PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ସାପ ଚାଲାଣ ଅଭିଯୋଗ: ମହାରାଷ୍ଟ୍ର ପୁଲିସ୍ ହାତରେ ବରଗଡ଼ ୱାଇଲ୍ଡଲାଇଫ ଫଟୋଗ୍ରାଫର

ମଥୁରାନଗରୀ,୧୭ା୧(ଆପ୍ର): ସାପ ଚାଲାଣ କରୁଥିବା ଅଭିଯୋଗରେ ମହାରାଷ୍ଟ୍ରର ଅହମଦନଗର ରେଲୱେ ପୁଲିସ୍ ବରଗଡ଼ ଜିଲ୍ଲାର ଜଣେ ବାସିନ୍ଦା ଚନ୍ଦ୍ରଭାନୁ ରଙ୍କମଣି ନାଏକଙ୍କୁ ଅଟକ ରଖିଛି । ପୁଣେ-ହାଟିଆ ଏକ୍ସପ୍ରେସରେ ସନ୍ଦେହଜନକ ଭାବେ ଯାତ୍ରା କରୁଥିବା ଚନ୍ଦ୍ରଭାନୁଙ୍କୁ ରେଳ ପୁଲିସ୍ ଅହମଦନଗରରେ ଅଟକାଇ ବରିଷ୍ଠ ରେଳ ମଣ୍ଡଳ ଅଧିକାରୀ ଡି. ବିକାଶ ଏବଂ ସ୍ଥାନୀୟ ପୁଲିସ୍ ଅଧିକାରୀଙ୍କ ଉପସ୍ଥିତିରେ ସେଠିକାର ଉପ ବନସଂରକ୍ଷକ ଆଦର୍ଶ ରେ‡ିଙ୍କ ଦ୍ୱାରା ଯାଞ୍ଚ କରି ବ୍ୟାପକ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରିଥିଲେ । ଚନ୍ଦ୍ରଭାନୁଙ୍କ ଠାରୁ ୫ଟି ବିଭିନ୍ନ କିସମର ସାପ, ପାରାପକ୍ଷୀ, ପ୍ରାଣୀ ବିଜ୍ଞାନ ସମ୍ବନ୍ଧିତ ବିଭିନ୍ନ ପୁସ୍ତକ ତଥା ୩ ଲକ୍ଷ ଟଙ୍କା ମୂଲ୍ୟର ଗୋଟେ କ୍ୟାମେରା ଜବତ କରିଛି । ଏହି ଚଢ଼ଉ ସମ୍ପର୍କରେ ମହାରାଷ୍ଟ୍ରରୁ ପ୍ରକାଶ ପାଉଥିବା ସ୍ଥାନୀୟ ଖବରକାଗଜ ଲୋକମତ ନ୍ୟୁଜ ତଥା ଏବିପି ମାଝାରୁ ସ୍ପଷ୍ଟ ଜଣାପଡ଼ିଛି । ଏନେଇ ସବିଶେଷ ଖବର ନଥିବା ସମୟରେ ମହାରାଷ୍ଟ ପୁଲିସ୍ ଅଭିଯୁକ୍ତଙ୍କୁ ଧରି ବରଗଡ଼ ଆସିବା ସମ୍ଭାବନା ରହିଛି ବୋଲି ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୮ରେ ବରଗଡ଼ ଜିଲ୍ଲାର ଡ଼େବ୍ରିଗଡ଼ ଅଭୟାରଣ୍ୟ ସୀମା ନିକଟ ଖଜୁରିଆ ଗାଁରୁ ଗୋଟେ ବାଘର ଗଳିତ ଶବ ଉଦ୍ଧାର କରାଯାଇଥିଲା । ଯାହାକୁ ଭୁନେଶ୍ୱରରୁ ଆସିଥିବା ସ୍ନେକ ହେଲ୍ପଲାଇନର ଶୁଭେନ୍ଦୁ ମଲ୍ଲିକ ସମ୍ପାଦନ କରିଥିବା ସମୟରେ ଅହମଦନଗରରୁ ଧରାପଡ଼ିଥିବା ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଚନ୍ଦ୍ରଭାନୁ ଶ୍ରୀ ମଲ୍ଲିକଙ୍କ ସହ ବାଘପୋତା ସ୍ଥାନକୁ ଯାଇ ନିଜେ ଖୋଳାଖୋଳି କରିଥିଲେ । ଯାହାର ତଦନ୍ତ ଭାର ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ଓ ଏନ୍ଟିସିଏ ଉଠାଇଥିଲେ । ଯାଞ୍ଚ ପାଇଁ ଆସିଥିବା ଏନ୍ଟିସିଏ ଟିମ୍ ସ୍ଥାନୀୟ ଡିଏଫ୍ଓଙ୍କ ବିନା ଉପସ୍ଥିତିରେ ପୋତାସ୍ଥଳକୁ ଖୋଳି ପ୍ରମାଣ ନଷ୍ଟ କରିଥିବାରୁ ଆପତ୍ତି ପ୍ରକଟ କରି ସେମାନେ ପ୍ରମାଣ ନଷ୍ଟ କରିଥାଇପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରି ଗାଇଡ୍ଲାଇନ ଉଲ୍ଲଂଘନର ଅଭିଯୋଗ କରିଥିଲେ । ପରେ ବରଗଡ଼ ଜିଲ୍ଲା ବନ ବିଭାଗ ତରଫରୁ ଗଠନ କରାଯାଇଥିବା ତଦନ୍ତକାରୀ କମିଟି ଅଧ୍ୟକ୍ଷ ଏସିଏଫ୍ ଏମ୍.କେ ଶର୍ମା ଶୁଭେନ୍ଦୁ ମଲ୍ଲିକଙ୍କୁ ନୋଟିସ୍ ମଧ୍ୟ ଜାରି କରିଥିଲେ, ଯାହାକି ଠିକଣା ଅଭାବରୁ ଫେରି ଆସିଥିବା ସମୟରେ ପରେ ସେଠିକାର ଡିଏଫ୍ଓଙ୍କ ମାଧ୍ୟମରେ ଦିଆଯାଇଥିବା ବରଗଡ଼ ଡିଏଫ୍ଓ ଅଭୟ ଦଳେଇଙ୍କ ସୂତ୍ରରୁ ଜଣାପଡ଼ିଛି । ସ୍ୱେଚ୍ଛାସେବକ ଗୋଷ୍ଠୀରେ ସାମିଲ ଥିବା ଚନ୍ଦ୍ରଭାନୁ ସାପ ଚାଲାଣ ମାମଲାରେ ଅହମଦନଗର ପୁଲିସ୍ ହାତରେ ଧରାପଡ଼ିବା ଘଟଣା ସଚେତନଙ୍କୁ ବିସ୍ମିତ କରିଛି । ଏଣୁ ଉଭୟ ମାମଲାକୁ ଯୋଡ଼ି ଶିଥିଳ ପଡ଼ିଥିବା ବାଘହତ୍ୟା ତଦନ୍ତ ଘଟଣାକୁ ତ୍ୱରାନ୍ୱିତ କରାଯାଉ ବୋଲି ବରଗଡ଼ ପରିବେଶ ପ୍ରେମୀ ମହଲରେ ଆଲୋଚନା ହେଉଛି ।