ସାହାଜପାଲ. ୨୮।୯ : ବୌଦ୍ଧ ସଦର ବ୍ଲକ ବାଉଁଶୁଣୀ ଥାନା  ଅଧୀନ ମୁଣ୍ଡିପଦର  ଗ୍ରାମର କଉଡ଼ିଆ ମୁଣ୍ଡା ପୋଖରୀକୁ ରବିବାର ପଦ୍ମ ଫୁଲ ତୋଳିବାକୁ ଯାଇ ପାଣିରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି l  ମୃତକ ଜଣକ ହେଲେ ମୁଣ୍ଡି ପଦର ଗ୍ରାମର ଭିକାରୀ ତରିଆମୁଣ୍ଡି ପଦର ଗ୍ରାମର ଭିକାରୀ ତରିଆ କଉଡ଼ିଆ ମୁଣ୍ଡା ପୋଖରୀକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିଲେ। ପଦ୍ମ ଫୁଲ ତୋଳୁଥିବା ବେଳେ ପୋଖରୀରେ ବୁଡି ଯାଇଥିଲେ l ତାଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା ଓ ଡାକ୍ତର ମୃତ ଘୋଷଣା କରିଥିଲେ | ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଚିକତ୍ସାଳୟ  ନିଆଯାଇଥିଲା।