ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

‘ନା ଆମେ ନଇଁବୁ, ନା ଆମେ ଦବିବୁ’: ବିରୋଧିଙ୍କ ସ୍ବରକୁ ଚପାଇବାକୁ ଚେଷ୍ଟା, ଧନକରଙ୍କୁ ଖଡଗେଙ୍କ ଟାର୍ଗେଟ

Published By : Harapriya Biswal | December 12, 2024 7:10 PM

ନୂଆଦିଲ୍ଲୀ,୧୨।୧୨: ସଂସଦର ଶୀତାକାଳୀନ ଅଧିବେଶନର ଆରମ୍ଭ ହଙ୍ଗାମା ମଧ୍ୟରେ ଚାଲିଛି। ଏସବୁ ମଧ୍ୟରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ କରିଛନ୍ତି କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ। ସେ କହିଛନ୍ତି ଲୋକତନ୍ତ୍ର ସବୁବେଳେ ଦୁଇଟି ଚକରେ ଚାଲିଥାଏ। ଗୋଟିଏ ଚକ ଶାସକ ଓ ଅନ୍ୟଟି ବିରୋଧି। ଦୁଇ ପକ୍ଷର ଆବଶ୍ୟକତା ରହିଥାଏ। ସଂସଦର ବିଚାରକୁ ଦେଶ ସେତେବେଳେ ଶୁଣିଥାଏ, ଯେବେ ଗୃହ ଚାଲିଥାଏ।’

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଖଡଗେ ୧୬ ମଇ ୧୯୫୨ ରେ ସଭାପତି ଭାବରେ ରାଜ୍ୟ ସଭାରେ ପୂର୍ବତନ ସଭାପତି ଡକ୍ଟର ରାଧାକୃଷ୍ଣନ ଜୀ ସାଂସଦଙ୍କୁ କହିଛନ୍ତି ମୁଁ କୌଣସି ଦଳର ନୁହେଁ। ଏହାର ଅର୍ଥ ମୁଁ ଗୃହରେ ସବୁ ଦଳରୁ ରହିଛି। ଏହି ନିରପେକ୍ଷ ପରମ୍ପରା ଆପଣଙ୍କ କାର୍ଯ୍ୟକାଳ(ସଭାପତି ଧନଖଡ)ରେ ସମ୍ପୂର୍ଣ୍ଣ ଭାବରେ ଖଣ୍ଡିତ ହୋଇଯାଇଛି। ଆଜି ବିରୋଧିଙ୍କ ସ୍ବର ଚାପିବାକୁ ଚେଷ୍ଟା କରାଯାଉଛି। ଏବେ ରାଜ୍ୟସଭାରେ  ସଂସଦୀୟ ପକ୍ରିୟାର ନିୟମ ତିଆରି କରାଯାଇଛି। 

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି ଯେ, ସଂସଦର ମର୍ଯ୍ୟାଦା ଓ ନୈତିକତା ଆଧାରିତ ପରମ୍ପରାର ହନନ ଏବେ ରାଜ୍ୟସଭାର ଦିନଚର୍ଯ୍ୟା ପାଲଟିଛି। ପ୍ରଜାତନ୍ତ୍ରକୁ ନଷ୍ଟ କରିବା ଓ ସତକୁ ପରାଜିତ କରିବାର ଚେଷ୍ଟା ଲଗାତାର ଜାରି ରହିଛି। ଆମେ ସମ୍ବିଧାନର ସିପାହୀ ଓ ରକ୍ଷକ ଭାବରେ ଆମର ନିଶ୍ଚୟ ଓ ଅଧିକ ଦୃଢ ହୋଇଯାଇଥାଏ। ନା ଆମେ ନଇଁବୁ, ନା ଆମେ ଦବିବୁ, ନା ଆମେ ରହିବୁ ଓ ସମ୍ବିଧାନ ସଂସଦୀୟ ମର୍ଯ୍ୟାଦା ଓ ପ୍ରଜାତନ୍ତ୍ରର ରକ୍ଷା ପାଇଁ ପ୍ରତ୍ୟେକ ବଳିଦାନ ପାଇଁ ସବୁବେଳେ ତତ୍ପର ରହିବୁ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.