ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଉତ୍ତପ୍ତ ସହର ପାଲଟିଛି ମାଲକାନଗିରି

Published By : Suraj Kumar | March 18, 2025 7:43 PM

ମାଲକାନଗିରି, ୧୮/୩(ଆପ୍ର) ମାଲକାନଗିରି ଜିଲ୍ଲା ରେ ତାପମାତ୍ରା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି।  ଉତ୍ତପ୍ତ ସହର ପାଲଟି ଯାଇଛି ଜିଲ୍ଲା । ଯେମିତି ଆକାଶରୁ ନିଆଁହୁଳା ଖସିଲା ପରି ଲାଗୁଛି। ଏଥିସହ ଏହି ଜିଲ୍ଲାରେ ଦୀର୍ଘଦିନ ଧରି ବର୍ଷା  ନଥିବାରୁ  ଜଳ ସଙ୍କଟ ଦେଖାଗଲାଣି।  ଏଥିସହ ଅଘୋଷିତ ବିଦ୍ୟୁତ କାଟ ଜନଜୀବନକୁ ଅତିଷ୍ଠ କରିପକାଇଛି । ପ୍ରବଳ ଗ୍ରୀଷ୍ଣପ୍ରବାହ ସାଙ୍ଗକୁ ଗରମ ଓ ଗୁଳୁଗୁଳି ଯୋଗୁ ଜିଲ୍ଲାବାସୀ ହନ୍ତସନ୍ତ ହେଉଛନ୍ତି । 

 ଜିଲ୍ଲାରେ ଦିନକୁ ଦିନ ତାପାମାତ୍ରା ବୃଦ୍ଧିପାଇ ପ୍ରବଳଖରା ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ପଞ୍ଚାୟତ କିମ୍ବା ପୌରଞ୍ଚଳରେ ବାଟୋଇଙ୍କ ପାଇଁ ଜଳଛତ୍ର ମଧ୍ୟ ଖୋଲାଯାଇ ନଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲାରେ ଅଧିକାଶଂ ଟିଣ ଛପର ଘର ଯୋଗୁଁ ପ୍ରବଳ ଖରାରେ ଟିଣଗୁଡିକ ତାତି ନିଆଁ ହୁଳା ଖସିଲା ପରି ଲାଗୁଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେଉଥିବାରୁ ଜିଲ୍ଲାବାସୀ ଫ୍ୟାନ,କୁଲର ଲଗାଇ ନପାରି ଗରମରେ ହନ୍ତସନ୍ତ ହେଉଛନ୍ତି  । 

ଲଗାତର ଭାବେ ପ୍ରବଳ ଖରା ହେଉଥିବାରୁ କୁଅ,ପୋଖରୀ,ନଦୀନାଳ ଗୁଡିକ ଶୁଖିଗଲାଣି, ପାଣି ମୁନ୍ଦାଏ ପାଇଁ ଗାଇଗୋରୁ ଛେଳି,ବୁଲାକୁକୁର ଓ ପଶୁପକ୍ଷୀମାନେ ଡହଳ ବିକଳ ହେଉଛନ୍ତି । କେବଳ ପଶୁପକ୍ଷୀ ମାନେ ନୁହଁନ୍ତି ମାଲକାନଗିରି ସହର ସହିତ ଅନେକ ଗ୍ରାମରେ ପାନୀୟ ଜଳ ସଙ୍କଟ ମଧ୍ୟ ଦେଖା ଦେଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.