ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଏହି ଦିଗଜ କ୍ରିକେଟରଙ୍କୁ ଡେଟ୍‌ କରୁଛନ୍ତି କି ମଲାଇକା? ଆଇପିଏଲ୍ ମ୍ୟାଚରେ ଏକାଠି ଆସିଲେ ନଜର

Published By : Krishna Priya | March 31, 2025 1:48 PM

ମୁମ୍ବାଇ ୩୧/୦୩: ବଲିଉଡର ଫିଟନେସ୍ କ୍ୱିନ୍‌ ମଲାଇକା ଆରୋରା ପ୍ରାୟତଃ ଚର୍ଚ୍ଚାରେ ରହିଥା’ନ୍ତି। କେତେବେଳେ ତାଙ୍କ ଫିଟନେସ୍‌କୁ ନେଇ ତ ଆଉ କେତେବେଳେ ଆଫେୟାର୍ସକୁ ନେଇ। ନିକଟରେ ଅଭିନେତ୍ରୀଙ୍କର କିଛି ସମୟ ପୂର୍ବରୁ ଅର୍ଜୁନ କପୁରଙ୍କ ସହ ବ୍ରେକଅପ୍ ହୋଇଥିଲା। ଏହାପରେ ତାଙ୍କ ନାଁ ପ୍ରତିଦିନ କାହା ନା କାହା ସହିତ ଯୋଡା ହେଉଛି। ଏଥି ମଧ୍ୟରେ ମଲାଇକା ଶ୍ରୀଲଙ୍କାର ଦିଗଜ କ୍ରିକେଟର କୁମାର ସଙ୍ଗକାରାଙ୍କୁ ଡେଟ୍‌ କରୁଥିବା ଗୁଜବ ହେଉଛି। 

ବାସ୍ତବରେ, ମଲାଇକା ରବିବାର ଦିନ ଆଇପିଏଲ୍ ମ୍ୟାଚ୍ ଦେଖିବାକୁ ଗୌହାଟିର ବାରସପରା କ୍ରିକେଟ୍‌ ଷ୍ଟାଡିୟମରେ ପହଞ୍ଚିଥିଲେ। ତାଙ୍କୁ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍‌ କୁମାର ସଙ୍ଗକାରାଙ୍କ ସହ ଦେଖିବାକୁ ମିଳିଥିଲା। ଏହି ସମୟରେ ଅଭିନେତ୍ରୀ ରାଜସ୍ଥାନ ରୟାଲ୍ସର ଜର୍ସି ପିନ୍ଧିଥିବାର ନଜର ଆସିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍ ହେବାରେ ଲାଗିଛି।

ଭାଇରାଲ ଫଟୋରେ କୁମାର ସଙ୍ଗକାରାଙ୍କୁ ଆରଆର ଡଗଆଉଟ୍ ଏରିଆରେ ମଲାଇକାଙ୍କ ପାଖରେ ବସିଥିବାର ଦେଖିବାକୁ ମିଳୁଛି। ଯାହା ଉଭୟଙ୍କ ମଧ୍ୟରେ ଡେଟିଂ ଗୁଜବ ସୃଷ୍ଟି କରିଛି। ମଲାଇକା ଏବଂ ସଙ୍ଗକାରାଙ୍କ ଫଟୋ ଭାଇରାଲ ହେବା ପରେ ନେଟେନିଜେନମାନେ ମଧ୍ୟ କମେଣ୍ଟ୍‌ ଦେବାରେ ପଛାଇ ନାହିଁନ୍ତି। ଅନେକ ସୋସିଆଲ୍‌ ମିଡିଆ ୟୁଜର୍ସ କମେଣ୍ଟ ଦେଇ ଲେଖିଛନ୍ତି ଯେ ମଲାଇକା ଆରୋରା ସଙ୍ଗକାରାଙ୍କୁ ଡେଟ୍ କରୁଛନ୍ତି। 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.