ନୂଆଦିଲ୍ଲୀ, ୧୬।୩: ୨୦୨୬ରେ ଦେଶର ପ୍ରମୁଖ ରାଜ୍ୟଗୁଡ଼ିକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । ନିକଟରେ ପ୍ରକାଶିତ 'ମାଟ୍ରାଇଜ୍-ଆଇଏଏନଏସ୍' ଜନମତ ସର୍ଭେ ଅନୁଯାୟୀ, କେଉଁଠି ପୁଣି ପୁରୁଣା ସରକାର ଫେରୁଛନ୍ତି ତ କେଉଁଠି କ୍ଷମତା ପରିବର୍ତ୍ତନର ସଙ୍କେତ ମିଳୁଛି । ବଙ୍ଗଳାରେ ମମତା ବାନାର୍ଜୀଙ୍କ ପ୍ରତି ଜନତାଙ୍କ ବିଶ୍ୱାସ ଅତୁଟ ରହିଛି । ଯଦିଓ ଟିଏମସିର ଆସନ ସଂଖ୍ୟା ପୂର୍ବ ଅପେକ୍ଷା କିଛି କମିପାରେ, ତଥାପି ସେ ସଂଖ୍ୟାଗରିଷ୍ଠତା ହାସଲ କରିବେ ।
ଏହା ବି ପଢ଼ନ୍ତୁ... କିସ୍ତୱାରରେ ଏଚ୍ଆରଟି ପ୍ରୋଜେକ୍ଟ ସାଇଟ୍ରେ ଭୂସ୍ଖଳନ: ଦୁଇ ଶ୍ରମିକ ମୃତ,ଅନେକ ନିଖୋଜ
ମାଟ୍ରାଇନ୍-ଆଇଏଏନଏସ୍ର ନୂଆ ଜନମତ ସର୍ତ୍ତେ ଅନୁଯାୟୀ, ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଜନତାଙ୍କ ବିଶ୍ୱାସ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ଉପରେ ଅଟଳ ରହିଛି । ଯଦିଓ ପୂର୍ବବର୍ତ୍ତୀ ନିର୍ବାଚନ ତୁଳନାରେ ଟିଏମସିର ଆସନ ସଂଖ୍ୟା କିଛି କମ୍ ହେବାର ସମ୍ଭାବନା ରହିଛି । କିନ୍ତୁ, ବହୁମତ ଟିଏମସିର ପକ୍ଷରେ ଦେଖାଯାଉଛି । ରାଜ୍ୟର ୨୯୪ ବିଧାନସଭା ଆସନରୁ ଟିଏମସି ୧୫୫-୧୭୦ ଆସନ ପାଇଁ ସରକାର ଗଠନର ମଜବତି ସ୍ଥିତିରେ ରହିବ ବୋଲି ଏହି ସର୍ତ୍ତ ରିପୋର୍ଟରେ କୁହାଯାଇଛି । ବିଜେପି ରାଜ୍ୟରେ ୧୦୦-୧୧୫ ଆସନ ହାସଲ କରି ମୁଖ୍ୟ ବିରୋଧୀ ଦଳ ଭାବରେ ଭଲ ପ୍ରଦର୍ଶନ କରିବ ଏବଂ ଏଆଇଏମ୍ଆଇଏମ୍ ମେଣ୍ଟ ୫-୬ ଆସନ ହାସଲ କରି କଂଗ୍ରେସ ଅପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି କୁହାଯାଉଛି । କଂଗ୍ରେସ ରାଜ୍ୟରେ ଖାତା ଖୋଲି ନ ପାରିବା ସମ୍ଭାବନା ମଧ୍ୟ ରହିଛି । ତାମିଲନାଡ଼ୁ ମାଟ୍ରାଇନ-ଆଇଏଏନଏସ୍ ସର୍ଭେ ଅନୁଯାୟୀ, କ୍ଷମତାହୀନ ଡିଏ ଏବଂ ଏହାର ସହଯୋଗୀମାନଙ୍କର ସରକାର ବିଦା ହେବା ସମ୍ଭାବନା ଦେଖାଯାଉଛି ।
ରାଜ୍ୟର ୨୩୪ ଆସନରୁ ଡିଏମ୍କେ ଏବଂ ସହଯୋଗୀ ଦଳମାନେ ୧୦୪-୧୨୭ ଆସନ ପାଇବ ବୋଲି ଅନୁମାନ କରାଯାଇଛି । ଅଭିନେତା ବିଜୟଙ୍କ ଦଳ ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ୬-୧୨ ଆସନ ପାଇବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଆସାମରେ ଭୋଟରମାନେ ଭୋଟରମାନେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱାଧୀନ ବିଜେପି ସରକାର ଉପରେ ପୁଣି ଥରେ ବିଶ୍ୱାସ କରିବେ ବୈାଲି ଏହି ସର୍ଭେରେ କୁହାଯାଉଛି । ସର୍ଭେ ଅନୁଯାୟୀ, ବିଜେପି ୯୬-୯୮ ଆସନ ଏବଂ କଂଗ୍ରେସ ୨୬-୨୮ ଆସନ ପାଇପାରେ । ସେହିଭଳି କେରଳରେ ମଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ତୃତୀୟ କାର୍ଯ୍ୟକାଳର ପୂର୍ବାନୁମାନ କରିଛି ଏହି ଜନମତ ସର୍ଭେ । ବିଜୟନଙ୍କ ନେତୃତ୍ୱାଧୀନ ଏଲଡିଏଫ୍ ୬୧-୭୧ ଆସନ ଏବଂ ୟୁଡିଏଫ୍ ୫୮-୬୯ ଆସନ ପାଇପାରେ । ଏଠାରେ ବିଜେପିକୁ ୨ଟି ଆସନ ମିଳିପାରେ ।