ବହରାଇଚ – ମୁମ୍ୱାଇର ଚର୍ଚ୍ଚିତ ବାବା ସିଦ୍ଦିକି ମର୍ଡର କେସ୍‌ରେ ସାମିଲ ମୁଖ୍ୟ ଅଭିଯୁକ୍ତ ଶୁଟର ଶିବକୁମାର ଗୌତମ ଓରଫ ଶିବା ଗିରଫ। ରବିବାର ( ୧୦ ନଭେମ୍ୱର) ସନ୍ଧ୍ୟାରେ ଏସ୍‌ଟିଏଫ୍‌ ଉତ୍ତର ପ୍ରଦେଶ ଓ ମୁମ୍ୱାଇ କ୍ରାଇମବ୍ରାଞ୍ଚର ମିଳିତ କାର୍ଯ୍ୟାନୁଷ୍ଠାନରେ ବହରାଇଚ୍‌ର ନାନପାରା ଅଞ୍ଚଳରୁ ଗିରଫ କରିଛି। 

ଅଭିଯୁକ୍ତ ଶିବା ଦୀର୍ଘ ଦିନରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପାଇଁ କାମ କରୁଛି ଏବଂ ଲରେନ୍ସର ଖୁବ୍‌ ନିକଟତର। ଶିବାକୁ ବହରାଇଚ ଡକାଇ ନେପାଳ ନେଇଯାଉ ଥିବା ଆଉ ୪ ଜଣ ଯୁବକ ମଧ୍ୟ ଏସଟିଏଫ୍‌ର ହାତରେ ଧରା ପଡ଼ିଛନ୍ତି। ଏଥିରେ ଜଣେ ଯୁବକ ମୁମ୍ୱାଇରେ  ଘଟଣା ସ୍ଥଳରେ ଧରାପଡ଼ି ଥିବା ଶୁଟର ଧର୍ମରାଜ କଶ୍ୟପର ଭାଇ ଅନୁରାଗ। 


ଏସଟିଏଫ୍‌ର ଏଡିଜି ଅମିତାଭ ୟଶ କହିଛନ୍ତି କି ଶୁଟର କେସରଗଞ୍ଜ , ବହରାଇଚ୍‌ ନିବାସୀ ଶିବ କୁମାର ଗୌତମ ଓରଫ ଶିବା ସହ ୪ ଶରଣଦାତା ବହରାଇଚର ଗଣ୍ଡାରା ନିବାସୀ ଅନୁରାଗ କଶ୍ୟପ , ଜ୍ଞାନପ୍ରକାଶ ତ୍ରିପାଠୀ , ଆକାଶ ଶ୍ରୀବାସ୍ତବ ଓ ଅଖିଳେନ୍ଦ୍ର ପ୍ରତାପ ସିଂହ ମଧ୍ୟ ଧରାପଡ଼ିଛନ୍ତି। ମୁମ୍ୱାଇରେ ୧୨ ଅକ୍ଟୋବରରେ ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ୩ଜଣ ଶୁଟର ହତ୍ୟା କରିଥିଲେ। ଦୁଇ ଜଣ ଶୁଟର ଧର୍ମରାଜ ଓ ଗୁରମେଲ ସିଂହଙ୍କୁ ଘଟଣା ସ୍ଥଳରେ ହିଁ ଧରି ନିଆ ଯାଇଥିଲା। ଶିବ କୁମାର ଏହି ସମୟରେ ଫେରାର ହୋଇ ଯାଇ ଥିଲେ। ଏହି ହତ୍ୟା ଜେଲ୍‌ରେ ବନ୍ଦ ଲରେନ୍ସ ବିଷ୍ଣୋଇର କହିବାନୁସାରେ କରାଯାଇ ଥିଲା।