କରନାକୋଣ୍ଡା ମାଳି ପାହାଡ଼ ସୁରକ୍ଷା ପାଇଁ କମିଟି ଗଠିତ, ସହଯୋଗର ହାତ ବଢ଼ାଇଲା ମାଳି ପର୍ବତ ସୁରକ୍ଷା ସମିତି

ଜୟପୁର ୭/୩: ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ତଲଗୁମାଣ୍ଡି ପଞ୍ଚାୟତର କୋର୍ଣାକୋଣ୍ଡା ମାଳିରେ ଗଛିତ ବକ୍ସାଇଟ ସ୍ଥିତି ଜାଣିବାକୁ ରାଜ୍ୟ ସରକାରଙ୍କ ଓଡିଶା ମାଇନ୍ସ ଏକ୍ସପଲରେଶନ କର୍ପୋରେସନ ଲିମିଟେଡ୍ ଦୁଇ ଦୁଇ ଥର ବିଫଳ ହେବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ପ୍ରବଳ ବିରୋଧର ସମୁଖୀନ ହୋଇ ଫେରିଥିବା ବେଳେ ଆଗାମୀ ଦିନରେ ଏହି ପାହାଡ଼କୁ ଭବିଷ୍ୟତ ପିଡ଼ିଙ୍କ ଉଧେସ୍ୟରେ ସୁରକ୍ଷା କରିବାକୁ ସର୍ବସମ୍ମତି କ୍ରମେ କୋର୍ଣାକୋଣ୍ଡା ମାଳି ସୁରକ୍ଷା ସମିତି ଗଠନ କରଗଲା । ସଭାପତି ଆଲମା ତାଡିଙ୍ଗି, ଉପ ସଭାପତି ପୁୟୁ ହିରେଡିକା, ସମ୍ପାଦକ ପୁର୍ଣ ମାଣ୍ଡିଙ୍ଗି, ସହ ସମ୍ପାଦକ ସିଆରା ହିରେଡିକା ଓ କୋଷାଧ୍ୟକ୍ଷଭାବେ ମାଳତି ତାଡିଙ୍ଗି ମନୋନୀତ କରାଗଲା ।
ସେମିଳିଗୁଡା ବ୍ଲକର ମାଳି ପର୍ବତ ସୁରକ୍ଷା ସମିତିର କାର୍ଯ୍ୟକର୍ତା ଯୋଗ ଦେଇ କୋର୍ଣାକୋଣ୍ଡା ପାହାଡ଼ରୁ ସରକାରଙ୍କ ବକ୍ସାଇଟ ଖଣି ଖନନ ନିଷ୍ପତିକୁ ବିରୋଧ କରିବାକୁ ଅଞ୍ଚଳବାସୀଙ୍କୁ ଏକତ୍ରିତ ହେବାକୁ ଆହ୍ବାନ କରିବା ସହିତ ଏହି ଅଞ୍ଚଳର ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ ଜାତି, ଧର୍ମ ଉପରେ ରହି ସଂଗ୍ରାମ କରିବାକୁ ସମ୍ବିଧାନ ପୁସ୍ତକ ଛୁଆଁଇ ସମିତିର ସଭାପତି ବିଜୟ ଖିଲ କୋର୍ଣାକୋଣ୍ଡା ସୁରକ୍ଷା ସମିତିର ନୂତନଭାବେ ମନୋନୀତ ସପଥପାଠ କରାଇଥିଲେ ।
ଆଜିର ଏହି ବୈଠକରେ ଟଲଗୁମାଣ୍ଡି, ପୋଡାପଦର, ତେନ୍ତୁଳିପଦର ଓ ବିଜାଘାଟି ପଞ୍ଚାୟତର ୧୦୦୦ରୁ ଉର୍ଧ୍ଵ ଲୋକ ଯୋଗ ଦେଇଥିଲେ । ସେହିପରି ଚାଷୀମୁଳିଆ ନେତା ନାଚିକା ଲିଙ୍ଗା, ଏସଡିସି ସଦସ୍ୟ ରବି ନାଚିକା, ସୁନାବେଡା ବିସ୍ଥାପିତ ସଭାପତି ତ୍ରିଲୋଚନ ମୁଦୁଲି, ସ୍ବେଛାସେବୀ ନିରଞ୍ଜନ ଖିଲ, ମାଳି ପର୍ବତ ସୁରକ୍ଷା ସମିତିର କର୍ମକର୍ତା ଦାସୀ ନନ୍ଦିବାଲି, ଚୈତନ୍ୟ ନନ୍ଦିବାଲି, ଭାରତ ମୁଳନୀବାସୀ କର୍ମକର୍ତା ଯୀଶୁଦାନ ଯାନୀ ପ୍ରମୁଖ ଯୋଗ ଦେଇ ଖଣି ତଥା ପ୍ରକୃତି ସୁରକ୍ଷା ପାଇଁ ବକ୍ତବ୍ୟ ରଖିଥିଲେ ।