ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ମାଲେଗାଓଁ ବିସ୍ଫୋରଣ ମାମଲା : ୧୭ ବର୍ଷ ପରେ ଆସିଲା ରାୟ, ପ୍ରମାଣ ଅଭାବରୁ ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ୭ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

Published By : Rasmita Pradhan | July 31, 2025 11:51 AM

ଭୁବନେଶ୍ଵର, ୩୧/୦୮ : ମାଲେଗାଓଁ ବିସ୍ଫୋରଣ ମାମଲା। ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ। ସ୍ଵତନ୍ତ୍ର ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି। ଏହି ମାମଲାରେ ପ୍ରଜ୍ଞା ସିଂ ଠାକୁର ଓ ପ୍ରସାଦ ପୁରୋହିତଙ୍କ ସମେତ ୭ ଜଣ ଅଭିଯୁକ୍ତ ଥିଲେ। ଆତଙ୍କବାଦ ବିରୋଧୀ ଆଇନ ଓ ଅସ୍ତ୍ରଶସ୍ତ୍ର ଆଇନ ମାମଲାରେ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି। 

ସୂଚନାନୁଯାୟୀ, ୨୦୦୮ ସେପ୍ଟେମ୍ଵର ୨୯ ତାରିଖ। ମୁମ୍ଵାଇଠୁ ପ୍ରାୟ ୨୦୦ କିମି ଦୂର ମାଲେଗାଓଁ ସହରର ଏକ ମସଜିଦ୍‌ ନିକଟରେ ବିସ୍ଫୋଟକ ଲଦା ହୋଇଥିବା ଏକ ମୋଟର ସାଇକେଲ୍‌ରେ ହଠାତ୍ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ ରୁ ଅଧିକ ଆହତ ହୋଇଥିଲେ। ଏହି ମାମଲାର ପ୍ରାରମ୍ଭିକ ତଦନ୍ତ ମହାରାଷ୍ଟ୍ର ଏଟିଏସ୍ ଦ୍ୱାରା କରାଯାଇଥିଲା। ପରେ ୨୦୧୧ ମସିହାରେ ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା । ପ୍ରାୟ ୫ ବର୍ଷର ତଦନ୍ତ ପରେ, ଏନଆଇଏ ୨୦୧୬ରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା।୧୭ ବର୍ଷ ପରେ ଏହି ମାମଲାର ରାୟ ପ୍ରକାଶ ପାଇଛି। ମୁମ୍ଵାଇର ସ୍ଵତନ୍ତ୍ର ଏନଆଇଏ କୋର୍ଟ ଏହି ମାମଲାରେ ଶୁଣାଣି କରି ୭ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏହା ସହ ପୀଡିତଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

କୋର୍ଟଙ୍କ ରାୟ ପରେ ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର, ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତ, ଅବସରପ୍ରାପ୍ତ ମେଜର ରମେଶ ଉପାଧ୍ୟାୟ, ସୁଧାକର ଚତୁର୍ବେଦି, ଅଜୟ ରାହିରକର, ସୁଧାକର ଧର ଦ୍ୱିବେଦୀ ଏବଂ ସମୀର କୁଲକର୍ଣ୍ଣିଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ କହିଛନ୍ତି ଯେ 'ଆତଙ୍କବାଦର କୌଣସି ରଙ୍ଗ କିମ୍ବା ଧର୍ମ ନାହିଁ କିମ୍ଵା କୌଣସି ଧର୍ମ ଆତଙ୍କବାଦ ପାଇଁ ଓକିଲାତି କରେ ନାହିଁ'। ଏହା ସମାଜ ବିରୋଧରେ ଏକ ଧର୍ତ୍ତବ୍ୟ ଅପରାଧ। ହେଲେ ଆଇନ ଅନୁଯାୟୀ ସଜା ଦେବା ପାଇଁ କେବଳ ନୈତିକ ଆଧାର ନୁହେଁ ବଳିଷ୍ଠ ପ୍ରମାଣ ଥିବା ଆବଶ୍ୟକ। ଅଭିଯୁକ୍ତଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ନାହିଁ। ବାଇକ୍‌ରେ ବୋମା ଥିବା ନେଇ ସରକାରୀ ଓକିଲ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି। କେବଳ ସନ୍ଦେହ କରି ଦଣ୍ଡ ଦିଆଯାଏ ନାହିଁ। ପୁଲିସ ଚାହିଁଲେ ୱାଣ୍ଟେଡ୍ ଅଭିଯୁକ୍ତଙ୍କ ବିରୋଧରେ ଅଲଗା ଚାର୍ଜସିଟ୍ ଦାଖଲ କରିପାରିବ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.