PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ମହାତ୍ମା ଗାନ୍ଧୀଙ୍କ ଅଣ ନାତି ତୁଷାର ଗାନ୍ଧୀଙ୍କ ସାଂଘାତିକ ଅଭିଯୋଗ, ନାଥୁରାମଙ୍କୁ ମାରଣାସ୍ତ୍ର ଯୋଗାଇଥିଲେ ସାଭରକର

ନୂଆଦିଲ୍ଲୀ: ବୀର ସାଭରକରଙ୍କୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ବୟାନ ଉପରେ ବେଶ୍ କିଛି ଦିନ ହେବ ଜୋରଦାର ଚର୍ଚ୍ଚା ହେଉଛି। ଏହାରି ଭିତରେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ଟ୍ୱିଟ କରି ସାଭରକରଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଗାନ୍ଧୀଜୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ସାଭରକର ହତ୍ୟାରେ ସାହାଯ୍ୟ କରିଥିଲେ।

ତୁଷାର ଗାନ୍ଧୀ ଟ୍ୱିଟରେ ଲେଖିଛନ୍ତି, ‘ସାଭରକର କେବଳ ଇଂରେଜଙ୍କୁ ସାହାଯ୍ୟ କରିନାହାନ୍ତି, ବରଂ ସେ ବାପୁଙ୍କ ହତ୍ୟା ପାଇଁ ନାଥୁରାମଙ୍କୁ ଏକ ଭଲ ବନ୍ଧୁକ ଦେବାରେ ସାହାଯ୍ୟ କରିଥିଲେ।‘ ସେ ଆହୁରି କହିଛନ୍ତି, ବାପୁଙ୍କ ହତ୍ୟାର ଦୁଇ ଦିନ ପୂର୍ବରୁ ନାଥୁରାମଙ୍କ ନିକଟରେ କୌଣସି ମାରଣାସ୍ତ୍ର ନଥିଲା। ସେହିପରି ତୁଷାର ଆଉ ଏକ ଟ୍ୱିଟରେ ଲେଖିଛନ୍ତି, ‘୧୯୩୦ ଦଶକରେ ବାପୁଙ୍କୁ ହତ୍ୟା କରିବା ପାଇଁ ଅନେକ ପ୍ରୟାସ କରାଯାଇଥିଲା। ଏନେଇ ବାଲାସାହେବ ଠାକରେଙ୍କ ପିତା ପ୍ରବୋନ୍ଧକର ଠାକରେ ଗାନ୍ଧୀଙ୍କ ସହଯୋଗୀଙ୍କୁ ପୂର୍ବରୁ ସତର୍କ କରାଇଥିଲେ। ସେ କହିଥିଲେ ଯେ ଅକୋଲା ଏବଂ ବିଦର୍ଭରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରାଯାଉଛି।‘   

ପୁଣି ଆଉ ଏକ ଟ୍ୱିଟରେ ତୁଷାର ଲେଖିଛନ୍ତି, ‘ସାଭରକର ଓ ହେଡଗୋଆର ହିନ୍ଦୁ ସଙ୍ଗଠନର ନେତା ଥିଲେ। ଏଥିପାଇଁ ପ୍ରବୋନ୍ଧକରଙ୍କ ନିକଟରେ ହତ୍ୟା ଷଡଯନ୍ତ୍ର ନେଇ ସୂଚନା ରହିଥିଲା। ଏହିପରି ଇତିହାସକୁ ଶିବସେନା ଉଦ୍ଧବ ଠାକରେଙ୍କୁ ମନେପକାଇବା ଆବଶ୍ୟକ ରହିଛି।‘

ସୂଚନା ଥାଉକି, ମହାରାଷ୍ଟ୍ର ବାସିମ ଜିଲ୍ଲାର ଏକ ରାଲିରେ ରାହୁଲ ଗାନ୍ଧୀ ସାଭରକରଙ୍କୁ ଇଂରେଜର ଗୁମାଲ ଥିଲେ ବୋଲି କହିଥିଲେ। ଏବଂ ସାଭାରକର ଜେଲରେ ଥିବା ସମୟରେ ଚିଠି ଲେଖି କ୍ଷମା ମାଗିଥିଲେ। ରାହୁଲ ଆହୁରି କହିଥିଲେ ଯେ ତାଙ୍କୁ ଆଣ୍ଡାମନ ଜେଲରେ ଦୁଇରୁ ତିନି ବର୍ଷ ରଖାଯିବା ପରେ ସାଭରକର ଚିଠି ଲେଖି ଇଂରେଜଙ୍କୁ କ୍ଷମା ମାଗିଥିଲେ। ତେବେ ରାହୁଲଙ୍କ ଏପରି ବୟାନ ଆସିବା ପରେ ରାଜନୀତି ଆରମ୍ଭ ହୋଇଥିଲା। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ ଆମ ଦଳ ବୀର ସାଭରକଙ୍କୁ ଖୁବ୍‌ ସମ୍ମାନ କରେ। ରାହୁଲଙ୍କ ଏପରି ବୟାନ ଅସ୍ୱୀକାର୍ଯ୍ୟ।  

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରାରେ ମହାତ୍ମା ଗାନ୍ଧୀଙ୍କ ଅଣ ନାତି ତୁଷାର ଗାନ୍ଧୀ ମଧ୍ୟ ସାମିଲ ହୋଇଛନ୍ତି। ମହାରାଷ୍ଟ୍ର ବୁଲଢ଼ଣାରେ ଯାତ୍ରା ପହଞ୍ଚିବା ପରେ ଶୁକ୍ରବାର  ରାହୁଲଙ୍କ ସହ ତୁଷାର ନଜର ଆସିଥିଲେ।      

ସମ୍ବନ୍ଧିତ ଖବର