ମୁମ୍ବାଇ,୧୦/୧୧: ଆସନ୍ତା ୨୦  ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ଭୋଟ୍‌ଗ୍ରହଣ ଅନୁଷ୍ଠିତ ହେବ । ରାଜ୍ୟର  ୨୮୮ଟି ଆସନରେ ଏଥରକ ମୋଟ  ୪୧୨୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା  କରୁଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର  ୩୫୯ ଜଣ ହେଉଛନ୍ତି ମହିଳା । ସେହିପରି  ଏକ-ତୃତୀୟାଂଶ ଅର୍ଥାତ୍‌ ୯୭ଟି ଆସନରେ  ଜଣେ ବି ମହିଳା ପ୍ରାର୍ଥୀ ନାହାନ୍ତି । 

ରିପୋର୍ଟ  ଅନୁସାରେ,ମହାବିକାଶ ଅଘାଡି ଓ ମହାୟୁତି  ମେଣ୍ଟ ଯଥାକ୍ରମେ ୨୯ ଓ ୨୬ଟି ଆସନରେ  ମହିଳାଙ୍କୁ ସୁଯୋଗ ଦେଇଛନ୍ତି । ଅନ୍ୟ ମହିଳା  ପ୍ରାର୍ଥୀମାନେ ମୁଖ୍ୟତଃ ସ୍ୱାଧୀନ ଓ  ଏମଏନଏସ୍‌, ବଞ୍ଚିତ ବହୁଜନ  ଅଘାଡି ଭଳି ଛୋଟ ଦଳର । ଦୁଇଟି  ଯାକ ପ୍ରମୁଖ ମେଣ୍ଟ ମହିଳା ସଶକ୍ତୀକରଣ  କଥା କହୁଥିବାବେଳେ କାର୍ଯ୍ୟକ୍ଷେତ୍ରରେ  କିନ୍ତୁ କିଛି ଅଲଗା ସ୍ଥିତି ଦେଖିବାକୁ ମିଳିଛି ।