ନୂଆଦିଲ୍ଲୀ, ୩୦/୦୧: ପଶ୍ଚିମବଙ୍ଗରେ ଏସ୍ଆଇଆରକୁ ନେଇ ବିବାଦ ଲାଗି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ଫେବ୍ରୁଆରୀ ୨ତାରିଖରେ ନୂଆଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଜ୍ଞାନେଶ କୁମାରଙ୍କୁ ଭେଟିବେ । ମମତାଙ୍କ ନେତୃତ୍ୱରେ ଟିଏମ୍ସିର ଏକ ପ୍ରତିନିଧି ଦଳ ୨ ତାରିଖ ଅପରାହ୍ନ ୪ଟାରେ ସିଇସିଙ୍କୁ ଭେଟିବାକୁ ସମୟ ଦିଆଯାଇଛି । ଏସ୍ଆଇଆର ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସେ ଦିଲ୍ଲୀରେ ପହଞ୍ଚାଇବେ ବୋଲି ମମତା ବୁଧବାର ସିଙ୍ଗୁରଠାରେ ଏକ ଜନସଭାରେ କହିଥିଲେ । ଏଥିସହ ସେ ନିର୍ବାଚନ କମିଶନ ଓ ବିଜେପିକୁ ମଧ୍ୟ ଟାର୍ଗେଟ କରିଥିଲେ ।
ସେ କହିଥିଲେ ଯେ ଏସ୍ଆଇଆର ନାମରେ ଲୋକଙ୍କୁହଇରାଣ କରାଯାଉଛି । ଏସ୍ଆଇଆର ମାଧ୍ୟମରେ ପଛ ଦ୍ୱାର ଦେଇ ଏନ୍ଆରସି (ଜାତୀୟ ନାଗରିକ ପଞ୍ଜିକା) ଲାଗୁ କରିବାକୁ ଯୋଜନା କରାଯାଉଛି ।