଯେ ଧାନ ଫସଲକୁ ଛାଡ଼ିଦେଲେ ରବି ଋତୁରେ କେନାଲରେ ପାଣି ଛାଡ଼ିବା ସମ୍ଭବ ହେଉନାହିଁ । ଛତିଶଗଡ଼ରେ ବ୍ୟାରେଜ୍‌ ହେବା ପୂର୍ବରୁ ମହାନଦୀରେ କେବେ ଏଭଳି ସଙ୍କଟଜନକ ସ୍ଥିତି ଉପୁଜିନଥିଲା ।

ସମ୍ବନ୍ଧିତ ଖବର