ତିଗିରିଆ ୦୫/୦୬: ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାରେ ଗତ ସୋମବାର ବିଳମ୍ବିତ ରାତିରେ ହୋଇଥିବା ଅଳଙ୍କାର ଦୋକାନ ରାତ୍ର ଜଗୁଆଳକୁ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହିତ ଜଣେ ସହଯୋଗୀକୁ କୋର୍ଟ ଚାଲାଣ କରିଛି ତିଗିରିଆ ପୁଲିସ। ମୁଖ୍ୟ ଅଭିଯୁକ୍ତ ହେଲା ଏହି ଥାନା ଅନ୍ତର୍ଗତ ବେଲଅଣ୍ଟା ଗ୍ରାମର ସୌମ୍ଯ ରଂଜନ ରାଉତ (ଦୀପକ ) ଓ ସହଯୋଗୀ ଶ୍ରୀକାନ୍ତ ରାଉତ। ଏହି ଘଟଣାରେ ଗତକାଲି ୩ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିଲା ପୋଲିସ l ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ଖୁବ ଶୀଘ୍ର ତାକୁ ଧରାଜିବ ବୋଲି ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ ସୁଚନା ଦେଇଛନ୍ତି l

ସୂଚନାଯୋଗ୍ୟ ଗତ ୨ ତାରିଖ ରାତି ପ୍ରାୟ୧୨ଟା ସମୟରେ ନିୟୁ ଅନ୍ତର୍ଯ୍ୟାମୀ ଦୋକାନର ରାତ୍ର ଜଗୁଆଳ ବେଲଅଣ୍ଟା ଗ୍ରାମର ନରେଶ ନାୟକ ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ଅଭିଯୁକ୍ତ ମାନେ ଠେଙ୍ଗାରେ ମାଡ଼ ମାରିବା ସହ ଗାଳିଗୁଲଜ କରି ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଦୋକାନ ଉପର ମହଲାରୁ ପାଟି ତୁଣ୍ଡ ଶୁଣି ଘଟଣା ସ୍ଥଳକୁ ଆସିଥିବା ସିକ୍ୟୁରିଟି ଗାର୍ଡକୁ ମଧ୍ୟ ମାରଧର କରିଥିଲେ। ଘଟଣା ନେଇ ନରେଶ ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏତଲାକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଗତ କାଲି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ମୁଖ୍ୟ ଅଭିଯୁକ୍ତ ସହ ଆଉ ଜଣେ ସହଯୋଗୀକୁ ବିଶେଷ ସୂତ୍ରରୁ ଖବର ପାଇ ପାଞ୍ଚଗାଁ ଅଞ୍ଚଳରେ ଚଡାଉ କରି ଗିରଫ କରିବାରେ ସଫଳ ହୋଇଛି।