ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମହାକୁମ୍ଭରେ ସନ୍ୟାସୀ ଦିକ୍ଷା ଗ୍ରହଣ କଲେ ବଲିଉଡ୍‌ର ଏହି ସଫଳ ଅଭିନେତ୍ରୀ, ଏବେଠୁ ଶ୍ରୀ ମାଈ ମମତା ନନ୍ଦ ଗିରି ନାମରେ ହେବେ ପରିଚିତ…

Published By : Ladu Kishor | January 24, 2025 6:07 PM

ନୂଆଦିଲ୍ଲୀ: ୯୦ ଦଶକର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ଏବେ ଜଣେ ସନ୍ୟାସୀ ହୋଇଯାଇଛନ୍ତି। ସେ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡି ଧର୍ମର ପଥ ଅନୁସରଣ କରିଛନ୍ତି। ମମତା କୁଲକର୍ଣ୍ଣୀ ବର୍ତମାନ ସମୟରେ ପ୍ରୟାଗରାଜ ମହାକୁମ୍ଭରେ ପହଞ୍ଚିଥିଲେ, ଯେଉଁଠାରେ ସେ ସନ୍ୟାସର ଦୀକ୍ଷା ନେଇଛନ୍ତି। ଆଉ ଏବେ ସେ ଜଣେ ସାଧ୍ୱୀ ରୂପରେ ଦେଖା ଦେଇଛନ୍ତି। ବେକରେ ରୁଦ୍ରାକ୍ଷ, କାନ୍ଧରେ ଝୁଲା ବ୍ୟାଗ ଏବଂ ଦେହରେ ଗେରୁଆ ପିନ୍ଧି ସେ କିନ୍ନର ଆଖଡାରେ ନଜର ଆସିଛନ୍ତି। ପ୍ରକୃତରେ, କିନ୍ନର ଆଖଡ଼ାରେ ଅଭିନେତ୍ରୀଙ୍କୁ ମହାମଣ୍ଡଳେଶ୍ୱର ଉପାଧି ଦିଆଯାଉଛି, ଆଜି ସନ୍ଧ୍ୟାରେ ଅଭିନେତ୍ରୀଙ୍କ ପଟ୍ଟାଭିଷେକ ଉତ୍ସବ ଅନୁଷ୍ଠିତ ହେବ। ସେ ଆଖଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଡକ୍ଟର ଲକ୍ଷ୍ମୀ ନାରାୟଣ ତ୍ରିପାଠିଙ୍କୁ ମଧ୍ୟ ଭେଟି ଆଶୀର୍ବାଦ ନେଇଛନ୍ତି। ମମତା କୁଲକର୍ଣ୍ଣୀ ଏବେ ଶ୍ରୀ ମାଈ ମମତା ନନ୍ଦ ଗିରି ନାମରେ ପରିଚିତ ହେବେ।

ମମତା କୁଲକର୍ଣ୍ଣୀ ଓରଫ ମମତା ନନ୍ଦ ଗିରି ସଙ୍ଗମ କୂଳରେ ନିଜ ହାତରେ ପିଣ୍ଡ ଦାନ କରିଛନ୍ତି। ସନ୍ଧ୍ୟାରେ ମମତାଙ୍କ ପଟ୍ଟାଭିଷେକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ଠାରୁ ଅଭିନେତ୍ରୀ ମମତା ଏକ ନୂତନ ନାମରେ ପରିଚିତ ହେବେ। ସୂଚନାଥାଉକି,ଯେ ଆଖଡାର ଆଚାର୍ଯ୍ୟ ଡକ୍ଟର ଲକ୍ଷ୍ମୀ ନାରାୟଣ ତ୍ରିପାଠି ମମତା କୁଲକର୍ଣ୍ଣୀଙ୍କୁ ଦୀକ୍ଷା ଦେଇଛନ୍ତି। ଅଭିନେତ୍ରୀ ଜଣକ ସମ୍ପ୍ରତି ମହାକୁମ୍ଭର କିନ୍ନର ଆଖଡ଼ାରୁ ତାଙ୍କର କିଛି ଫଟୋ ଏବଂ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ତେବେ ନିକଟରେ ଅଭିନେତ୍ରୀଙ୍କ ବଲିଉଡକୁ ଫେରିବା ଖବର ଆସିଥିଲା। ହେଲେ, ଅଭିନେତ୍ରୀ ଏହି ସମସ୍ତ ଗୁଜବକୁ ଖାରଜ କରିଛନ୍ତି ଏବଂ ତାଙ୍କ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ଯେ ସେ ସନ୍ୟାସୀ ହୋଇଯାଇଛନ୍ତି।

ସୂଚନାଥାଉକି, ମମତା କୁଲକର୍ଣ୍ଣି ହିନ୍ଦୀ ସିନେମାରେ ଅନେକ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି, ଯେପରିକି 'ଛୁପା ରୁସ୍ତମ', 'ସେନ୍ସର', 'ଜାନେ-ଜିଗର', 'ଚାଇନା ଗେଟ୍','କିଲା', 'କ୍ରାନ୍ତିକାରୀ', 'ଜୀବନ ଯୁଦ୍ଧ', 'ନସୀବ',। ଏହା ବ୍ୟତୀତ ସେ ଯେଉଁ ଚଳଚ୍ଚିତ୍ର ଗୁଡ଼ିକରେ ମୁଖ୍ୟ ଭୂମିକାରେ କାମ କରିଥିଲେ, ସେଥିରେ ବେକାବୁ', 'ବାଜି', 'କରଣ ଅର୍ଜୁନ', 'ତିରଙ୍ଗା' ଅନ୍ତର୍ଭୁକ୍ତ। ମମତା କୁଲକର୍ଣ୍ଣି ଗତ କିଛି ବର୍ଷ ଧରି ଭାରତ ବାହାରେ ଥିଲେ ଏବଂ ୨୫ ବର୍ଷ ପରେ ବିଦେଶରୁ ଫେରିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.