ମୁମ୍ବାଇ, ୨୧/୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବାପା ତଥା ଜଣାଶୁଣା ସ୍କ୍ରିପ୍ଟ ରାଇଟର ସଲିମ୍ ଖାନ୍ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବାବେଳେ କିଛଦିନ ହେବ ଖାନ ପରିବାର ଟିକେ ଚିନ୍ତାରେ ରହିଛନ୍ତି । ସଲିମଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଖାନ ପରିବାରର ସଦସ୍ୟମାନେ ଦୁଃଖରେ ରହିଥିବାବେଳେ ମେଡିକାଲରେ ପହଞ୍ଚିଛନ୍ତି ଅଭିନେତ୍ରୀ ତଥା ସଲିମଙ୍କ ପୂର୍ବତନ ବୋହୂ ମଲାଇକା ଅରୋରା ଖାନ୍ ।

https://www.instagram.com/mamaraazzi/?utm_source=ig_embed&ig_rid=557e4e69-694d-4a76-96f8-4b582f00261a

ପୁଅ ଅରହାନ ସହ ମେଡିକାଲ ସାମ୍ନାରେ ନଜର ଆସିଥିଲେ ମଲାଇକା । ସେ ନର୍ଭସ ଥିବା ଭଳି ଦେଖାଯାଉଥିଲେ । ମେଡିକାଲ ଭିତରକୁ ପୁଅସହ ଯିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ୟୁଜର୍ସମାନେ କମେଣ୍ଟ କରୁଛନ୍ତି କି, ଏବେ ମଧ୍ୟ ଖାନ୍ ପରିବାର ସହ ସମ୍ପର୍କରେ ରହିଛନ୍ତି ମଲାଇକା । ତେବେ ଅରବାଜ ଖାନଙ୍କଠାରୁ ଅଲଗା ହେବା ପରେ ମଧ୍ୟ ଉଭୟ ଅନେକ ସମୟରେ ପାର୍ଟିରେ ଏବଂ ପରିବାରର ଅସୁବିଧା ସମୟରେ ଏକାଠି ନଜର ଆସିଛନ୍ତି । ସେପଟେ ଖାନ୍ ପରିବାରର ଏଭଳି ଦୁଃଖଦ ସମୟରେ ସଞ୍ଜୟ ଦତ୍ତ, ଅମୀର ଖାନ, ଗୌରୀ ଖାନ ଜାଭେଦ ଅଖତର ଏବଂ ଶିଳ୍ପା ସେଟ୍ଟୀ ପ୍ରମୁଖ ଯାଇ ଆଶୁଆରୋଗ୍ୟ କାମନା କରିଛନ୍ତି ।

ଏହାସହ ପଢ଼ନ୍ତୁ : ଭୁଲରେ ମଧ୍ୟ ଏହିସବୁ ସ୍ଥାନରେ ଫୋନରେ କଥା ହୁଅନ୍ତୁ ନାହିଁ, ନହେଲେ ଭୋଗିବେ....