ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ମଧୁମେହ ହେବାର ୫୦ ବର୍ଷ ପରେ ବି ଭାଙ୍ଗି ପଡିନାହାଁନ୍ତି, ସୂବର୍ଣ୍ଣ ଜୟନ୍ତୀ ପାଳି ଦେଲେ ଭୋଜି

Published By : Prameya | January 21, 2025 12:01 PM

ପଶ୍ଚିମବଙ୍ଗ ୨୧/୦୧: କଥାରେ ଅଛି ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି । ଜଣେ ରୋଗାଗ୍ରସ୍ତ ବ୍ୟକ୍ତି ଶାରୀରିକ ଏବଂ ମାନସିକ ଭାବେ ଦୁର୍ବଳ ହୋଇଥାଏ । ଜୀବନ ଯୁଦ୍ଧରେ ହାରିବା ଭୟରେ ଭାଙ୍ଗି ପଡ଼ିଥାଏ । ମନରେ ଭୟ ଥାଏ ମୃତ୍ୟୁ କେତେ ବେଳେ ଡାକି ନେବ । ହେଲେ ଆମେ ଯେଉଁ କଥା ଆପଣଙ୍କୁ ଜଣାଇବାକୁ ଚାହୁଁଛୁ, ତାହା ସମ୍ପୂର୍ଣ୍ଣ ଭାବେ ଜଣେ ରୋଗାଗ୍ରସ୍ତ ଲୋକ ଠାରୁ ପରିପୂରକ । ଜୀବନ କେବଳ ବଞ୍ଚିବା ପାଇଁ ନୁହେଁ ବରଂ ଉପଭୋଗ କରିବାକୁ ହୋଇଛି । ଚିନ୍ତାର ଚକ୍ରବ୍ୟୁହରୁ ବାହାରି ସେ ନିଜକୁ ସଶକ୍ତ କରିଛନ୍ତି । ମଧୁମେହ ରୋଗରେ ଦୀର୍ଘ ବର୍ଷ ଧରି ପୀଡିତ ଥିଲେ ମଧ୍ୟ ବ୍ୟକ୍ତିଗତ ଜୀବନରୁ ରୋଗକୁ ବାହାର କରି ଦେଇଛନ୍ତି । ସୁସ୍ଥ ଲୋକଙ୍କ ଭଳି ଜୀବନ ଜିଇବା ଶିଖାଇ ଯାଇଛନ୍ତି । ଦୀର୍ଘ ବର୍ଷ ହେଲା ରୋଗରେ ଆକ୍ରାନ୍ତ ଅଛନ୍ତି । ମାତ୍ର ଏହାକୁ ଖାତିର୍ ନକରି ମଧୁମେହ ରୋଗର ୫୦ ବର୍ଷ ପୂର୍ତ୍ତି ପାଳନ କରିଛନ୍ତି । ଏହି ଅବସରରେ ସେ ବଡ ଭୋଜିର ଆୟୋଜନା କରିଛନ୍ତି । ଯାହା ସମସ୍ତଙ୍କୁ ଚକିତ କରି ଦେଇଛି ।...

ପଶ୍ଚିମବଙ୍ଗର ପଲାଶୀପଡା ଅଞ୍ଚଳରେ ରହୁଥିବା ନିତାଇ ପରମାଣିକ।  ମଧୁମେହ ରୋଗ ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ଏକ ଭୋଜିର ଆୟୋଜନ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।  ନିତାଇଙ୍କୁ ଯେତେବେଳେ ୨୪ ବର୍ଷ ହୋଇଥିଲା ସେତେବେଳେ ସେ ମଧୁମେହରେ ପୀଡିତ ହୋଇଥିଲେ। ଇତିମଧ୍ୟରେ ନିତାଇ ମଧୁମେହ ରୋଗ ସହ ୫୦ ବର୍ଷ କାଟି ସାରିଥିବାରୁ ଏକ ଭୋଜିର ଆୟୋଜନ କରିଥିଲେ। ଏହି ଭୋଜିରେ ସେ ଶତାଧିକ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ଭୋଜିରେ ମାଛ, ମାଂସ, ମିଷ୍ଟାନ୍ନ ସହ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ପରଷା ଯାଇଥିଲା। ନିତାଇ ୫୦ ବର୍ଷ ତଳେ ଅସୁସ୍ଥ ହେବାରୁ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ରକ୍ତ ପରୀକ୍ଷାରୁ ସେ ମଧୁମେହରେ ପୀଡିତ ଥିବା ଜଣାପଡିଥିଲା। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିତାଇ ନିୟମିତ ଭାବେ ପ୍ରାତଃଭ୍ରମଣ, ବ୍ୟାୟାମ କରିବା ସହ ଖାଦ୍ୟ ଓ ଔଷଧ ସେବନ କରିଥିଲେ। ରୋଗ ହେବାର ୫୦ ବର୍ଷ ପରେ ମଧ୍ୟ ସେ ସମ୍ପୂର୍ଣ୍ଣ  ସୁସ୍ଥ ଅଛନ୍ତି।

ନିତାଇଙ୍କ କହିବା ଅନୁଯାୟୀ, ମଧୁମେହ ରୋଗ ହେବା ସତ୍ତ୍ୱେ ଉପଯୁକ୍ତ ଜୀବନଶୈଳୀ ଆପଣାଇବା ଦ୍ୱାରା ଜଣେ ବ୍ୟକ୍ତି ଦୀର୍ଘବର୍ଷ ପର୍ଯ୍ୟନ୍ତ ସୁସ୍ଥ ଓ ନିରାମୟ ରହିପାରିବ ସେହି ବାର୍ତ୍ତା ଦେବାକୁ ସେ ଏହି ଭୋଜିର ଆୟୋଜନ କରିଥିଲେ। ତେବେ ନିତାଇଙ୍କ ଶୃଙ୍ଖଳିତ ଜୀବନଶୈଳୀରୁ ବହୁତ କିଛି ଶିଖିବାର ଅଛି ବୋଲି ଭୋଜିରେ ଯୋଗ ଦେଇଥିବା କେତେକ ବ୍ୟକ୍ତି କହିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.