ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶ୍ରୀମନ୍ଦିରକୁ ସ୍ପାଏ କ୍ୟାମେରା ନେଲେ ଯୁବକ, ସିଂହଦ୍ଵାର ଥାନାରେ ଅଟକ

Published By : Gurupada Nath | March 15, 2025 10:52 PM

ପୁରୀ, ୧୫/୩ :  ଶ୍ରୀମନ୍ଦିରକୁ ସ୍ପାଏ କ୍ୟାମେରା ନେବା ଅଭିଯୋଗରେ ଜଣେ ଯୁବକକୁ ଅଟକ ରଖିଛି ପୁରୀ ସିଂହଦ୍ଵାର ଥାନା ପୋଲିସ। ଅଟକ ଯୁବକ ଜଣକ ହେଲେ ଭାସ୍କର ସାମନ୍ତ । ତେବେ ପୋଲିସର ସୂଚନା ଅନୁସାରେ ଆଜି ସକାଳେ ଭାସ୍କର ଏକ ସ୍ପାଏ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ପୋଲିସ ତାକୁ ଧରିବା ପରେ ସ୍ପାଏ କ୍ୟାମେରାକୁ ଜବତ କରିଥିଲା। 

ସ୍ପାଏ କ୍ୟାମେରାରେ ଭାସ୍କର ଶ୍ରୀମନ୍ଦିର ଭିତର ଭିଡିଓ ସୁଟିଂ କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଶ୍ରୀଜଗନ୍ନାଥ ଟେମ୍ପୁଲ୍ ଆକ୍ଟର ସେକ୍ସନ ୩୦(ଏ) ୪ସି ଆଧାରରେ ଭାସ୍କରକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ। ଖୁବଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀମନ୍ଦିର ଭିତରେ ବାରମ୍ବାର ଭିଡିଓ ଓ ଫଟୋ ଭାଇରାଲ୍ ହେବା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଏବଂ କ୍ୟାମେରା ନେବା ଉପରେ କଡ଼ା ନଜର ରଖିଛି ପୋଲିସ। ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ନେଲେ ଏକ ହଜାର ଟଙ୍କା ଜରିମାନା ସହିତ ମୋବାଇଲ ଫୋନ ଜବତ ହେବାର ନିୟମ ରହିଛି। ତେବେ ଅଭିଯୁକ୍ତ ଭାସ୍କର ସାମନ୍ତ କାହିଁକି ଏବଂ କେଉଁ ପରିସ୍ଥିତିରେ ସ୍ପାଏ କ୍ୟାମେରା ଶ୍ରୀମନ୍ଦିର ଭିତରକୁ ନେଇ ମନ୍ଦିର ଭିତର ଭିଡିଓ ସୁଟିଂ କରିଛି ଓ କ'ଣ ଉଦ୍ଦେଶ୍ୟ ରହିଛି ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.