ମାଲକାନଗିରି, ୧/୨ (ଆପ୍ର) : ମାଲକାନଗିରି ଜିଲ୍ଲାର ଲୋକ ଉତ୍ସବ ମାଲ୍ୟବନ୍ତ ମହୋତ୍ସବ ଉଦଘାଟିତ ହୋଇଛି। ଜିଲ୍ଲାସଂସ୍କୃତିପରିଷଦ ସଭାପତି ତଥା ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟୟ ଙ୍କ ଅଧ୍ୟକ୍ଷତା କରିଥିଲେ। ଉଦଘାଟନି ଉତ୍ସବରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମି,ସମ୍ମାନୀତ ଅତିଥି ଭାବେ ଏସପି ବିନୋଦ ପାଟିଲ ଏଚ, ଡିଏଫଓ ସାଇ କିରନ ଡିଏନ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଯୋଗଦେଇଥିଲେ।
ଆଦିବାସୀ ଅଧ୍ୟଷିତ ମାଲକାନଗିରି ଜିଲ୍ଲା କେଉଁ ଗୁଣରେ କମ ନୁହଁ, ଏଠାକାର ଐତିହ୍ୟ, ପରମ୍ପରା, କଳସଂସ୍କୃତି, ଜୀବନଧାରାର ନିଛକ ପ୍ରତି ଛବି ହେଉଛି ମାଲ୍ୟବନ୍ତ ମହୋତ୍ସବ ବୋଲି ଅତିଥିମାନେ କହିଥିଲେ। ଜିଲ୍ଲାସୁଚନା ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଅବସରରେ ମିୟୁଜିକାଲ ନାଇଟର ସୁନାମ ଧନ୍ୟ ଗାୟିକା ତ୍ରିଶା ଚାଟାର୍ଜୀ, ଶ୍ରୀଜତା ଉପାଧ୍ୟୟ, ସନତ କୁମାର ପାଣିଗ୍ରାହୀ ଙ୍କ ସଙ୍ଗୀତ ଓ ଭୁବନେଶ୍ୱର ର ଓଡିଶୀ ନୃତ୍ୟ, ଆସାମର ବିହ୍ୟୁ ନୃତ୍ୟ,ରାଜସ୍ଥାନର ଘୁମର ନୃତ୍ୟ,ମାଲ୍ୟ ବନ୍ତ ପ୍ରମୋ ସଙ୍ଗୀତ ଟିମ,ବଣ୍ଡା,କୋୟା, ଡେମସା ନାଟ୍ୟଦଳଙ୍କ କଳାକୃତି ଦର୍ଶକମାନଙ୍କ ମନ ମୋହିଥିଲା। ଏହା ବ୍ୟତିତ ବିଭିନ୍ନ ସାଂସ୍କୃତିକ ଦଳ ଯୋଗଦେଇ ସେମାନଙ୍କ ନୃତ୍ୟ ସଂଗୀତ ପରିବେଶଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା।
ଏହି ଆବସରରେ ପଲ୍ଲୀଶ୍ରୀ ମେଳାରେ ୧୨୦ଟି ଷ୍ଟଲଖୋଲା ଯାଇଛି। ୩୦ଟି ଖାଦ୍ୟ, ୫୫ ବାଣିଜ୍ୟ, ୫ ଟି କୃଷିବିଭାଗ, ୨ଟିଶିଳ୍ପବିଭାଗ, ସହିତ ୨୨ଟି ଏସଏଜି ଗ୍ରୁର ଷ୍ଟଲ ଖୋଲାଯାଇ ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି ହେବା ସହିତ ଜିଲ୍ଲାସ୍ତରୀୟ ବିଭାଗ ଗୁଡିକର ଉନ୍ନୟନ୍ନ ପ୍ରଦର୍ଶନି ଖୋଲା ଯାଇଥିଲା । ଓରମାସ ପକ୍ଷରୁ ଏସଏଜି ଗ୍ରୁପ, ସହିତ ଜିଲ୍ଲା ଓ ଜିଲ୍ଲାବାହର ରୁ ଅନେକ ଷ୍ଟଲ ଖୋଲା ଯାଇଥିଲା ।
ଉତ୍ସବ ମଇଦାନରେ ବିଭିନ୍ନ ବିଭାଗର ଉନ୍ନୟନମୁଳକ ଷ୍ଟଲ ସହିତ, ଦୋକାନ ବଜାର, ମିନାବଜାର ସାଙ୍ଗକୁ ଭେଳିକି ଭଳି ରଙ୍ଗବେରଙ୍ଗର ତୋରଣ ବେଶ ଚିତିକର୍ଷକ ହୋଇଛି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଲ୍ଲୀଶ୍ରୀମେଳା ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଉତ୍ସବ ପାଇଁ ମାଲ୍ୟବନ୍ତ ମଣ୍ଡପ ସହିତ ଜିଲ୍ଲାରେ କଢାପୁଲିସ ସୁରକ୍ଷା ବ୍ୟବସ୍ଥା କରା ଯାଇ ବିଏସଏଫ ଯବାନମାନଙ୍କ ସହିତ ଓଡିଶା ପୁଲିସ ଓ ବହୁପରିମାଣରେ ଜିଲ୍ଲାପୁଲିସ ଙ୍କୁ ମୁତୟନ କରାଯାଇଛି । ପ୍ରଥମ ଦିବସ ରେ ହଜାର ହଜାର ସଂଖ୍ୟାରେ ଦର୍ଶକ ଶାନ୍ତି ଶୃଙ୍ଖଳାର ସହିତ ଉତ୍ସବ ରେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ।