ଟିକେଟ ପାଇଁ ଟିଏମ୍ସିରେ ରକ୍ତପାତ : ଦୁଇ କର୍ମୀଙ୍କୁ ହତ୍ୟା, ଜଣେ ଗୁରୁତର

ଦିନାଜପୁର,୩୧।୩: ପଞ୍ଚାୟତ ନିର୍ବାଚନ ପାଇଁ ଟିକେଟ ବଣ୍ଟା ଉପରେ ଜାରି ରହିଥିବା ବିବାଦ କାରଣରୁ ଟିଏମ୍ସିର ଦୁଇ ଜଣ କର୍ମୀଙ୍କୁ ହତ୍ୟା କରାଯାଇଛି। ଦୁଇ କର୍ମୀଙ୍କ ହତ୍ୟା ଅଭିଯୋଗ ଟିଏମ୍ସିର ଏକ ଗୋଷ୍ଠୀ ଉପରେ ରହିଛି। ଅର୍ଥାତ ଦୁଇଟି ହତ୍ୟା ମମତା ବାନାର୍ଜୀଙ୍କ ପାର୍ଟି ଭିତରେ ପରସ୍ପା ମଧ୍ୟରେ ହୋଛି। ପଶ୍ଚିମବଙ୍ଗର ଦିନାଜପୁର ଜିଲ୍ଲାର ମୃତ ଦୁଇ କର୍ମୀଙ୍କ ଚିହ୍ନଟ ୬୪ ବର୍ଷୀୟ ଫୈଜୁଲ ରହମାନ ଓ ୫୨ ବର୍ଷୀୟ ମହମ୍ମଦ ହାସୁ ଭାବରେ ହୋଇଛି। ଏହାଛଡା ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ଭବରେ ଆହତ ହୋଇଛନ୍ତି। ପୋଲିସ ଏହି ମାମଲାରେ ଜଣେ ବ୍ୟକ୍ତିକୁ ଗିରଫ କରିଛି।

ପଶ୍ଚିମବଙ୍ଗରେ ଆଗାମୀ କିଛି ମାସରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପଞ୍ଚାତୟ ନିର୍ବାଚନକୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି, କାରଣ ସବୁ ପାର୍ଟିର ଏଥିରେ ପରୀକ୍ଷା ହୋଇଯିବ। ଗୁରୁବାର ଉତ୍ତର ଦିନାଜପୁର ଜିଲ୍ଲାର ଚୋପରା ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଉପରେ ଚର୍ଚ୍ଚା ଉଦେଶ୍ୟରେ ଦିଘିପାନା ଗାଁରେ ବୈଠକ ଡକାଯାଇଛି। ଏହି ସମୟରେ ପାର୍ଟିର ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷ ଦେଖିବାକୁ ମିଳିଥିଲା। ଏହି ଘଟଣା ସେତେବେଳେ ହୋଇଥିଲା, ଯେତେବେଳେ ମିଟିଂ ପରେ ଟିଏମ୍ସିର କର୍ମୀ ଘରକୁ ଫେରୁଥିଲେ। ଏହି ସମୟରେ ସଂଘର୍ଷ ହୋଇଥିଲା ଓ ବହୁ ରାଉଣ୍ଡ ଫାୟାରିଂ ହୋଇଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।
ମୃତ ଟିଏମ୍ସି ନେତା ଫୈଜୁଲ ରହମାନଙ୍କ ପୁଅ କହିଛନ୍ତି, ଏହି ହତ୍ୟା ପାରସ୍ପାରିକ କଳହ କାରଣରୁ ହୋଇଛି। ଫୈଜୁଲଙ୍କ ପୁଅ ମହମ୍ମଦ କାଦିର କହିଛନ୍ତି, ମୋ ବାପା ଟିଏମ୍ସିର ନେତା ଥିଲେ। ଗୁରୁବାର ମଧ୍ୟାହ୍ନରେ ସେ ପାର୍ଟିର ଅନ୍ୟ ଲୋକଙ୍କ ସହିତ ଦିଘିପାନ ଅଫିସ ଯାଇଥିଲେ। ଏହି ସମୟରେ ତାଙ୍କର କିଛି ଅନ୍ୟ ନେତାଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। ମିଟିଂ ଶେଷ ହେବାପରେ ପାର୍ଟିର ଦୁଇ ଗୋଷ୍ଠୀ ନାସିର ଓ ସଲିମ୍ ତାଙ୍କ ଉପରକୁ ଫାୟାରିଂ କରିବା ଆରମ୍ଭ କରିଦେଇଥିଲେ। ମୋ ବାପାଙ୍କ ଛାତିରେ ଗୁଳି ବାଜିଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।