ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ନିର୍ବାଚନ ବେଳେ କଣ୍ଟେନରରୁ ୧୦ ହଜାର କେଜି ରୁପା ଇଟା ଜବତ, ବଜାର ମୂଲ୍ୟ ୯୪ କୋଟିରୁ ଅଧିକ

Published By : Harapriya Biswal | November 20, 2024 5:12 PM

ମୁମ୍ବାଇ,୨୦।୧୧: ମହାରାଷ୍ଟ୍ରରେ ଚାଲିଛି ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି  ପୋଲିସ ଯାଞ୍ଚ କଡାକଡି ହୋଇଛି। ହେଲେ ମହାରାଷ୍ଟ୍ରର ଧୁଲେ ପୋଲିସ ଅଧିକାରୀ ଜିଲ୍ଲାର ଶିରପୁର ଥାଲନେର ଗାଁରେ ଗାଡ଼ି ଚେକିଂ ବେଳେ ଲକ୍ଷ କୋଟି ଟଙ୍କାରୁ ଅଧିକ, ଟଙ୍କାର ପ୍ରାୟ ୧୦ ହଜାର କିଲୋଗ୍ରାମ ରୁପାର ଇଟା ଜବତ ହୋଇଥିଲା। ନାସିକର ପୋଲିସ ଅଧିକାରୀ ଦତ୍ତାତ୍ରୟ କରାଲେ ମାମଲାର ସୂଚନା ଦେଇ କହିଛନ୍ତି, ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶିରପୁରରେ ଥିବା ଏକ କଣ୍ଟେରନରୁ ୯୪.୬୮ କୋଟି ଟଙ୍କାର ୧୦ ହଜାର କିଲୋଗ୍ରାମର ରୁପା ଇଟା ଜବତ କରିଛି।’

ପୋଲିସର କହିବା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ନିର୍ବାଚନ ଚାଲିଛି। ଏହି ସମୟରେ ପୋଲିସ ପ୍ରଶାସନ ଦ୍ବାରା ବାହାନକୁ କଡା କଡି ଭାବେ ଯାଞ୍ଚ କରାଯାଉଛି। ପୋଲିସ ବୁଧବାର ସକାଳ ୫ଟା ବେ‌ଳେ ଶିରପୁରର ଥାଲନେର ଗାଁରେ ଏକ କଣ୍ଟେନରର ତଲାସୀ ନେଉଥିଲା। ସେ ସମୟରେ ଏହି ରୁପା ଇଟା ଜବତ କରାଯାଇଛି। ଅଧିକାରୀମାନେ କହିଛନ୍ତି, କଣ୍ଟେନରରୁ ମିଳିଥିବା ରୁପା ଇଟା କୌଣସି ବ୍ୟାଙ୍କର ବୋଲି କୁହାଯାଉଛି। ଏବେ ଏହି ମାମଲାର ତଦନ୍ତ ଚାଲିଛି। 

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ମୁମ୍ବାଇ ପୋଲିସ ଗତ ଶନିବାର ଏକ କଣ୍ଟେନରରୁ ୮,୫୦୦ କିଲୋ ରୂପା ଜବତ କରିଥିଲା। ଏହାର ମୂଲ୍ୟ ୮୦ ଲକ୍ଷ ଥିଲା। ଇଡି ଓ ଜିଏସ୍‌ଟି ଡିପାର୍ଟମେଣ୍ଟ ମାମଲାର ଯାଞ୍ଚ କରୁଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.