PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଦେବେନ୍ଦ୍ର ଫଡନବିସ୍‌ଙ୍କ ପାଖରେ ଗୃହ ଓ ଅର୍ଥ ମନ୍ତ୍ରାଳୟ , ମହାରାଷ୍ଟ୍ରରେ ଦୀର୍ଘ ଦିନର ପ୍ରତୀକ୍ଷା ପରେ ବିଭାଗ ବଣ୍ଟନ

ମୁମ୍ୱାଇ : ମହାରାଷ୍ଟ୍ରରେ ଦୀର୍ଘ ଦିନର ପ୍ରତୀକ୍ଷା ପରେ ସିନ୍ଦେ ସରକାରର ମନ୍ତ୍ରୀମଣ୍ଡଳରେ ବିଭାଗର ବଣ୍ଟନ ରବିବାର ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ MRDC ଓ ସହର ବିକାଶ ବିଭାଗର ଦାୟିତ୍ୱ ମିଳିଛି। ସେପଟେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ଙ୍କୁ ଗୃହ ଓ ଅର୍ଥ ମନ୍ତ୍ରାଳୟ ଦିଆଯାଇ ଥିବା ବେଳେ ଚନ୍ଦ୍ରକାନ୍ତ ପାଟିଲଙ୍କୁ ଉଚ୍ଚ ଓ ବୈଷୟିକ ଶିକ୍ଷା ବିଭାଗ , ସୁଧୀର ମୁଙ୍ଗଣ୍ଟିୱାରଙ୍କୁ ବନ ବିଭାଗର ଦାୟିତ୍ୱ ମିଳିଛି । ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କର ଅନୁମତି ପରେ ବିଭାଗ ଆବଣ୍ଟନର ଘୋଷଣା କରାଯାଇଛି ।

କହି ରଖୁଛୁ କୁ , ସିନ୍ଦେ କ୍ୟାବିନେଟ୍‌ରେ ୯ ଅଗଷ୍ଟରେ ମୋଟ ୧୮ଜଣ ମନ୍ତ୍ରୀ ଶପଥ ନେଇଥିଲେ । ଯେଉଁଥିରେ ବିଜେପି କୋଟାରୁ ୯ ଓ ସିନ୍ଦେ ଦଳରୁ ୯ ମନ୍ତ୍ରୀ ଥିଲେ । ମହାରାଷ୍ଟ୍ର ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ସଂଖ୍ୟା ୨୦ । ସିନ୍ଦେ କ୍ୟାବିନେଟ୍‌ ସଂପ୍ରସାରଣରେ କୌଣସି ମହିଳା ନେତାଙ୍କୁ ମନ୍ତ୍ରୀ କରାଯାଇ ନାହିଁ ।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମୁତାବିକ,  ସାଧାରଣ ପ୍ରଶାସନ , ସହରୀ ବିକାଶ , ସୂଚନା ଏବଂ ଟେକ୍ନୋଲୋଜି , ସୂଚନା ଏବଂ ଜନସଂପର୍କ , ଲୋକ ନିର୍ମାଣ (ସାର୍ବଜନିକ ପରିଯୋଜନା) , ପରିବହନ , ବିପଣନ , ସାମାଜିକ ନ୍ୟାୟ ଏବଂ ବିଶେଷ ସହାୟତା , ରିଲିଫ୍‌ ଏବଂ ଥଇଥାନ , ବିପର୍ଯ୍ୟୟ ପ୍ରବନ୍ଧନ , ମୃତ୍ତିକା ଓ ଜଳ ସଂରକ୍ଷଣ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଆଦି ସହ ଅନ୍ୟ ବିଭାଗ କୌଣସି ମନ୍ତ୍ରୀଙ୍କୁ ଆବଣ୍ଟନ କରାଯାଇ ନାହିଁ । ଏହାକୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହିଁ ତଦାରଖ କରିବେ ।

ସେପଟେ ଉପମୁଖ୍ୟମନ୍ତ୍ରୀ  ଦେବେନ୍ଦ୍ର ଫଜନବିସ୍‌ ଗୃହ , ଅର୍ଥ ଓ ଯୋଜନା , ଆଇନ୍‌ ଓ ନ୍ୟାୟ , ଜଳ ଉତ୍ସ ଓ ଲାଭଜନକ କ୍ଷେତ୍ର  ବିକାଶ , ଘର , ଶକ୍ତି ବିଭାଗର ଦାୟିତ୍ୱ ସମ୍ଭାଳିବେ ।

ସମ୍ବନ୍ଧିତ ଖବର