ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମହାକୁମ୍ଭରେ ବୁଡକୁ ନେଇ ବିଜେପିକୁ ଖଡଗେଙ୍କ ଦୃଢ ସମାଲୋଚନା, କହିଲେ ଗଙ୍ଗାରେ ବୁଡ଼ ପକାଇଲେ ଦାରିଦ୍ର୍ୟ ଦୂର ହେବ ନାହିଁ…

Published By : Ladu Kishor | January 27, 2025 6:49 PM

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମହୁରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି (ସୋମବାର) 'ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ' ରାଲିକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ଖଡଗେ ବିଜେପି ନେତା ମାନଙ୍କୁ ସମାଲୋଚନା କରି କହିଥିଲେ ଯେ, ଗଙ୍ଗାରେ ବୁଡ଼ ପକାଇଲେ ଦାରିଦ୍ର୍ୟ ଦୂର ହେବ ନାହିଁ। ତାଙ୍କର ଏହି ସମାଲୋଚନା ଏଭଳି ଏକ ସମୟରେ ଆସିଛି, ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କୁମ୍ଭ ସ୍ନାନ ପାଇଁ ପରିବାର ସହିତ ପ୍ରୟାଗରାଜରେ ପହଞ୍ଚିଛନ୍ତି। ଏବେ ବିଜେପି ଏହା ଉପରେ ପ୍ରତିଶୋଧ ନେଇଛି। ବିଜେପି ସାଂସଦ ଏବଂ ମୁଖପାତ୍ର ସମ୍ବିତ ପାତ୍ର ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି।

ବାସ୍ତବରେ, ଅମିତ ଶାହ ତାଙ୍କ ପରିବାର ସହିତ ପ୍ରୟାଗରାଜ ମହାକୁମ୍ଭ ୨୦୨୫ରେ ପବିତ୍ର ବୁଡ଼ ପକାଇଛନ୍ତି । ଏହି ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନେକ ସାଧୁସନ୍ଥ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସ୍ନାନ ପାଇଁ ପହଞ୍ଚିଥିଲେ । ଆଉ ଏହି କ୍ରମରେ ଫେବୃଆରୀ ୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରୟାଗରାଜରେ ପହଞ୍ଚି ବୁଡ ପକାଇବେ। ତେବେ ଏ ସମ୍ପର୍କରେ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ,"ଗଙ୍ଗାରେ ବୁଡ଼ ପକାଇବା ପାଇଁ ବିଜେପି ନେତା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଗଙ୍ଗାରେ ବୁଡ଼ ପକାଇବା ଦ୍ୱାରା ଦାରିଦ୍ର୍ୟ ଦୂର ହେବ ନାହିଁ, କିନ୍ତୁ ମୁଁ କାହାର ବିଶ୍ୱାସକୁ ଆଘାତ ଦେବାକୁ ଚାହୁଁନାହିଁ। ସେ ବିଜେପି-ଆରଏସଏସର ଲୋକମାନଙ୍କୁ 'ଦେଶଦ୍ରୋହୀ' ବୋଲି ମଧ୍ୟ କହିଛନ୍ତି ଏବଂ କଂଗ୍ରେସ କେବେବି ଧର୍ମ ନାମରେ ଗରିବଙ୍କ ଶୋଷଣକୁ ସହ୍ୟ କରିବ ନାହିଁ ବୋଲି କହିଛନ୍ତି।

ସେପଟେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଲ୍ଲିକାର୍ଜୁନ ଖଡଗେଙ୍କ ଉପରେ ପାଲଟା ଆକ୍ରମଣ କରି କହିଛନ୍ତି ଯେ, "ମହାକୁମ୍ଭ ଲକ୍ଷ ଲକ୍ଷ ବର୍ଷ ଧରି ବିଶ୍ୱାସର ପ୍ରତୀକ ହୋଇଆସିଛି। ଯେତେବେଳେ ସାରା ବିଶ୍ୱରେ ଭକ୍ତିର ଭାବନା ଖେଳି ରହିଛି, ଏହି ସମୟରେ, ଏକ ରାଜନୈତିକ ଦଳ ଏହାକୁ ମଜା କରୁଛି । ଖଡଗେ ଜୀ ଯାହା କହିଛନ୍ତି ତାହା ବହୁତ ଯନ୍ତ୍ରଣାଦାୟକ । ସେ କହିଛନ୍ତି ଯେ ବୁଡ଼ ପକାଇବା ଦ୍ୱାରା କ'ଣ ଦାରିଦ୍ର୍ୟ ଦୂର ହୋଇଯିବ ? ମୁଁ ଖଡଗେ ଜୀ, ରାହୁଲ ଜୀ, ପ୍ରିୟଙ୍କା ଜୀଙ୍କୁ ଚ୍ୟାଲେଞ୍ଜ କରୁଛି ଯେ ସେମାନେ ଅନ୍ୟ କୌଣସି ଧର୍ମର ବିଶ୍ୱାସ ବିଷୟରେ ଏହା କହିପାରିବେ କି ? ହଜାର ହଜାର ଲୋକ ହଜ୍ ପାଇଁ ଯାଆନ୍ତି। ମୁଁ ସେମାନଙ୍କୁ ସମ୍ମାନ କରେ।"

ସେ ଆହୁରି କହିଛନ୍ତି କି,"ଏହି ପ୍ରକାରର ବୟାନ ଲଜ୍ଜାଜନକ। ଏହା ପ୍ରଥମ ଥର ନୁହେଁ ଯେ ଖଡଗେ ଜୀ ସନାତନ ବିରୋଧରେ କହିଛନ୍ତି । ସେ ପୂର୍ବରୁ ମଧ୍ୟ କହିଥିଲେ ଯେ ଯଦି ଆମେ କ୍ଷମତାକୁ ଆସିବୁ, ତେବେ ଆମେ ସନାତନକୁ ସମାପ୍ତ କରିଦେବୁ। ରାହୁଲ ଜୀ, ଆପଣ ଇଟାଲୀ ଯାଆନ୍ତୁ ଏବଂ ସେଠାରେ ସୁଇମିଂ ପୁଲ୍‌ରେ ବୁଡ ପକାନ୍ତୁ ହେଲେ ମା ଗଙ୍ଗାଙ୍କ ଉପରେ ଏପରି ମନ୍ତବ୍ୟ ଦିଅନ୍ତୁ ନାହିଁ। ଆମ ପାଇଁ ଗଙ୍ଗା କେବଳ ଏକ ନଦୀ ନୁହେଁ ବରଂ ମା ଗଙ୍ଗା। ଆଜି ଖଡଗେ ଜୀ, ରାହୁଲ ଜୀ ଏବଂ ପ୍ରିୟଙ୍କା ଜୀ ଏଥିପାଇଁ ସାରା ଦେଶକୁ କ୍ଷମା ମାଗିବା ଉଚିତ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.