ନୂଆଦିଲ୍ଲୀ: ନିର୍ବାଚନ ସରିବା ଦିନରୁ ପଶ୍ଚିମବଙ୍ଗରେ ଟିଏମସିର ପତନ ହେବାରେ ଲାଗିଛି । ପ୍ରତିଦିନ ପଶ୍ଚିମବଙ୍ଗରେ ନୂଆ ନୂଆ ରାଜନୈତିକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଶୁକ୍ରବାର ଏକ ବଡ଼ ଖବର ଆସିଛି । ପଶ୍ଚିମବଙ୍ଗର ଅଲିପୁରଦ୍ବାରରେ ଥିବା ଏକ ସରକାରୀ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୪ ହଜାରରୁ ଅଧିକ ଇଭିଏମ ପୋଡ଼ି ପାଉଁଶ ହୋଇଥିବା ସୂଚନା ମିଳିଛି । ଯାହାକି ନିକଟରେ ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ବ୍ୟବହାର ହୋଇଥିବା କୁହାଯାଉଛି । ତେବେ ନିଆଁକୁ ଅଗ୍ନିଶମ ବିଭାଗ ପକ୍ଷରୁ ଆୟତ୍ତ କରାଯାଉଛି ।
ସେପଟେ ଏହି ଘଟଣାକୁ ଏକ ଦୁର୍ଘଟଣା ବୋଲି ପ୍ରକାଶ କରିଛନ୍ତି ମନ୍ତ୍ରୀ କୌଶିକ ଚୌଧୁରୀ । ତେବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କୁହାଯାଉଛି କି, ବୁଧବାର ଏହି ଅଗ୍ନିକାଣ୍ଡ ଘଟିଥିଲା । ଏକ ୯ ମହଲା କୋଠାରେ ନିଆଁ ଲାଗିଥିବାବେଳେ ୧୦ଟି ବିଧାନସଭାରେ ବ୍ୟବହୃତ ଇଭିଏକ ପୋଡ଼ି ପାଉଁଶ ହୋଇଯାଇଛି ।
ଘଟଣାସ୍ଥଳ ପରିଦର୍ଶନ କରିବା ପରେମନ୍ତ୍ରୀକହିଛନ୍ତି, "ଏହା ସାଧାରଣ ଅଗ୍ନିକାଣ୍ଡ ପରି ମନେ ହେଉନାହିଁ। କୌଣସି ଭଙ୍ଗାରୁଜା ହୋଇଛି କି ନାହିଁ ତାହା ଆମେ ତଦନ୍ତ କରୁଛୁ। ନବମ ଏବଂ ଦଶମ ମହଲାକୁ ନିଆଁ କିପରି ପହଞ୍ଚିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।" ସେ କହିଛନ୍ତି ଯେ,ଅଗ୍ନିକାଣ୍ଡ ପ୍ରଥମେ କୋଠାର ଦ୍ୱିତୀୟ ଏବଂ ତୃତୀୟ ମହଲାରେ ଦେଖାଯାଇଥିଲା।ତେବେ ଏହା କିଭଳି ଘଟିଲା ଫରେନସିକ୍ ରିପୋର୍ଟ ଆସିବା ପରେ ଜଣା ପଡ଼ିବ ବୋଲି କହିଛନ୍ତି ।