ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

‘First-rate’ ମହିଳା ଚାଷୀର ପୁଅକୁ ବିବାହ କରୁନାହାନ୍ତି, ବିଧାୟକଙ୍କ ମନ୍ତବ୍ୟକୁ ନେଇ ବିବାଦ

Published By : Tapas Panda | October 2, 2024 11:27 PM

Image Courtesy: theprint

ମୁମ୍ବାଇ: ମହାରାଷ୍ଟ୍ରର ସ୍ବାଧୀନ ବିଧାୟକ ଦେବେନ୍ଦ୍ର ଭୁୟାର ମହିଳାଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି । ଅମରାବତୀର ଏକ ଜନସଭାକୁ ସମ୍ବୋଧନ ଅବସରରେ ସେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ରାଜନୀତି ଜୋର ଧରିଛି । ଭୁୟାର ଜଣେ ସ୍ବାଧୀନ ବିଧାୟକ ହୋଇଥିବା ବେଳେ ସେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସମର୍ଥକ । ସେ କହିଛନ୍ତି ଯେ, ଜଣେ ଚାଷୀଙ୍କ ପୁଅ ନିଜ ପସନ୍ଦର କନିଆ ପାଉନାହାନ୍ତି । କାରଣ ସୁନ୍ଦରୀ ମହିଳା ଜଣେ ଭଲ ଚାକିରି କରିଥିବା ବ୍ୟକ୍ତିଙ୍କୁ ବାଛୁଛନ୍ତି । 

ବୁଧବାର ଅମରାବତୀରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧନ ଅବସରରେ ଭୁୟାର କହିଛନ୍ତି, ‘ଯଦି ଜଣେ ମହିଳା ସୁନ୍ଦରୀ ସେ ଆପଣ କିମ୍ବା ମୋ ଭଳି ଲୋକଙ୍କୁ ପସନ୍ଦ କରିବେ ନାହିଁ । ଚାକିରି କରିଥିବା ଲୋକଙ୍କୁ ସେ ପସନ୍ଦ କରିବେ ।’ ସେ ଏଭଳି ମହିଳାଙ୍କୁ ‘First Rate’ ଶ୍ରେଣୀରେ ସାମିଲ କରିଛନ୍ତି । ସେ ଆହୁରି କହିଛନ୍ତି, ସେକଣ୍ଡ ରେଟ୍‌ ମହିଳା ଛୋଟ ବ୍ୟବସାୟୀଙ୍କୁ ପସନ୍ଦ କରୁଛନ୍ତି ଏବଂ ଥାର୍ଡ ରେଟ୍‌ ମହିଳା ଚାଷୀର ପୁଅକୁ ବିବାହ କରୁଛନ୍ତି । 

ବିଧାୟକଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ମୁଣ୍ଡ ଟେକିଛି । ମହିଳା ଏବଂ ଚାଷୀକୂଳ ପ୍ରତି ଏହା ଅପମାନସୂଚକ ମନ୍ତବ୍ୟ ବୋଲି ବିରୋଧୀ ନେତା ଯୁକ୍ତି ବାଢ଼ିଛନ୍ତି । କଂଗ୍ରେସ ନେତ୍ରୀ ଏବଂ ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତୀ ଠାକୁର କହିଛନ୍ତି ଯେ, ମହିଳାଙ୍କୁ ଏଭଳି ଶ୍ରେଣୀଭୁକ୍ତ କରିବା ଗ୍ରହଣୀୟ ନୁହେଁ । ଅଜିତ ପାଓ୍ବାର ଏବଂ ଯେଉଁମାନେ ଶାସନରେ ଅଛନ୍ତି ସେମାନେ ସେମାନଙ୍କ ବିଧାୟକଙ୍କୁ ନିୟନ୍ତ୍ରଣରେ ରଖିବା ଦରକାର ବୋଲି ସେ କହିଛନ୍ତି । ସେପଟେ ସମାଲୋଚନା ପରେ ଭୁୟାରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.