କୋଲକାତା: ପଶ୍ଚିମବଙ୍ଗରେ ଟିଏମସି ସରକାର ଯିବା ଦିନଠାରୁ ଗୋଟିଏ ପରେ ଗୋଟିଏ ବଡ଼ ଖବର ସାମ୍ନାକୁ ଆସୁଛି । ପ୍ରତିଦିନ କିଛି ନା କିଛି ଡ୍ରାମା ନ୍ୟୁଜ୍ ମଧ୍ୟ ଦେଖିବାକୁ ମିଳୁଛି । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଟିଏମସି ନେତା ଖଟତଳେ ଲୁଚିଥିଲେ । ପୁଲିସ ତାଙ୍କୁ ଖଟୁତଳୁ ଗିରଫ କରିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସମାନେ ବିଭିନ୍ନ ମଜାଳିଆ ମଜାଳିଆ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି ।
The cut-money scam in West Bengal is now producing scenes straight out of a political farce.
— Amit Malviya (@amitmalviya) June 4, 2026
In Mathabhanga, Cooch Behar, local residents surrounded the residence of TMC leader Shahidul Miya, accusing him of extorting between ₹5,000 and ₹20,000 from beneficiaries of government… pic.twitter.com/NtfwX94vIQ
କଟ୍-ମନି ବିବାଦରେ ଫସିଥିବା ଟିଏମସି ନେତା ସାହିଦୁଲ ମିୟା ବେଶ ଚର୍ଚ୍ଚାରେ ରହିଥିଲେ । ତେବେ ପୁଲିସ ତାଙ୍କୁ ଗିରଫ କରିଥିବାବେଳେ ଭିଡ଼ ହିଂସାରୁ ବର୍ତ୍ତିବା ପାଇଁ ସେ ଖଟତଳେ ଲୁଚିଥିବା କୁହାଯାଇଛି । ଯାହାର ଭିଡିଓ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି କି, ଗରୀବ ଲୋକଙ୍କୁ ଠକି ଖାଇଥିବା ଲୋକଙ୍କ ଜୀବନ କ୍ରମଶଃ କଷ୍ଟକର ହେବାରେ ଲାଗିଛି । ଲୋକଙ୍କ ଆକ୍ରୋଶର ଶିକାର ହେବା ଭୟରେ ଲୁଚୁଥିବା ପ୍ରକାଶ କରିଛନ୍ତି ।
କହି ରଖୁଛୁ କି, ପଶ୍ଚିମବଙ୍ଗରେ ଟିଏମସି ସରକାର ଯିବା ପରଠାରୁ ମମତାଙ୍କ ନେତାଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି । ଦଳରେ ମହାବିଭ୍ରାଟ ହୋଇଥିବାବେଳେ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଖବର ସାମ୍ନାକୁ ଆସୁଛି । କେତେବେଳେ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ମାଡ଼ ହେଉଛି ତ ଆଉ କେତେବେଳେ ଦଳର ନେତା ମମତାଙ୍କ କଥା ଶୁଣୁନାହାନ୍ତି । ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଚିନ୍ତାର କାରଣ ପାଲଟିଛି ।
ଏହାସହ ପଢ଼ନ୍ତୁ: Cockroach Janata Party: କକ୍ରୋଚ୍ ଜନତା ପାର୍ଟିର କ’ଣ ରହିଛି ଦିଲ୍ଲୀ ଯୋଜନା ? ଅଭିଜିତ କହିଲେ...