ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ମହାନଦୀ ଜଳ ବିବାଦ: ଆପୋସ ସମାଧାନ ପାଇଁ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଅଗଷ୍ଟ ୨ରେ ପରବର୍ତ୍ତୀ ଶୁଣାଣି

Published By : Prameya | July 18, 2025 11:10 AM

ନୂଆଦିଲ୍ଲୀ,୧୮/୦୭: ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଆପୋସ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି । ଖୁବ୍‌ଶୀଘ୍ର ଉଭୟ ରାଜ୍ୟର ସଚିବସ୍ତରରେ ମଧ୍ୟ ଆଲୋଚନା ହେବ । ମହାନଦୀ ଜଳ ବିବାଦ  ଟ୍ରିବ୍ୟୁନାଲର ଅଧ୍ୟକ୍ଷା ବିଚାରପତି ବେଲା ଏମ୍‌ ତ୍ରିବେଦୀ ଓ ଅନ୍ୟ ଦୁଇ ଜଣ ସଦସ୍ୟାଙ୍କ ନିକଟରେ ଅନୁଷ୍ଠିତ ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ଆଡଭୋକେଟ୍‌ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏହା ଉଲ୍ଲେଖ କରିଛନ୍ତି ।  

ସେ କହିଲେ ଯେ ରାଜନୈତିକ ଓ ସଚିବସ୍ତରୀୟ ଆଲୋଚନା ମାଧ୍ୟମରେ ବହୁଦିନର ଏହି ବିବାଦକୁ ସମାଧାନ କରିବା ସକାଶେ ଉଭୟ ରାଜ୍ୟ ସରକାର ଚେଷ୍ଟା ଚଳାଇଛନ୍ତି । ସଚିବସ୍ତରୀୟ ଆଲୋଚନା ହେବା ପରେ ସେ ପ୍ରସଙ୍ଗର ଅଗ୍ରଗତି ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇବେ । ତେବେ ଛତିଶଗଡ ସରକାରଙ୍କ ବରିଷ୍ଠ ଆଡଭୋକେଟ୍‌ ଦର୍ଶାଇଥିଲେ ଯେ, ତାଙ୍କ ନିକଟରେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ନାହିଁ । ଉଭୟ ସରକାରଙ୍କ ପକ୍ଷ ଶୁଣିବା ପରେ ଟ୍ରିବ୍ୟୁନାଲ ଏହି ମାମଲାକୁ ଅଗଷ୍ଟ ୨ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଥିଲେ। ଏହାସହ  ମହାନଦୀ ଜଳ ବିବାଦ ମାମଲା ନେଇ ସାକ୍ଷୀମାନଙ୍କ ଏକ ନୂତନ ତାଲିକା ପ୍ରଦାନ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଟ୍ରିବ୍ୟୁନାଲ ସ୍ପଷ୍ଟ କଲେ ଯେ, ଯଦି ଆଲୋଚନା ମାଧ୍ୟମରେ ସମାଧାନର କୌଣସି  ରାସ୍ତା ନ ବାହାରେ, ତା’ହେଲେ ପୂର୍ବର ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯିବ ।  

ଉଲ୍ଲେଖଯୋଗ୍ୟ ଯେ ଗତ ଜାନୁୟାରୀ ୨୫ରେ ହୋଇଥିବା ଶୁଣାଣି ସମୟରେ ଶ୍ରୀ ଆଚାର୍ଯ୍ୟ  ଟ୍ରିବ୍ୟୁନାଲଙ୍କୁ କହିଥିଲେ ଯେ, ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଏହି ବିବାଦର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ନୂତନ  ଆଭିମୁଖ୍ୟ ଗ୍ରହଣ କରାଯାଇଛି । ପୂର୍ବର ବିଜେଡି  ସରକାରଙ୍କ ସମୟରେ ଏହି ବିବାଦର ସମାଧାନ  ପାଇଁ ବିଚାର ବିଭାଗୀୟ ପ୍ରକ୍ରିୟା ଉପରେ ବିଶେଷ  ଗୁରୁତ୍ୱ ଦିଆଯାଉଥିଲା, ଫଳରେ ମାମଲା ବର୍ଷ ବର୍ଷ ଧରି ପଡିରହିଥିଲା । ତେଣୁ ବର୍ତ୍ତମାନ ବିବାଦର  ସମାଧାନ ତ୍ୱରାନ୍ୱିତ ହେବ ବୋଲି ସେ ଆଶାପ୍ରକାଶ  କରିଛନ୍ତି । ଏଥିପାଇଁ ଶ୍ରୀ ଆଚାର୍ଯ୍ୟ ଟ୍ରିବ୍ୟୁନାଲଙ୍କ ଠାରୁ  ଅଧିକ ସମୟ ଲୋଡିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.