ନୂଆଦିଲ୍ଲୀ,୧୮/୦୫: ତୃଣମୂଳ କଂଗ୍ରେସ ନେତା ମହୁଆ ମୋଇତ୍ରା ଏବଂ କୀର୍ତ୍ତି ଆଜାଦ ' କକ୍ରୋଚ୍ ବା ଅସରପା ଜନତା ପାର୍ଟି'ରେ ଯୋଗ ଦେଇଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଦେଶର ଯୁବପିଢ଼ିଙ୍କୁ "ଅସରପା" ବୋଲି କହିବାର କିଛି ଦିନ ପରେ ଦଳରେ ଯୋଗ ଦେଇଛନ୍ତି ମହୁଆ ଏବଂ କୀର୍ତ୍ତି । 'କକ୍ରୋଚ୍ ଜନତା ପାର୍ଟି' ହେଉଛି ଏକ ଅଣସରକାରୀ, ବ୍ୟଙ୍ଗାତ୍ମକ ଅନଲାଇନ୍ ରାଜନୈତିକ ଫ୍ରଣ୍ଟ ଯାହା ପ୍ରଧାନବିଚାରପତି ସୂର୍ଯ୍ୟକାନ୍ତଙ୍କ ମନ୍ତବ୍ୟ ପରେ ସୃଷ୍ଟି ହୋଇଛି । ଏଥିଲେ ୪୦,୦୦୦ ସଦସ୍ୟ ଅଛନ୍ତି ।

କକ୍ରୋଚ୍ ଜନତା ପାର୍ଟି କ'ଣ ? 'କକ୍ରୋଚ୍ ଜନତା ପାର୍ଟି' ବା ଅସରାପ ଜନତା ପାର୍ଟି ହେଉଛି ଏକ ବ୍ୟଙ୍ଗାତ୍ମକ, ଅନୌପଚାରିକ ରାଜନୈତିକ ଆକାଉଣ୍ଟ ଯାହା CJIଙ୍କ ମନ୍ତବ୍ୟର ଜବାବରେ ଏକ୍ସରେ ପ୍ରକାଶ ପାଇଛି । ଏହି ପେଜଟି ଦ୍ରୁତ ଲୋକପ୍ରିୟତା ହାସଲ କରିଛି । ଲଞ୍ଚ ହେବାର ୨୪ ଘଣ୍ଟା ମଧ୍ୟରେ Xରେ ୧୫,୦୦୦ରୁ ଅଧିକ ଫଲୋର୍ସ ମିଳିଛନ୍ତି । ପରେ ଏଥିରେ ୪୦,୦୦୦ ସଦସ୍ୟ ମୋର୍ଚ୍ଚାରେ ଯୋଗ ଦେଇଛନ୍ତି । ସିଜେପି ନିଜକୁ ଅଳସୁଆ ଏବଂ ବେକାରଙ୍କ ସ୍ୱର ଭାବେ ଅଭିହିତ କରିଛି । ଲୋକଙ୍କ ପାଇଁ ରାଜନୈତିକ ଦଳ ଯାହାକୁ ବ୍ୟବସ୍ଥା ଗଣନା କରିବାକୁ ଭୁଲିଯାଇଛି । ସିଜେପି ତାର ଏକ୍ସ ପୋଷ୍ଟରେ ଲେଖିଛି, ସିଜେପି ପ୍ରତି ବଢୁଥିବା ସମର୍ଥନ ସହିତ ଆମେ ସମ୍ପୂର୍ଣ୍ଣ ସଚେତନ ଯେ ଆମକୁ ଅସାମାଜିକ ତତ୍ତ୍ୱ ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରାଯିବ । ସିଜେପି ଭାରତର ସମ୍ବିଧାନରେ ଦୃଢ ଭାବେ ବିଶ୍ୱାସ କରନ୍ତି ଏବଂ ସର୍ବଦା ମୂଲ୍ୟବୋଧକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରିବ ।

​​​​​​​CJP ସଦସ୍ୟତା ଯୋଗ୍ୟତା ମାନଦଣ୍ଡ-  ଖାଲି ସେତିକି ନୁହେଁ କୌତୁହଳପୂର୍ଣ୍ଣ କଥା ହେଉଛି 'କକ୍ରୋଚ୍ ଜନତା ପାର୍ଟି' ଦଳରେ ଯୋଗ ଦେବାକୁ ଚାହୁଁଥିବା ଲୋକଙ୍କ ପାଇଁ ନିର୍ଦ୍ଦିଷ୍ଟ ଯୋଗ୍ୟତା ତାଲିକା ପୋଷ୍ଟ କରିଛି । ସେଗୁଡିକ ହେଉଛି, ବେକାର, ଅଳସୁଆ, ଦୀର୍ଘକାଳୀନ ଅନଲାଇନ୍ ଏବଂ ବୃତ୍ତିଗତ ଭାବେ କହିବାର କ୍ଷମତା । ଦଳର  ସାଇଟ୍ ମଧ୍ୟ ରହିଛି । ତାହା ହେଉଛି cockroachjantaparty.org । ଦଳ କହିଛି ଯେ, ଏହାର ସଦସ୍ୟତା ପାଇଁ ଧର୍ମ, ଜାତି ଏବଂ ଲିଙ୍ଗ ଯାଞ୍ଚ କରେ ନାହିଁ । ଟିଏମସି ନେତା କୀର୍ତ୍ତୀ ଆଜାଦ ଏବଂ ମହୁଆ ମୋଇତ୍ର ଏକ୍ସ ପ୍ଲାଟଫର୍ମରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି । ସେମାନେ ମଧ୍ୟ ଯୋଗ ଦେଇଛନ୍ତି । ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦ ପୋଷ୍ଟ କରିଥିଲେ, "ମୁଁ କ୍ରକୋଚ୍‌ ଜନତା ପାର୍ଟିରେ ଯୋଗ ଦେବାକୁ ଚାହେଁ । ଏଥିପାଇଁ କ'ଣ ଯୋଗ୍ୟତା ଆବଶ୍ୟକ ?" ସିଜେପି ଉତ୍ତର ଦେଇଥିଲେ, "ଆମେ କୀର୍ତ୍ତି ଆଜାଦଙ୍କୁ ଆମର କ୍ରକୋଚ୍‌ ଜନତା ପାର୍ଟିରେ ସ୍ୱାଗତ କରୁଛୁ । ୧୯୮୩ ବିଶ୍ୱକପ୍ ଜିତିବା ଏକ ଯଥେଷ୍ଟ ଭଲ ଯୋଗ୍ୟତା । " 

ଏହା ବି ପଢନ୍ତୁ...‘ମୋ କଥାକୁ ଭୁଲରେ ଉପସ୍ଥାପିତ କରାଯାଇଛି’, ଯୁବପୀଢିଙ୍କୁ ‘ଅସରପା’ ସହ ତୁଳନା ଉପରେ ସଫେଇ ଦେଲେ ସିଜେଆଇ     

କହି ରଖୁଛି କି, ଗତ ସପ୍ତାହରେ କୋର୍ଟରେ ଏକ ମାମଲାର ଶୁଣାଣି କରି ଦେଶର ବେକାର ଯୁବଗୋଷ୍ଠୀଙ୍କୁ ‘ଅସରପା’ ସହ ତୁଳନା କରିଥିଲେ ପ୍ରଧାନବିଚାରପତି ସୂର୍ଯ୍ୟକାନ୍ତ । ହେଲେ ପରବର୍ତ୍ତୀ ସମୟରେ ତାଙ୍କ ବୟାନକୁ ଭୁଲ୍ ଭାବେ ଦର୍ଶାଯାଇଥିବା ସ୍ପଷ୍ଟୀକରଣ ଦେଇଥିଲେ । ସିଜେଆଇ ଶୁକ୍ରବାର ଏକ ମାମଲାର ଶୁଣାଣି ସମୟରେ, ଦେଶର ବେକାର ଯୁବଗେଷ୍ଠୀଙ୍କ ତୁଳନା ଅସରପା ଓ ପରଜୀବୀ ସହ କରିଥିଲେ । ଏମାନେ ମିଡିଆ, ସୋସିଆଲ ମିଡିଆ ଜରିଆରେ ବ୍ୟବସ୍ଥା ଉପରେ ଆକ୍ରମଣ କରୁଥିବା ଦର୍ଶାଇଥିଲେ । ବରିଷ୍ଠ ଓକିଲ ମାନ୍ୟତା ପାଇବା ଲାଗି ଜଣେ ଓକିଲଙ୍କ ଆବେଦନ ଉପରେ ଶୁଣାଣି କରି ସିଜେଆଇ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗଜୀଙ୍କ ଖଣ୍ଡପୀଠ ଏଭଳି ମନ୍ତବ୍ୟ ଦେଇଥିଲେ । ଶୁଣାଣି ସମୟରେ ସିଜେଆଇ ଫେସବୁକରେ ବ୍ୟବହାର କରୁଥିବା ଭାଷାର ଉଲ୍ଲେଖ କରି ସେ ଓକିଲଙ୍କୁ କଡ଼ା ଭର୍ତ୍ସନା କରିଥିଲେ । କୋର୍ଟରେ ସିଜେଆଇଙ୍କ ଏହି ବୟାନ ଚର୍ଚ୍ଚାର ବିଷୟ ହୋଇଥିଲା ।

​​​​​​​