ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ପଶ୍ଚିମବଙ୍ଗ ନିର୍ବାଚନ: ରାଲିରେ ଯୋଗ ଦେଲେ ମମତାଙ୍କ ପୁତୁରା ଅଭିଷେକ, କହିଲେ-ତାଙ୍କଠୁ ଟଙ୍କା ନିଅ ଯୋଡ଼ା ଫୁଲକୁ ଭୋଟ ଦିଅ

କୋଲକାତା, ୧୩/ ୦୨: ଆଉ ଦିନ କେଇଟା ପରେ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଛି ଝକାପଞ୍ଝା। ବିଶେଷ କରି ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳୁଛି ଜୋରଦାର ଲଢ଼େଇ। ଏପରିକି ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଦଳ ଡିଆଁ ରାଜନୀତି ଦେଖିବାକୁ ମିଳୁଛି।

ଏସବୁ ମଧ୍ୟରେ ତୃଣମୂଳ କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଶନିବାର ଦିନ ଦକ୍ଷିଣ କୋଲକାତାରେ ହୋଇଥିବା ଏକ ଦଳୀୟ ରାଲିରେ ଯୋଗ ଦେଇଥିଲେ। ସେ କହିଛନ୍ତି ଯେ, ବିଜେପି ଭାବୁଛି ଯେ ଭୋଟ କିଣି ନେବ। ହେଲେ ମୁଁ ଆପଣ ମାନଙ୍କୁ କହିବାକୁ ଚାହେଁ ଯେ, ଆପଣମାନେ ତାଙ୍କଠୁ ଟଙ୍କା ନିଅନ୍ତୁ କିନ୍ତୁ ଜୋଡା ଫୁଲରେ ଭୋଟ ଦିଅନ୍ତୁ।

wp:embed {"url":"https://twitter.com/ANI/status/1360559155346427911?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1360559155346427911%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.amarujala.com%2Findia-news%2Fwest-bengal-mamtas-nephew-abhishek-said-take-money-from-him-and-vote-for-joda-phool","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1360559155346427911?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1360559155346427911%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.amarujala.com%2Findia-news%2Fwest-bengal-mamtas-nephew-abhishek-said-take-money-from-him-and-vote-for-joda-phool
/wp:embed

ଏଥିସହିତ ରାଲିକୁ ସମ୍ବୋନ୍ଧିତ କରି ଅଭିଷେକ ବାନାର୍ଜି କହିଛନ୍ତି ଯେ, ଯଦି ମୋ ଗଳାବ କଟି ଯାଏ ତେବେ ଜୟ ବଙ୍ଗଳା ଓ ଜୟ ମମତା ବାନାର୍ଜି କହିବି। କେନ୍ଦ୍ର ସରକାରଙ୍କ ଆଗରେ ମମତା ସରକାର ମୁଣ୍ଡ ନୁଆଁଇବ ନାହିଁ ବୋଲି ସେ ତାଙ୍କ ଅଭିଭାଷଣରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.