ମୁମ୍ବାଇ,୯।୨: ମହାରାଷ୍ଟ୍ରରେ ଜିଲ୍ଲା ପରିଷଦ ନିର୍ବାଚନରେ ବଡ଼ ଧରଣର ବିଜୟ ଆଡକୁ ଅଗ୍ରସର ହେଉଛି ବିଜେପି। ମଧ୍ୟାହ୍ନ ୧.୩୦ ମିନିଟ୍ ସୁଦ୍ଧା ବିଜେପି ୨୦୧ ଟି ଆସନରେ ଆଗୁଆ ରହିଛି। ସେଭଳି ଏହାଛଡା ଏକନାଥ ସିନ୍ଦେଙ୍କ ଶିବସେନା ୮୫ ଓ ଅଜିତ ପାଓ୍ବାରଙ୍କ ଏନସିପି ୮୦ ସିଟ୍ ଆଗରେ ରହିଛି। ରାଜ୍ୟରେ ମୋଟ ୭୩୧ଜିଲ୍ଲା ପରିଷଦ ଓ ୧୪୬୨ ପଞ୍ଚାୟତ କମିଟି ପାଇଁ ରବିବାର ମତଦାନ ହୋଇଥିଲା। ଏଥିରେ ପ୍ରାୟ ୨ କୋଟି ଭୋଟର ସାମିଲ ଥିଲେ। ପୂର୍ବରୁ ଏହି ନିର୍ବାଚନ ୫ ଫେବୃଆରୀରେ ହେବାର ଥିଲା, କିନ୍ତୁ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ପରଲୋକ ପରେ ତାକୁ ଘୁଞ୍ଚାଇ ଦେଇଥିଲା। ଏହାପରେ ୮ଫେବୃଆରୀରେ ମତଦାନ ହୋଇଥିଲା। ଆଜି ଚାଲିଛି ଗଣତି।
ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ,ବିଜେପି ସାଙ୍ଗଲି, ସତାରା ଓ ପନଭେଲ ଭଳି ଅଞ୍ଚଳରେ ଆଗୁଆ ରହିଛି। ସେଭଳି ଅଜିତ ପାଓ୍ବାରଙ୍କ ଗଡ଼ ବାରାମତୀ ରେ ଏନସିପି ଖୁବ୍ ଆଗରେ ରହିଛି। କୁହାଯାଉଛି ଯେ,ଏନସିପିକୁ ଅଜିତ ପାଓ୍ବାରଙ୍କ ନିଧନ ପରେ ସହାନୁଭୂତିର ଲାଭ ମିଳିଛି। ଅଜିତଙ୍କୁ ପୁନେ ଓ ମରାଠାଓ୍ବାଡାର ବଡ଼ ନେତା ଭାବରେ ଗଣାଯାଏ। ଏହି ଅଞ୍ଚଳରେ ତାଙ୍କର ଭଲ ସ୍ଥିତି ରହିଛି।
ଜିଲ୍ଲା ପରିଷଦର ମୋଟ ୭୩୧ଟି ଆସନରେ ବିଜେପି ସବୁଠାରୁ ଆଗରେ ରହିଛି। ଏହାର ସହଯୋଗୀ ଶିବସେନା ଓ ଏନସିପି ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି। ସେଭଳି ବିଧାନସଭା ନିର୍ବାଚନ ପରେ ନିରାଶ ଥିବା ବିରୋଧିଙ୍କୁ ପୁଣିଥରେ ଝଟକା ଲାଗିପାରେ। ଏଠାରେ କଂଗ୍ରେସକୁ ୩୦ଟି ଆସନ ମିଳିଛି। ସେଭଳି ଉଦ୍ଧବ ଠକରେଙ୍କ ଶିବସେନା ୨୧ଟି ଆସନରେ ଆଗୁଆ ରହିଛି। ପୁନେ,ସୋଲାପୁର ଭଳି ଜିଲ୍ଲାରେ ଏନସିପି ବାଜିମାତ କରିଛି।
ଆହୁରି ପଢନ୍ତୁ: ତିସ୍ ହଜାରୀ କୋର୍ଟରେ ବିଚାରପତିଙ୍କ ଆଗରେ ଓକିଲଙ୍କୁ ମାଡ଼ ମାରିବା ଘଟଣା,କଡା କାର୍ଯ୍ୟାନୁଷ୍ଠାନ ଭରସା ଦେଲେ ସିଜେଆଇ