PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ବ୍ୟକ୍ତିଙ୍କ ଅଜବ ସଉକ , ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଣିଷରୁ ହେଲେ କୁକୁର

ନୂଆଦିଲ୍ଲୀ ୨୫/୦୫: ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଅଦ୍ଭୁତ ସଉକ କାରଣରୁ ଚର୍ଚ୍ଚାରେ ରୁହନ୍ତି। ଏହିପରି ଜଣେ ବ୍ୟକ୍ତି ଜାପାନରେ ଅଛନ୍ତି, ଯାହା ଆଜିକାଲି ବହୁତ ଭାଇରାଲ ହେବାରେ ଲାଗିଛି। ଜାପାନର ଏହି ବ୍ୟକ୍ତି ଜଣଙ୍କ ମଣିଷରୁ କୁକୁର ପାଲଟିଛନ୍ତି। ଏହା ଶୁଣିବାକୁ ଆପଣଙ୍କୁ ଅଜବ ଲାଗୁଥାଇପାରେ, କିନ୍ତୁ କଥାଟି ସତ। ଚାଲନ୍ତୁ ଜାଣିବା ସେହି ବ୍ୟକ୍ତି କିପରି କୁକୁର ହୋଇଗଲେ।

ସୂଚନା ଅନୁଯାୟୀ, ଜାପାନର ଏହି ବ୍ୟକ୍ତିଙ୍କ ନାମ ଟୋକୋ। ଏହି ବ୍ୟକ୍ତି କୁକୁର ପରି ଦେଖାଯିବାକୁ ଏତେ ଭଲ ପାଉଥିଲେ ଯେ ସେ ଏଥିପାଇଁ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏତେ ଟଙ୍କା ଖର୍ଚ୍ଚ କରି ସେ ଏପରି ପୋଷାକ ତିଆରି କରିଛନ୍ତି, ଯାହାକୁ ପିନ୍ଧି ସେ କୁକୁର ପରି ଦେଖାଯାଉଛନ୍ତି। ଏପରି କି ତାଙ୍କୁ କେହି ଚିହ୍ନି ପାରିବେ ନାହିଁ। ଟୋକୋ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ କୁକୁର ହେବା ପରେ ଫଟୋ ମଧ୍ୟ ସେୟାର କରିଛନ୍ତି।

ଟୋକୋଙ୍କ ଏପରି ଫଟୋ ଦେଖି ଆପଣ ଭାବୁଥିବେ ଯେ ସେ ଏପରି କାହିଁକି କଲେ? ବାସ୍ତବରେ, ଟୋକୋ ପିଲାଦିନରୁ ପଶୁମାନଙ୍କୁ ପସନ୍ଦ କରୁଥିଲେ। ସେ ସର୍ବଦା ପଶୁ ପରି ବଞ୍ଚିବାକୁ ଚାହୁଁଥିଲେ। ପଶୁମାନଙ୍କ ମଧ୍ୟରେ ମଧ୍ୟ ସେ କୁକୁରମାନଙ୍କୁ ଅଧିକ ପସନ୍ଦ କରୁଥିଲେ। ତାଙ୍କର ଏହି ସଉକ ଯୋଗୁଁ ସେ ସ୍ପେସାଲ୍ ଇଫେକ୍ଟ ୱାର୍କସପ୍ ଜେପେଟ ସହ ସମ୍ପର୍କ କରି ନିଜ ପାଇଁ ଏକ ଅଲଟ୍ରା ରିଅଲେଷ୍ଟିକ୍ କୁକୁର କଷ୍ଟ୍ୟୁମ୍ ତିଆରେ କଲେ।

ଟୋକୋଙ୍କ ଇଚ୍ଛା ଅନୁଯାୟୀ ଜିପେଟ କୁକୁରର ପୋଷାକ ତିଆରି କଲା। ଏହାକୁ ପିନ୍ଧିବା ପରେ ସେ ଅବିକଳ କୁକୁର ପରି ଦେଖାଗଲେ। ଏହି ପୋଷାକରେ ଥିବା ବ୍ୟକ୍ତିଙ୍କୁ କେହି ଚିହ୍ନି ପାରିବେ ନାହିଁ। ସମସ୍ତେ ଭାବନ୍ତି ଏହା ପ୍ରକୃତରେ ଏକ କୁକୁର। ହେଲେ ଏପରି ଏକ ସୁନ୍ଦର ପୋଷାକ ତିଆରି କରିବା ଏତେ ସହଜ ନଥିଲା। ଜିପେଟ କମ୍ପାନୀ ଅନୁଯାୟୀ, ସେମାନେ ପୋଷାକ ତିଆରି କରିବା ପାଇଁ ସିନ୍ଥେଟିକ୍ ଫର୍ ବ୍ୟବହାର କରିଛନ୍ତି। ଏହି ସ୍ୱତନ୍ତ୍ର ପୋଷାକ ତିଆରି କରିବାକୁ କମ୍ପାନୀକୁ ୪୦ ଦିନ ସମୟ ଲାଗିଛି। ଏହି ପୋଷାକ ପାଇଁ କମ୍ପାନୀ ଟୋକୋଙ୍କ ଠାରୁ ୨ ମିଲିୟନ୍ ୟେନ୍ ଅର୍ଥାତ୍ ପ୍ରାୟ ୧୧ ଲକ୍ଷ ୬୩ ହଜାର ଟଙ୍କା ନେଇଛି।

ସମ୍ବନ୍ଧିତ ଖବର