PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ପତ୍ନୀଙ୍କ ସ୍ମୃତିରେ ତୋଳିଲେ ରାଧା-କୃଷ୍ଣ ମନ୍ଦିର, ସାମିଲ ହେବେ ୫୦ ହଜାର ଲୋକ

ନୂଆଦିଲ୍ଲୀ ୨୨/୫: ପ୍ରେମ ପାଇଁ ଲୋକମାନେ ଅନେକ କିଛି କରିଯାଇଛନ୍ତି । ଏମିତି ଅନେକ ଉଦାହରଣ ଇତିହାସ ପୃଷ୍ଠାରେ ଭରିରହିଛି । ଏହି ତାଲିକାରେ ଏବେ ମଧ୍ୟ ପ୍ରଦେଶର ଛତରପୁରର ଏକ ମାମଲା ଯୋଡି ହୋଇଯାଇଛି । ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସ୍ମୃତିରେ ରାଧା-କୃଷ୍ଣଙ୍କ ମନ୍ଦିର ନିର୍ମାଣ କରିଦେଇଛନ୍ତି । ଏହି ମନ୍ଦିରରେ ୫୦ ହଜାର ଲୋକଙ୍କୁ ଡକାଯାଇଛି ।

ଏହି ଘଟଣା ମଧ୍ୟ ପ୍ରଦେଶର ଛତରପୁର ଜିଲ୍ଲାର । ଏଠାରେ ଏକ ବିଦ୍ୟାଳୟରେ ପାଠ ପଢାଉଥିବା ବିପି ଚନ୍ଦସୌରିୟାଙ୍କ ପତ୍ନୀଙ୍କ ୩୦ ନଭେମ୍ବର ୨୦୧୬ରେ ମୃତ୍ୟୁ ହୋଇଯାଇଥିଲା । ଏହା ପରେ ସେ ଭାଙ୍ଗି ପଡିଥିଲେ । ପରେ ସେ ନିଜ ପତ୍ନୀଙ୍କ ସ୍ମୃତିରେ ଭଗବାନ ରାଧା-କୃଷ୍ଣଙ୍କ ଭବ୍ୟ ମନ୍ଦିର ତୋଳିବା ପାଇଁ ନିଷ୍ପତ୍ତି ନେଲେ । ଏବେ ଏହି ମନ୍ଦିରରେ ଭଗବାନ ରାଧା-କୃଷ୍ଣଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ବିଶାଳ ସମାରୋହର ଆୟୋଜନ କରାଯାଉଛି ।  

କୁହାଯାଉଛି କି ଏହି ସମୟରେ ୫୦ ହଜାର ଲୋକ ଏକାଠି ହେବେ । ମେ ୧୪ ୨୦୧୭ରେ ଏହି ମନ୍ଦିରର ଭୂମିପୂଜନ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ୬ ବର୍ଷ ପର୍ଯ୍ୟନ୍ତ ନିର୍ମାଣ ସମୟରେ ଦେଢ କୋଟି ଟଙ୍କା ଖର୍ଚ୍ଚ କରି ଏହି ମନ୍ଦିର ନିର୍ମାଣ କରାଯାଉଛି । ଏହା ସହିତ ରାଧା କୃଷ୍ଣ ମନ୍ଦିର ପରିସରରେ ଶ୍ରୀଗଣେଷ ମନ୍ଦିର, ଶ୍ରୀପର୍ଶୁରାମ ମନ୍ଦିରର ମଧ୍ୟ ନିର୍ମାଣ କରାଯାଇଛି ।

ଏହା ପରେ ଏବେ ୨୩ ଏପ୍ରିଲ  ୨୦୨୩ରୁ ୨୨ ମେ ୨୦୨୩ ପର୍ଯ୍ୟନ୍ତ ଅଖଣ୍ଡ କୀର୍ତ୍ତନର ଆୟୋଜନ ରଖାଯାଇଛି । ୨୩ ମେରୁ ୨୭ ମେ ସୁଦ୍ଧା ପ୍ରତିଦିନ ରାତି ୮ଟାରୁ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ଆୟୋଜନ ହେବ । ମେ ୨୫ରୁ ମେ ୨୯ ପର୍ଯ୍ୟନ୍ତ ପ୍ରାଣ ପ୍ରତିଷ୍ଠାନ ମହାଯଜ୍ଞ ଚାଲିବ ଏବଂ ମେ ୩୦ରେ ବିଶାଳ ଭଣ୍ଡାରର ଆୟୋଜନ କରାଯିବ । କୁହାଯାଉଛି ଏହି ପୁରା କାର୍ଯ୍ୟକ୍ରମରେ ୫୦ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି ।