ଟୋକିଓ,୨୧/୧୨: ଜର୍ମାନୀର ମାଗଡେବର୍ଗରେ ଅଘଟଣ । ଖ୍ରୀଷ୍ଟମାସ ମାର୍କେଟରେ ମାଡିଗଲା କାର୍ । ଲୋକ ସପିଂ କରୁଥିବା ବେଳେ ଆଖି ପିଛୁଳାକେ ମାଡିଗଲା କାର୍ । ଦୁର୍ଘଟଣାରେ  ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୦ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରେ ୭ ଜଣ ଭାରତୀୟ ଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା କାରରେ ଜଣେ ନାବାଳକଙ୍କ ସମେତ ୨ ଜଣ ଥିଲେ । ଡ୍ରାଇଭର ଜଣକ ସାଉଦିର ଜଣେ ଡାକ୍ତର ହୋଇଥିଲା ଜଣାପଡିଛି । ପୋଲିସ ଡ୍ରାଇଭରକୁ ଗିରଫ କରିଥିବା ଜଣାପଡିଛି ।

ଖ୍ରୀଷ୍ଟମାସ ବା ବଡଦିନକୁ ମଝିରେ ଆଉ ମାତ୍ର ୪ ଦିନ ବାକି ରହିଛି । ଖ୍ରୀଷ୍ଟମାସକୁ ପାଳନ ନେଇ ମାର୍କେଟରେ ସମସ୍ତେ କିଣାକିଣିରେ ବ୍ୟସ୍ତ ଥିଲେ । ଏହି ଜର୍ମାନୀର ମାଗଡେବର୍ଗରେ ଏକ ବଡ ଧରଣର ଅଘଟଣ ଘଟିଯାଇଛି । କେହି କିଛି ବୁଝିବା ଆଗରୁ ମାର୍କେଟରେ ଅଚାନକ ଦ୍ରୁତ ଗତିରେ ମାଡି ଆସିଥିଲା ଏକ କାର । ଲୋକଙ୍କ ଉପରେ ମାଡି ଯାଇଥିଲା । ଏଥିରେ  ୫ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ୨୦୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା କାରରେ ଜଣେ ନାବାଳକଙ୍କ ସମେତ ୨ ଜଣ ଥିଲେ । ଡ୍ରାଇଭର ଜଣକ ସାଉଦିର ଜଣେ ଡାକ୍ତର  ହୋଇଥିଲା ଜଣାପଡିଛି ।

୫୦ ବର୍ଷୀୟ ଅଭିଯୁକ୍ତ କାର ଚାଳକଙ୍କୁ ଗିରଫ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।  କେଉଁ କାରଣରୁ ଡ୍ରାଇଭର ଜଣଙ୍କ ଏପରି ଦୁର୍ଘଟଣା ଘଟାଇଲେ ତାହା ସ୍ପଷ୍ଟ ହୋଇନାହିଁ । ପ୍ରଥମେ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ଖବର ପ୍ରକାଶ ପାଇଥିଲା ମାତ୍ର ପରବର୍ତ୍ତୀ ସମୟରେ ଅଫିସିଆଲି ତରଫରୁ ଖବରକୁ ଖଣ୍ଡନ କରାଯାଇ  ୫  ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା । ଦୁର୍ଘଟଣା ସମୟରେ ଭିଡିଓ ସୋସିଆମ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବାକୁ ମାଳିଛି ଏକ ଦ୍ରୁତଗାମୀ କାର ମାର୍କେଟକୁ ମାଡି ଆସିଥିଲା ।