ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଆଣବିକ ଚୁକ୍ତିକୁ ନେଇ ଇରାନକୁ ଆମେରିକା ରାଷ୍ଟ୍ରପତିଙ୍କ ଧମକ, ବୁଝାମଣା ନ କଲେ ବୋମା ବର୍ଷିବ

Published By : Prameya | March 31, 2025 8:38 AM

ୱାଶିଂଟନ୍‌,୩୧/୦୩: ଇରାନକୁ ବଡ଼  ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ୍‌ । ଯଦି ଇରାନ ଆମେରିକା ସହ ମିଶି ନ୍ୟୁକ୍ଲିୟର ଚୁକ୍ତିରେ ସହମତ ନ ହୁଏ ତେବେ ତେବେ ବୋମା ବର୍ଷିବ ଏବଂ ଇରାନ ଉପରେ ବ୍ୟାପକ ଆର୍ଥିକ କଟକଣା ଲାଗିବ ବୋଲି ଟ୍ରମ୍ପ୍‌ ସିଧାସଳଖ କହିଛନ୍ତି । 

ଏକ ସାକ୍ଷାତକାରରେ  ଟ୍ରମ୍ପ୍‌ କହିଛନ୍ତି, ଆମେରିକା ଏବଂ ଇରାନ  ମଧ୍ୟରେ ଆଲୋଚନା ଜାରି ରହିଛି । କିନ୍ତୁ ଇରାନ  ଯଦି କୌଣସି ବୁଝାମଣା ନ କରେ ତେବେ  ଏହା ଉପରେ ବୋମାମାଡ଼ ହେବ । ଏଥିସହ  ଇରାନ ଉପରେ ପୁଣି ସେକେଣ୍ଡାରୀ ଟାରିଫ୍‌  (ଦ୍ୱିତୀୟକ କଟକଣା) ଲାଗିବ, ଯାହା ସେ ୪  ବର୍ଷ ପୂର୍ବରୁ ଲଗାଇଥିଲେ । ଟ୍ରମ୍ପ୍‌ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିବାବେଳେ ଇରାନ ସହ  ଆମେରିକାର ଥିବା ୨୦୧୫ର ଏକ ଚୁକ୍ତିରୁ ଓହରି  ଯାଇଥିଲେ । ଏହି ବୁଝାମଣା ଇରାନର ପରମାଣୁ  କାର୍ଯ୍ୟକ୍ରମ ଉପରେ ଶକ୍ତ କଟକଣା ଲଗାଇବା ଲାଗି ଉଦ୍ଦିଷ୍ଟ ଥିଲା ଯାହା ବଦଳରେ ଇରାନକୁ  ଆର୍ଥିକ କଟକଣାରୁ ଆଶ୍ୱସ୍ତି ମିଳିଥିଲା । ଏହା  ପରେ ଟ୍ରମ୍ପ୍‌ ପୁଣି ଇରାନ ଉପରେ କଟକଣା ଲଗାଇଥିଲେ । ଫଳରେ ଇରାନର ଆର୍ଥିକ ସଙ୍କଟ  ଆହୁରି ବଢ଼ିଯାଇଥିଲା । 

ଅନ୍ୟପକ୍ଷରେ ଇରାନ ଟ୍ରମ୍ପ୍‌ଙ୍କ ଧମକକୁ ଖାରଜ  କରିଛି । ଇରାନର ବିଦେଶ ମନ୍ତ୍ରୀ ଅବ୍ୱାସ ଅରାକଚି  କହିଛନ୍ତି, ଇରାନ ଟ୍ରମ୍ପ୍‌ଙ୍କ ପତ୍ରର ଜବାବ ଓମାନ୍‌  ମାଧ୍ୟମରେ ପଠାଇଛି । ଚିଠିରେ ଟ୍ରମ୍ପ୍‌ ଇରାନ ସହ  ନୂଆ ପରମାଣୁ ବୁଝାମଣା ଲାଗି ଅପିଲ କରିଥିଲେ ।  ଇରାନ ଉପରେ ଆକ୍ରମଣ ଲାଗି ଟ୍ରମ୍ପ୍‌ଙ୍କ ଏହି ଧମକ  ଯୋଗୁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ବଢ଼ିବାର ଆଶଙ୍କା  ବଢ଼ିଛି । କାରଣ ଇରାନ ୟୁରାନିୟମ ସମ୍ବନ୍ଧିତ  କାର୍ଯ୍ୟକ୍ରମକୁ ଦ୍ରୁତଗତିରେ ବଢ଼ାଇବାରେ ଲାଗିଛି ।

ଗାଜାରେ ଅସ୍ତ୍ରବିରତି ପ୍ରସ୍ତାବକୁ ହମାସର ମଞ୍ଜୁରୀ, ଇସ୍ରାଏଲ ଦେଲା ନୂଆ ପ୍ରସ୍ତାବ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.