ଘାତକ ସାଜୁଛି ଏଆଇ; ଭିଡିଓ କଲ୍ରେ ସମ୍ପର୍କିୟଙ୍କ ଅବିକଳ ମୁହଁ ଦେଖାଇ ଲୁଟିନେଉଛି ଟଙ୍କା

Image Courtesy: Forbes
ନୂଆଦିଲ୍ଲୀ,୨୪/୦୫: ଯେଉଁଠି ଜୀବନଶୈଳୀକୁ ଆରାମଦାୟକ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଉଛି, ସେଠି ଏଆଇ ସାଇବର ଠକେଇର କାମ ମଧ୍ୟ କରୁଛି। ଆଜିକାଲି ଠାକାମୀ କରିବାରେ ମଧ୍ୟ ଏଆଇର ବ୍ୟବହାର କରାଯାଉଛି। ନିକଟରେ ଚୀନ୍ରେ ଜଣେ ବ୍ୟକ୍ତିଙ୍କୁ ଏ ଆଇ କାରଣରୁ ୫ କୋଟି ଟଙ୍କା ହରାଇବାକୁ ପଡ଼ିଥିଲା।
ନିକଟରେ ଚାଇନାର ଜଣେ ବ୍ୟକ୍ତି ଏଆଇ ଠକେଇରେ ଫସି ରହି ପ୍ରାୟ ୫ କୋଟି ୧୫ ଲକ୍ଷ ଟଙ୍କା ହରାଇଥିବା ଖବର ଆସିଛି। ଏଆଇ କାରଣରୁ ଏକ ନକଲି ଭିଡିଓ କଲ କରାଯାଇଥିଲା। ରଏଟର୍ସର ଖବର ଅନୁଯାୟୀ ଚାଇନାରେ ଜଣେ ସ୍କାମର ଉନ୍ନତ ‘ଡିପ୍ଫେକ’ ଟେକ୍ନୋଲୋଜି ବ୍ୟବହାର କରି ଜଣେ ବ୍ୟକ୍ତିଙ୍କୁ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ କହି ପ୍ରଥମେ ବିଶ୍ୱାସ ଜନ୍ମାଇଥିଲେ। ସ୍କାମରମାନେ ଏଆଇ ପାଓ୍ବାର ସ୍ବେପିଙ୍ଗ୍ ଫେସ୍ ଟେକ୍ନୋଲୋଜି ବ୍ୟବହାର କରି ପୀଡିତଙ୍କ ଘନିଷ୍ଠ ବନ୍ଧୁ ଭାବରେ ରୁପ ଧାରଣ କରିଥିଲେ। ପୋଲିସ କହିଛି ଯେ, ଠକେଇ ପୀଡିତଙ୍କୁ ତାଙ୍କ ବନ୍ଧୁଙ୍କ ଫେସ୍ରେ ଏକ ଭିଡିଓ କଲ ମାଧ୍ୟମରେ ତାଙ୍କୁ ୪.୩ ନିୟୁତ ୟୁଆନ (ପ୍ରାୟ ୫ କୋଟି ଟଙ୍କା) ସ୍ଥାନାନ୍ତର କରିବାକୁ କହିଥିଲେ।
ପୀଡିତ ଏଆଇର ଭ୍ରମରେ ପଡ଼ି କିଛି ବି ଚିନ୍ତା ନକରି ଟଙ୍କା ସ୍କାମରଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ। ଏହି ସମସ୍ତ କାର୍ଯ୍ୟ କେବଳ ଏକ ଭିଡିଓ କଲ୍ ମାଧ୍ୟମରେ କରାଯାଇଥିଲା। ପୀଡିତ ଜଣକ ତାଙ୍କ ବନ୍ଧୁଙ୍କର ଏହି ଅର୍ଥର ଆବଶ୍ୟକତା ଥିବା ବିଶ୍ୱାସ କରି ଟଙ୍କା ସ୍ଥାନାନ୍ତର କରିଥିଲେ। ପୋଲିସ ଏହା ମଧ୍ୟ ପ୍ରକାଶ କରିଛି ଯେ, ଯେତେବେଳେ ପୀଡିତ ଏହା ଜାଣିଥିଲେ ସେତେବେଳେ ତାଙ୍କ ବନ୍ଧୁ ଟଙ୍କା ନେଇଥିବା ଓ କୌଣସି ଭିଡିଓ କଲ୍କୁ ନେଇ ଅସ୍ୱୀକାର କରିଥିଲେ।
ତାଙ୍କ ବନ୍ଧୁ ଟଙ୍କା ବିଷୟରେ କିମ୍ବା କୌଣସି ଭିଡିଓ କଲ୍ ବିଷୟରେ କିଛି ବି ସୂଚନା ଜାଣି ନଥିବା କହିଛନ୍ତି। ପୀଡିତ ତୁରନ୍ତ ପୋଲିସ ପାଖରେ ପହଞ୍ଚିଥିଲେ। ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ପୋଲିସ ଠକେଇର ଅଧିକାଂଶ ଅର୍ଥ ଜବତ କରିଥିବା ବେଳେ ଅବଶିଷ୍ଟ ଟଙ୍କା କେଉଁଠି ଅଛି ତାହା ଚିହ୍ନଟ ହୋଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ବରଂ ପୂର୍ବରୁ ଏଆଇକୁ ନେଇ ଠାକମୀ ହୋଇଥିବା ଅନେକ ନଜିର ରହିଛି।