ମହାରାଷ୍ଟ୍ର,୨୮/୮ : ମହାରାଷ୍ଟ୍ରରେ ସରକାର କାମ କରିବାର ସମୟ ବଢାଇବାର ଯୋଜନା ଉପରେ କାମ କରୁଛନ୍ତି । ପ୍ରକାଶ ଯେ, ଗତ ଦିନରେ ହୋଇଥିବା କ୍ୟାବିନେଟ ବୈଠକରେ ଶ୍ରମ ବିଭାଗ ପକ୍ଷରୁ ଏହାର ପ୍ରସ୍ତାବ ଦିଆଯାଇଥିଲା । ପ୍ରସ୍ତାବ ଅନୁସାରେ କାମର ଘଣ୍ଟା ବଢାଇ ୯ରୁ ୧୦ଘଣ୍ଟା କରାଯିବ । ଏହାସହ ଏହି ପ୍ରସ୍ତାବରେ ମହିଳାମାନେ ନାଇଟ ଶିଫ୍ଟରେ କାମ କରିବେ ବୋଲି ଉଲ୍ଲେଖ ରହିଛି । ମହାରାଷ୍ଟ୍ରର ଶ୍ରମ ମନ୍ତ୍ରୀ ଆକାଶ ଫଡକରଙ୍କ ଅନୁସାରେ ପ୍ରସ୍ତାବ ଉପରେ କାମ ଆରମ୍ଭ ହୋଇଯାଇଛି । ମାତ୍ର ଏବେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । କିନ୍ତୁ ଏହି ପ୍ରସ୍ତାବ ଆସିବା ପରେ ଏକ ନୂଆ ରାଜନୀତି ଆରମ୍ଭ ହୋଇଯାଇଛି ।
କୁହାଯାଉଛି କି ଯଦି ଏହି ପରିବର୍ତ୍ତନ ଲାଗୁ ହେବ ତ ମହାରାଷ୍ଟ୍ର ଶପ୍ସ ଏଣ୍ଡ ଏଷ୍ଟେବ୍ଲିଶମେଣ୍ଟ୍ସ ଆକ୍ଟ ୨୦୧୭ରେ ପରିବର୍ତ୍ତନ କରିବାକୁ ହେବ । ଏହି ଆଇନ ଦୋକାନ, ହୋଟେଲ, ମନୋରଞ୍ଜନ କେନ୍ଦ୍ର ଏବଂ ପ୍ରାଇଭେଟ ବିଜନେସରେ କାମ କରିବାର ଘଣ୍ଟା ଏବଂ ଚାକିରୀ ସର୍ତ୍ତକୁ ନିଶ୍ଚିତ କରିଥାଏ ।