ନୂଆଦିଲ୍ଳୀ,୪।୫: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀରେ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ସାମନାକୁ ଆସିଥିବା ରେଜଲ୍ଟ ଅନୁସାରେ, ବିଜେପିର ପ୍ରଦର୍ଶନ ଖୁବ୍ ଭଲ ରହିଛି। କଂଗ୍ରେସ କେବଳ କେରଳରେ ନିଜର ସ୍ଥିତି ସୁଧାରି ପାଇଁ। ଏହା ଭିତରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅଜୟ ଆଲୋକଙ୍କ ବଡ ବୟାନ ସାମନାକୁ ଆସିଛି। ସେ କହିଛନ୍ତି, ମୁଁ କେବଳ ଗୋଟିଏ ଲାଇନ୍ କହିବି, ମମତା ଗଲେ, ଗୋଗୋଇ ଗଲେ, ଗଲା ଷ୍ଟାଲିନବାଦ, ଏବେ ଭାରତରେ କେବଳ ଚାଲିବ ମୋଦିଙ୍କ ରାଷ୍ଟ୍ରବାଦ।’

ବର୍ତ୍ତମାନ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ବିଜେପି ୧୯୧ ଆସନରେ ଆଗୁଆ ରହିଛି। ଟିଏମ୍‌ସି ୯୭ ଆସନରେ ରହିଛି। ଆସନରେ ବିଜେପି ୯୯ ଆସନରେ ଆଗୁଆ ରହିଛି ଓ କଂଗ୍ରେସ ୨୪ଟି ଆସନରେ ରହିଛି। ଅନ୍ୟମାନେ ୩ଟି ଆସନରେ ଆଗୁଆ ରହିଛନ୍ତି। କେରଳରେ ୟୁଡିଏଫକୁ ପ୍ରଚଣ୍ଡ ବହୁମତ ମିଳିପାରେ ଓ ୧୦୧ ଆସନରେ ଆଗୁଆ ରହିଛି। ଏଲ୍ଡିଏଫ୍ ୩୬ ଆସନରେ ରହିଯାଇଛି ଓ ବିଜେପି ମେଣ୍ଟ ୩ଟି ଆସନରେ ଆଗୁଆ ରହିଛି। ତାମିଲନାଡୁରେ ନୂଆ ପାର୍ଟି ଟିଭିରେ କମାଲ ଦେଖିବାକୁ ମିଳିଛି। ସବୁଠାରୁ ବଡ଼ ଦଳ ଭାବରେ ୧୦୯ ଆସନରେ ଆଗୁଆ ଚାଲିଛି। ସେଭଳି ଡିଏମ୍‌କେ ୬୧ ଆସନରେ ଓ ଏଆଇଏଡିଏମକେ ୬୪ ଆସନରେ ଆଗୁଆ ରହିଛି।

ସେଭଳି ପୁଡୁଚେରୀରେ ଏପର୍ଯ୍ୟନ୍ତ ଏଆଇଏନ୍ଆରସି ୯ଟି ଆସନରେ ବିଜୟୀ ହୋଇଛି। ବିଜେପି ୨ଟି ଆସନରେ ଜିତିଛି ଓ ଆଗକୁ ଚାଲିଛି। ପଶ୍ଚିମବଙ୍ଗ ଓ ଆସମରେ ବିଜେପିର ଖୁବ୍ ସୁନ୍ଦର ପ୍ରଦର୍ଶନ ରହିଛି। ବିଜେପି କର୍ମୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ବିଜେପି ମୁଖ୍ୟାଳୟରେ ବିଜୟର ପ୍ରସ୍ତୁତି ଚାଲିଚି। ବଙ୍ଗଳାରେ ବିଜେପି ତୃଣମୂଳ କଂଗ୍ରେସକୁ କ୍ଷମତାରୁ ବହିଷ୍କୃତ କରାଯାଇଛି ଓ ଏବେ ସେଠାରେ ବିଜେପିର ସରକାର ଗଠନ ହେବ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।

ଆହୁରି ପଢନ୍ତୁ :ବୁଥ୍ ଛାଡନି, ଏବେ ବି ରାଉଣ୍ଡ କାଉଣ୍ଟିଂ ବାକି ରହିଛି : କାଉଣ୍ଟିଂ ଏଜେଣ୍ଟଙ୍କୁ ମମତା ବାନାର୍ଜୀଙ୍କ ବାର୍ତ୍ତା