ନୂଆଦିଲ୍ଲୀ, ୨୧/୨ : ସ୍ମାର୍ଟଫୋନ୍ ଏବେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ପାଲଟିଗଲାଣି । ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ମୋବାଇଲ ଧରୁଛନ୍ତି । ଲୋକଙ୍କର ଏଭଳି ଅଭ୍ୟାସ ହୋଇଗଲାଣି କି, ମୋବାଇଲ ଛାଡ଼ି ରହିବା ମଧ୍ୟ କଷ୍ଟ ହୋଇଯାଉଛି । ଆମେ ପାର୍କରୁ ଆରମ୍ଭ କରି କାଫେ ସବୁସ୍ଥାନରେ ମୋବାଇଲର ବ୍ୟବହାର କରିଥାଉ । ଏମିତିକି ଅନେକ ସମୟରେ ଆପଣ ଲକ୍ଷ କରିଥିବେ କି, ଗୋଟିଏ ଘରେ ପରିବାର ସମସ୍ତ ସଦସ୍ୟ ବସିଥିବେ କିନ୍ତୁ ଯିଏ ଯାହା ମୋବାଇଲରେ ବ୍ୟସ୍ତ ରହିଥିବେ । ତେବେ ଆସନ୍ତୁ ଆମର ଏହି ଆଲେଖ୍ୟ ମାଧ୍ୟମରେ ଜାଣିବା କି, କେଉଁ ସବୁ ସ୍ଥାନରେ ମୋବାଇଲ କଥା ହେବା ଅନୁଚିତ୍ ।

ହସ୍ପିଟାଲ ବେଡରେ ଫୋନରେ କଥା ହୁଅନ୍ତୁ ନାହିଁ

ଆପଣ ଯେତେବେଳେ ମେଡିକାଲରେ ଥିବେ ରୋଗୀ ଟିକେ ଶାନ୍ତିରେ ରେଷ୍ଟ ନେଉଥିବେ । ଯଦି ସେତେବେଳେ ଆପଣଙ୍କ ପାଖ ଲୋକ ଫୋନରେ ଜୋରରେ କଥା ହୁଏ ଆପଣଙ୍କୁ ବିରକ୍ତ ଲାଗିବା ସ୍ବାଭାବିକ । କେବଳ ଏତିକି ନୁହେଁ ଏଫଡିଏ ଅନୁସାରେ ଫୋନରୁ ବାହାରୁଥିବା ଇଲେକ୍ଟେ୍ରାମ୍ୟାଗ୍ନେଟିକ୍ ଇଣ୍ଟରଫେରେନ୍ସ (ଇଏମଆଇ) ଏବଂ ଆରଏଫ ରହିଥାଏ । ଯାହାକି ଅନେକ କ୍ଷତି କରିଥାଏ । ଏଣୁ ମେଡିକାଲ ବେଡରେ ଫୋନରେ ଗପିବା ଅଭ୍ୟାସକୁ ଛାଡ଼ନ୍ତୁ ।

ଚାଲିବା ସମୟରେ ଫୋନରେ ଗପିବା ଅଭ୍ୟାସ ଛାଡ଼ନ୍ତୁ

ଆମେ ସାଧାରଣତଃ ରାସ୍ତାରେ ଚାଲୁଥିବା ସମୟରେ ଫୋନରେ ଗପି ଗପି ଯାଉଥାଉ । କୁହାଯାଏ କି, ଏହା ଏକ ଖରାପ ଅଭ୍ୟାସ । ଆପଣ ଯେତେବେଳେ ଚାଲି ଚାଲି ଫୋନରେ କଥା ହୋଇ ଯାଉଛନ୍ତି ସେତେବେଳେ ଆପଣଙ୍କ ଧ୍ୟାନ ମୋବାଇଲରେ ରହିଥାଏ ଆଉ ଆପଣଙ୍କ ଗୋପନୀୟତା ନଷ୍ଟ ହୋଇଥାଏ । ଆପଣ ଫୋନରେ ଯାହା କଥା ହୁଅନ୍ତି ପାଖ ଲୋକେ ମଧ୍ୟ ଶୁଣିଥାନ୍ତି । ଯାହାଦ୍ବାରା ଆପଣଙ୍କ ସବୁକଥା ଅନ୍ୟମାନେ ଶୁଣିଦିଅନ୍ତି । ଏହାସହ ଗପି ଗପି ଯିବା ସମୟରେ ରାସ୍ତାରୁ ଚୋରି ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ ।

ବିମାନ ଯାତ୍ରା ସମୟରେ ଗପନ୍ତୁନି

ବିମାନରେ ଯାତ୍ରା କରିବା ସମୟରେ କୁହାଯାଏ କି, ମୋବାଇଲକୁ ଏରୋପ୍ଲେନ୍ ମୋଡ କରିବା ପାଇଁ । କିନ୍ତୁ ଅନେକ ଲୋକ ଏହାକୁ ମାନନ୍ତି ନାହିଁ । ଫୋନରେ ଯଦି କଥା ହୁଅନ୍ତି ପାଖ ଲୋକ ବିରକ୍ତ ହେବା ସହପାଇଲଟମାନେ ଭୂମି ନିୟନ୍ତ୍ରଣ ସହିତ ଯୋଗାଯୋଗ କରିବା ପାଇଁ, ଜରୁରୀକାଳୀନ ପରିସ୍ଥିତିରେ ପ୍ରତିକ୍ରିୟା ଦେବା ପାଇଁ କିମ୍ବା ଅବତରଣ ପାଇଁ ସଠିକ୍ ଉଚ୍ଚତା ବିଷୟରେ ତଥ୍ୟ ପାଇବା ପାଇଁ ଆବଶ୍ୟକ କରୁଥିବା ରେଡିଓ ସିଗନାଲଗୁଡ଼ିକରେ ଫୋନ୍ ବାଧା ସୃଷ୍ଟି କରିପାରେ।ଛୋଟ ଏକ ଭୁଲ୍ ପାଇଁ ବଡ଼ ଅଘଟଣ ମଧ୍ୟ ଘଟିଯାଇପାରେ । ଏଣୁ ଏଥିପ୍ରତି ଧ୍ୟାନଦେବା ଉଚିତ୍ ।

ସେଲୁନ୍ ଏବଂ ଗାଡ଼ି ଚଳାଇବା ସମୟରେ...

ସାଧାରଣତଃ ଅନେକ ସମୟରେ ସେଲୁନରେ ଥିବା ସମୟରେ ଆପେ ଫେସିଆଲ ସମୟରେ ଫୋନକୁ ଲାଉଡ ସ୍ପିକର ଦେଇ ଗପିଥାଉ । ଏହାଦ୍ବାରା ଗୋପନୀୟତା ନଷ୍ଟ ହେବା ସହ ସେଲୁନରେ ପାଣି ମାରୁଥିବା ସମୟରେ ମୋବାଇଲରେ ପଶି ଖରାପ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ । ଏହାସହ ଗାଡ଼ି ଚଲାଉଥିବା ସମୟରେ ଅନେକ ଲୋକ ମୋବାଇଲରେ କଥା ହୋଇଥାନ୍ତି । ଯାହାଦ୍ବାରା ଦୁର୍ଘଟଣା ହେବାର ସମ୍ଭାବନା ଅଧିକ ରହିଥାଏ । ଏଣୁ ଏଭଳି ଅଭ୍ୟାସଠାରୁ ଦୂରେଇ ରହିବାକୁ ପ୍ରୟାସ କରନ୍ତୁ ।

ଏହାସହ ପଢ଼ନ୍ତୁ : ସ୍ବାସ୍ଥ୍ୟ ମନ୍ତ୍ର : ବିନା ଜିମରେ ଘରେ ରହି କେମିତି କମାଇବେ ଓଜନ୍ ?