ପ୍ରମୂଖ ଖବର
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍: ଜଣେ ମୃତ, ଜଣେ ଆହତ
  • ||
  • ବିଧାନସଭାରେ ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ, ଗୃହ ବାହାରେ ଗଙ୍ଗାପାଣି ଛିଞ୍ଚି ଅଭିନବ ପ୍ରତିବାଦ କଲା ବିଜେଡି
  • ||
  • ମୟୂରଭଞ୍ଜ : ଅନ୍ଵେଷା ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ବିଳମ୍ଵିତ ରାତିରେ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ
  • ||
  • ଦେବଗଡ଼ : ଅଧୁରା ରହିଗଲା ଚାକିରି ସ୍ୱପ୍ନ, ଦୌଡ଼ିବା ବେଳେ ଟଳି ପଡ଼ିଲେ ହୋମଗାର୍ଡ ଆଶାୟୀ
  • ||
  • ଆଇପିଏଲ୍‌ ୨୦୨୫: ଆଜି ସନରାଇଜର୍ସ-ସୁପରଜାଏଣ୍ଟସ ମଧ୍ୟରେ ଲଢ଼େଇ, ବିସ୍ଫୋରକ ବ୍ୟାଟିଂ ମୁଖ୍ୟ ଆକର୍ଷଣ
  • ||
  • ରାୟଗଡ଼ା : ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୩ ଗୁରୁତର
  • ||
  • ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର, ଆଜି ବିଧାନସଭା ଘେରିବ, ରାଜ ରାସ୍ତାରେ ଗର୍ଜିବ
  • ||
  • ରାଜ୍ୟରେ ଉପରମୁହାଁ ତାତି, ୨୯ରୁ ପୁଣି ଜଳାଇବ ଖରା: ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାରେ ୪୦ ଡିଗ୍ରୀ ଟପିବ
  • ||

ଶିବରାତ୍ରିରେ ମହାଦେବଙ୍କୁ ଜଳାଭିଷେକ କରିବାର ଜାଣନ୍ତୁ ଶୁଭ ମୁହୁର୍ତ୍ତ

Published By : prameya | February 26, 2025 10:49 AM

ଆଜି ଦେବ ଦେବ ମହାଦେବଙ୍କ ପବିତ୍ର ମହାଶିବରାତ୍ରି ବା ଜାଗର । ଆଜି ପ୍ରତ୍ୟେକ ଶୈବଭକ୍ତ ପାଠ କରୁଛନ୍ତି ସବୁଠାରୁ ଶକ୍ତିଶାଳୀ ମହା ମହାମୃତ୍ୟୁଞ୍ଜୟ ମନ୍ତ୍ର । ହର ହର ମହାଦେବରେ କମ୍ପୁଛି ଗଗନ,ପବନ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ,ଏହି ପର୍ବ ଫାଲଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ପାଳିତ ହୁଏ। ମହାଶିବରାତ୍ରି ପର୍ବକୁ ବେଶ୍ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ଏହି ଦିନ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ପୂଜା କରାଯାଏ। ଭକ୍ତମାନେ ଏହି ଦିନ ଭଗବାନ ଶିବଙ୍କର ଜଳାଭିଷେକ କରନ୍ତି ଏବଂ ତାଙ୍କର ଆଶୀର୍ବାଦ ପାଆନ୍ତି। ମହାଶିବରାତ୍ରିରେ ଶିବଙ୍କର ଜଳାଭିଷେକ ଏବଂ ରୁଦ୍ରାଭିଷେକ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ କରାଯାଏ। ଜ୍ୟୋତିଷ  ଶାସ୍ତ୍ର ଅନୁସାରେ, ମହାଶିବରାତ୍ରି ଦିନ ଜଳାଭିଷେକ କରିବା ସମୟରେ ମନ୍ତ୍ର ଜପ କରିବା ସହ  ଜଳାଭିଷେକ କରିବା ଉଚିତ।  ଏହି ଦିନ କେବଳ ଶୁଭ ସମୟରେ ଜଳାଭିଷେକ କିମ୍ବା ରୁଦ୍ରାଭିଷେକ କରିବା ଉଚିତ। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ମହାଶିବରାତ୍ରିରେ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବାର ଶୁଭ ସମୟ ଏବଂ ମନ୍ତ୍ର ।

ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ ମନ୍ତ୍ର ହେଉଛି- ଓମ୍ ନମଃ ଶିବାୟ।  ଜଲାଭିଷେକ କରିବା ସମୟରେ ଏହି ମନ୍ତ୍ର ଜପ କରିବା ଉଚିତ। ଏହା ସହିତ ଓଃ ତ୍ରୟମ୍ବକମ୍ ଯଜାମହେ ସୁଗନ୍ଧିମ୍ ପୁଷ୍ଟି ବର୍ଦ୍ଧନମ ଉର୍ବାଋକ ମିବ ବନ୍ଧନାତ ମୃତ୍ଯୁର୍ମୁକ୍ଷୀ ମା ମୃତାତ୍। ଏହି ମନ୍ତ୍ର ଜପ କରନ୍ତୁ। ମହାଶିବରାତ୍ରିରେ ଜଳାଭିଷେକ ସମୟରେ ଏହି ମନ୍ତ୍ର ଜପ କଲେ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ ବୋଲି ବିଶ୍ୱାସ କରାଯାଏ। 

ଜଳାଭିଷେକର ଶୁଭ ମୁହୂର୍ତ୍ତ- ଆଜି ମହାଶିବରାତ୍ରୀରେ ସକାଳ ୬ଟା ୪୭ ମିନିଟରୁ ୯ଟା ୪୨ ମିନିଟ ପର୍ଯ୍ୟନ୍ତ ଜଳ ଅର୍ପଣ କରିବା ଶୁଭ ହେବ । ଏହା ପରେ ଅପରାହ୍ନରେ  ସକାଳ ୧୧ଟା ୦୬ ରୁ ୧ଟା ୩୫ ପର୍ଯ୍ୟନ୍ତ ଜଳାଭିଷେକ ପାଇଁ  ଶୁଭ ସମୟ ରହିବ । ଏହା ପରେ ଅପରାହ୍ନ ୩ଟା ୨୫ ମିନିଟ ରୁ ସନ୍ଧ୍ୟା  ୬ଟା ୦୮ ମିନିଟପର୍ଯ୍ୟନ୍ତ ଜଳାଭିଷେକ କରାଯାଇପାରିବ । ଏହା ପରେ, ମହାଶିବରାତ୍ରିର ଶେଷ ଶୁଭ ସମୟ ରାତି ୮ ଟା ୫୪ ମିନିଟରେ ଆରମ୍ଭ ହୋଇ ମଧ୍ୟରାତ୍ର ୧୨ଟାରେ ଶେଷ ହେବ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.