ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଟିଏମସି କ୍ଷମତାରୁ ଯିବାପରେ ମମତାଙ୍କ ସବୁ ଅଙ୍କ ଭୁଲ୍ ହେବାରେ ଲାଗିଛି । ପ୍ରତିଦିନ ଦଳର ହଜାର ହଜାର ସଦସ୍ୟ ଇସ୍ତଫା ଦେଉଥିବାବେଳେ ନେତାମାନେ ମଧ୍ୟ ମମତାଙ୍କ କଥା ଶୁଣୁନାହାନ୍ତି । ଏମିତି ନୂଆ ନୂଆ ଡ୍ରାମା ପ୍ରତିଦିନ ଖବରର ଶିରୋନାମା ପାଲଟିଛି । ଦଳର ୮୦ ବିଧାୟକଙ୍କ ମଧ୍ୟରୁ ୫୮ ଏବେ ମମତାଙ୍କ ବିପକ୍ଷରେ ରହିଛନ୍ତି । ଯାହାକି ମମତାଙ୍କ ଚିନ୍ତା ବଢ଼ାଇ ଦେଇଛି । ତେବେ ମମତା ଏବେ ଜାତୀୟ ରାଜନୀତିରେ ନିଜର ଦବଦବା ଜାରି କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଲୋକସଭାକୁ ଯିବାକୁ ମମତା ପ୍ରୟାସ ଆରମ୍ଭ କରିଛନ୍ତି । ୟୁସୁଫଙ୍କ ତାଙ୍କ ଆସନ ଛାଡ଼ିବା ପାଇଁ କହିଥିବାବେଳେ ସେ ଶୁଣିନଥିବାବେଳେ ଖବରର ଶିରୋନାମା ପାଲଟିଛି ।

ବହରମପୁର ଆସନରେ ୟୁସୁଫ୍ ପଠାନ ସାଂସଦ ରହିଛନ୍ତି । ଏହି ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ଟିଏମସି ଲୋକସଭା ଆସନରେ ଟିକେଟ ଦେଇ ଜିତାଇଥିଲା । ମାତ୍ର ଏବେ ମମତା ଦିଲ୍ଲୀ ଯିବାକୁ ଚାହୁଁଛନ୍ତି । ଯେଉଁ କାରଣରୁ ୟୁସୁଫଙ୍କୁ ଇସ୍ତଫା ଦେବାକୁ କହିଥିଲେ । ମାତ୍ର ୟୁସୁଫ ତାଙ୍କ କଥା ଶୁଣିନଥିଲେ । କୁହାଯାଉଛି କି, ଏହି ଆସନରେ ୫୦ ପ୍ରତିଶତରୁ ଅଧିକ ମୁସଲିମ ଭୋଟର ରହିଛନ୍ତି । ଏଣୁ ଏଠାରେ ଉପନିର୍ବାଚନ ହେଲେ ଜିତିବା ସହଜ ହେବା ଲକ୍ଷ୍ୟରେ ରହିଛନ୍ତି ମମତା । କିନ୍ତୁ ମୁହଁରେ ସିଧା ସିଧା ମନା କରି ଦେଇଛନ୍ତି ୟୁସୁଫ୍ ।

କୁହାଯାଉଛି କି, ୟୁସୁଫ ଯଦି ଏହି ଆସନ ଛାଡ଼ିଥାନ୍ତେ ତାହେଲେ ମମତାଙ୍କ ଜିତିବା ବହୁତ ସହଜ ହୋଇଥାନ୍ତା । ତେବେ ଏହି ଆସନରେ କଂଗ୍ରେସ ପକ୍ଷରୁ ଅଧିର ରଞ୍ଜନ ଚୌଧୁରୀ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥାନ୍ତେ । ବେଶ ରୋମାଞ୍ଚକ ହୋଇଥାନ୍ତା ନିର୍ବାଚନ । ତଥାପି ୟୁସୁଫ୍ ମନା କରି ଦେଇଛନ୍ତି । ଟିଏମସିର ୨୦ ସାଂସଦ ଲୋକସଭାରେ ରହିଥିବାବେଳେ ଏମାନେ ମଧ୍ୟ ଦଳ ଛାଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି । ରାଜ୍ୟ ରାଜନୀତିରେ ଦବଦବା କମିବା ପରେ ଦିଦି ଦିଲ୍ଲୀ ରାଜନୀତିରେ ପ୍ରବେଶ କରିବା ପାଇଁ ଯୋଜନା କରୁଛନ୍ତି । ତଥାପି ଏବେ ଏହା ଅସହଜ ମନେ ହେଉଛି । ନିର୍ବାଚନରେ ବଡ଼ ପରାଜୟ ପରେ ସବୁ ଅଙ୍କ ଭୁଲ୍ ହେବାରେ ଲାଗିଛି ।

ଏହାସହ ପଢ଼ନ୍ତୁ : ଟେଷ୍ଟ କ୍ରିକେଟରେ ଆଇସିସିର ନୂଆ ନିୟମକୁ ନେଇ ଏମିତି କହିଲେ ଗୌତମ ଗମ୍ଭୀର