ନୂଆଦିଲ୍ଲୀ: ବଢ଼ିବାରେ ଲାଗିଛି ମମତାଙ୍କ ଚିନ୍ତା । କେତେ ରାଜ୍ୟରେ ବିଧାୟକଙ୍କ ବିଦ୍ରୋହ ତ ପୁଣି ଦିଲ୍ଲୀରେ ପାଓ୍ବାର କଟ୍ କରୁଛନ୍ତି ସାଂସଦ । ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସିର ଶୋଚନୀୟ ପରାଜୟ ପରେ ଦିଦିଙ୍କ ଅଡ଼ୁଆରେ ବଢ଼ିବାରେ ଲାଗିଛି । ଅନେକ ବଡ଼ ବଡ଼ ନେତା ଧୋକା ଦେଉଥିବାବେଳେ ଅନେକ ଦଳ ଛାଡ଼ି ଚାଲି ଯାଉଛି । ଏହାରି ଭିତରେ ବୋଝ ଉପରେ ଲଳିତା ବିଡ଼ା ଭଳି ମମତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି । କୋଲକାତାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ଉତ୍ତେଜନା ମୂଳକ ବୟାନ ପାଇଁ କୋଲକାତାର ହେୟାର ଷ୍ଟ୍ରିଟ୍ ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଗତ ଜୁନ ୨ ତାରିଖରେ କୋଲକାତାରେ ଏକ ଜନସଭାରେ କାହାର ନାମ ନନେଇ ବାଲାଂଦେଶର ଛାତ୍ରନେତା ହାଦିଙ୍କ ହତ୍ୟା ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଥିଲେ । ଏହି ଘଟଣାରେ ପୂର୍ବରୁ ସିଲିଗୁଡ଼ିରେ ତାଙ୍କ ବିରୁଦ୍ଧରେ ସିଲିଗୁଡ଼ିରେ ଏକ ମାମଲା ରୁଜୁ ହୋଇଥିଲା । ଆଉ ଏବେ କୋଲକାତାରେ ଆଉ ଏକ ମାମଲା ରୁଜୁ ହୋଇଛି ।
ଏହାସହ ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ମମତା ଏକ ବିବାଦୀୟ ବୟାନ ଦେଇଥିଲେ । ସେ କହିଥିଲେ କି, ଆପଣମାନେ ସବୁ ଠିକ୍ ଅଛନ୍ତି କାରଣ ଆମେ ଅଛୁ । ଯଦି ଆମେ ନଥାଆନ୍ତୁ ସେମାନଙ୍କୁ ଗୋଟିଏ ସେକେଣ୍ଡ ଲାଗିବ । ତେବେ ତାଙ୍କର ଏହି ବୟାନଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ମୁଖ୍ୟମନ୍ତ୍ରୀ ତାଇ ଏଭଳି ଶବ୍ଦ ବ୍ୟବହାର କରିବା ତାଙ୍କୁ ମହଙ୍ଗା ପଡ଼ିଥିଲା । ଯାହାକି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏବେ କୋଲକାତାରେ ଏକ ମାମଲା ରୁଜୁ ହୋଇଛି । ଜଣେ ବ୍ୟବସାୟୀ ମମତାଙ୍କ ନାଁରେ ଏହି ଏତଲା ଦେଇଥିବାବେଳେ ପୁଲିସ କଣ କରୁଛି ଏହା ଉପରେ ନଜର ରହିଛି ।
ଏହାସହ ପଢ଼ନ୍ତୁ: ପଶ୍ଚିମବଙ୍ଗରେ ସରକାରୀ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ନିର୍ବାଚନରେ ବ୍ୟବହୃତ ୪ ହଜାର ଇଭିଏମ୍