ପ୍ରମୁଖ ଖବର
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ସିନ୍ଦେ କ୍ୟାବିନେଟରେ ନିଜେ ସବୁଠାରୁ କମ୍‌ ଶିକ୍ଷାଗତ ଯୋଗ୍ୟତା ଥିବା ମନ୍ତ୍ରୀ, ୫୦ରୁ କମ୍‌ ବୟସର ଜଣେ ମନ୍ତ୍ରୀ

ମୁମ୍ୱାଇ: ଦୀର୍ଘ ୪୦ ଦିନ ପରେ ଶେଷରେ ମହାରାଷ୍ଟ୍ରରେ ସିନ୍ଦେ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହୋଇଛି। ସମସ୍ତ କ୍ୟାବିନେଟ ମନ୍ତ୍ରୀ ମଙ୍ଗଳବାର ଶପଥ ନେଇଛନ୍ତି। ନୂଆ କ୍ୟାବିନେଟରେ ୯ ମନ୍ତ୍ରୀ ଶିବସେନାରୁ ହୋଇଥିବା ବେଳେ ଅନ୍ୟ ୯ ମନ୍ତ୍ରୀ ବିଜେପିରୁ ହୋଇଛନ୍ତି। ଏହାକୁ ମିଶାଇ ସିନ୍ଦେ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୨୦ ହୋଇଛି। ଏହାରି ଭିତରେ ସିନ୍ଦେଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବଡ଼ କଥା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କ୍ୟାବିନେଟ ମନ୍ତ୍ରୀମାନଙ୍କ ତୁଳନାରେ କମ୍‌ ଶିକ୍ଷାଗତ ଯୋଗ୍ୟତା ରହିଛି। ସେହିଭଳି ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ କ୍ୟାବିନେଟର ସବୁଠାରୁ କମ୍‌ ବୟସର ସାମିଲ ହୋଇଥିବା ମନ୍ତ୍ରୀ। 

ନୂଆ କ୍ୟାବିନେଟ ମନ୍ତ୍ରୀଙ୍କ ହାରାହାରି ବୟସ ୫୯.୫ ବୋଲି ଜଣା ପଡ଼ଛି। ରତ୍ନଗିରି ବିଧାନସଭା ଆସନରେ ଶିବସେନାର ବିଧାୟକ ରହିଥିବା ଉଦୟ ସାମନ୍ତ କ୍ୟାବିନେଟର ସବୁଠାରୁ କମ୍‌ ବୟସର ମନ୍ତ୍ରୀ ହୋଇଛନ୍ତି। ୪୬ ବର୍ଷୀୟ ସାମନ୍ତ ନିଜେ ନିଜକୁ ନିର୍ବାଚନରେ ସମାଜସେବୀ ଓ କୃଷକ ବୋଲି କହିଥିଲେ। ସାମନ୍ତଙ୍କ ବ୍ୟତୀତ ଯୁବ ମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ରହିଛନ୍ତି। ତାଙ୍କର ଏବେ ୫୨ ବର୍ଷ ହୋଇଛି।

ଏକନାଥ ସିନ୍ଦେ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠାରୁ କମ୍ ଶିକ୍ଷା ଯୋଗ୍ୟତା ଥିବା ମନ୍ତ୍ରୀ ରହିଛନ୍ତି। କ୍ୟାବିନେଟର ଦୁଇଜଣ ମନ୍ତ୍ରୀ ମାତ୍ର ଦଶମ ପାସ୍‌ କରିଛି। ଏମାନଙ୍କ ମଧ୍ୟରେ ଏକନାଥ ସିନ୍ଦେ ଏବଂ ସନ୍ଦୀପନରାଓ ସାମିଲ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.