ନୂଆଦିଲ୍ଲୀ,୧୬।୩: ଜମ୍ମୁ କଶ୍ମୀରର କିସ୍ତୱାର ଜିଲ୍ଲାରେ ସୋମବାର ଘଟିଛି ବଡ଼ ଧରଣର ଅଘଟଣ। ଡାଙ୍ଗଡରୋ ଅଞ୍ଚଳରେ ଥିବା ଏଚ୍ଆରଟି(ହେଡ୍ ରେସ୍ ଟନେଲ) ପ୍ରୋଜେକ୍ଟ ସାଇଟ୍‌ରେ ଭୂସ୍ଖଳନ ହେବା ଦ୍ବାରା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀଙ୍କ କହିବା ଅନୁସାରେ, ଭୂସ୍ଖଳନ ସେତେବେଳେ ଘଟିଥିଲା ଯେତେବେଳେ ପ୍ରୋଜେକ୍ଟ ସାଇଟରେ ଏକ ବାହନ ଥିଲା। ହଠାତ ପାହାଡ ଧସିବାରେ ଲାଗିଥିଲା ଓ ବାହନକୁ ପୋତି ଦେଇଥିଲା। ଏହି ସମୟରେ ବହୁ ଲୋକ ଧ୍ୱଂସାବଶେଷ ତଳେ ପୋତି ହୋଇଯାଇଥିଲେ।

ଘଟଣାର ସୂଚନା, ମିଳିବା ମାତ୍ରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚିଥିଲେ ଓ ଉଦ୍ଧାର ଅଭିଯାନ ଆରମ୍ଭ କରିଦେଇଥିଲେ। ରେଡ୍ କ୍ରସ୍ ସୋସାଇଟି କିସ୍ତୱାର ୟୁନିଟ୍ ଅନୁସାରେ, ଏପର୍ଯ୍ୟନ୍ତ ଧ୍ୱଂସାବଶେଷରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ଡୋଡାର ଶହନବାଦ ଅହମ୍ମଦ ଓ କିସ୍ତୱାର ଜିଲ୍ଲାର ପାଲମାର ନିବାସୀ ନିଶାନ୍ତ ଅହମ୍ମଦ ବୋଲି ଜଣାପଡିଛି।

ଅଧିକାରୀଙ୍କ କହିବା ଅନୁସାରେ,ଭୂସ୍ଖଳନ ପରେ ଏବେ ବି କିଛି ଲୋକ ନିଖୋଜ ଥିବାର ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଲଗାତାର ତଲାସୀ ଜାରି ରଖିଛନ୍ତି ଓ ଟିମ୍ ଦ୍ବାରା ଅନ୍ୟ ପୀଡିତଙ୍କୁ ଖୋଜାଯାଉଛି।