ନୂଆଦିଲ୍ଲ,୦୧/୧୦:ଆଇଫୋନ ପାଇଁ ଡେଲଭରୀ ବୟଙ୍କୁ ହତ୍ୟା । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଚିନ୍ହଟରୁ ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ତେବେ ପରିବାର ପକ୍ଷରୁ ଥାନାରେ ଏକ ମାମଲା ରୁଜୁ ହେବା ପରେ ପୋଲିସ ଖୋଜାଖୋଜି କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ଏହି ହତ୍ୟାକାଣ୍ଡକୁ ସ୍ୱୀକାର କରିଛି। ଅଭିଯୁକ୍ତ ଡେଲିଭରି ବୟଙ୍କୁ ହତ୍ୟା ପରେ ଅନେକ ଖଣ୍ଡରେ କାଟି ତାଙ୍କ ଶରୀର ଖଣ୍ଡକୁ ଡେଲିଭରି ବ୍ୟାଗରେ ରଖି କେନାଲକୁ ଫିଙ୍ଗି ଦେଇଥିବା ନେଇ ସୂଚନା ଦେଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ।
ସୂଚନା ମୁତାବକ, ଗଜାନନ ନାମକ ଜଣେ ୨୧ ବର୍ଷୀୟ ଯୁବକ ଫ୍ଲିପକାର୍ଟରୁ ମୋବାଇଲ୍ ଫୋନ୍ କ୍ୟାସ ଅନ ଡେଲିଭରୀରେ ଅର୍ଡର କରିଥିଲେ । ଏନେଇ ଭରତ ନାମକ ଏକ ଡେଲିଭରି ବୟ ମୋବାଇଲ୍ ଡେଲିଭରି କରିବାକୁ ଗଜାନନଙ୍କ ଘରକୁ ଯାଇଥିଲା ପରେ ସେ ନିଖୋଜ ହୋଇଯାଇଥିଲେ। ଏନେଇ ପୋଲିସ କହିଛି ଯେ ମୋବାଇଲ ଡେଲିଭରି ପରେ ଗଜାନନ ତାଙ୍କ ସାଙ୍ଗଙ୍କ ସହ ଭରତଙ୍କୁ ହତ୍ୟା କରି ଶରୀରକୁ ଖଣ୍ଡ ଖଣ୍ଡ କରି ଡେଲିଭରି ବ୍ୟାଗରେ ରଖିଥିଲେ। ଏହା ପରେ ଡେଲିଭରି ବ୍ୟାଗକୁ ଇନ୍ଦିରା କେନାଲରେ ଫୋପାଡି ଦେଇଥିଲେ । ଅଭିଯୁକ୍ତ ଗଜାନନଙ୍କ ସୂଚନା ଅନୁଯାୟୀ ପୋଲିସ ଇନ୍ଦିରା କେନାଲର ସେହି ସ୍ଥାନରୁ ଖୋଜାଖୋଜି କରିଥିଲା ଯେଉଁଠାରେ ସେ ବ୍ୟାଗ ଫିଙ୍ଗିବାକୁ କହିଥିଲେ, କିନ୍ତୁ ମୃତକଙ୍କ ମୃତଦେହ ପୋଲିସ ଏପର୍ଯ୍ୟନ୍ତ ପାଇ ନାହିଁ।
ସେପଟେ ଏହି ଘଟଣାକୁ ନେଇ ଡେପୁଟି କମିଶନର୍ ପୋଲିସ୍ (ଡିସିପି) କହିଛନ୍ତି ଯେ, ୩୦ ବର୍ଷୀୟ ନିଖୋଜ ଥିବା ଡେଲିଭରି ବୟକୁ ଏକ ଟିମ୍ ଯାଞ୍ଚ କରି ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ଗଜାନନ ପ୍ରାୟ ୧.୫ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ସେପ୍ଟେମ୍ବର ୨୫ରେ ଲକ୍ଷ୍ନୌ ପୋଲିସ ଷ୍ଟେସନରେ ଏକ ନିଖୋଜ ମାମଲା ରୁଜୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମୃତଦେହ ଉଦ୍ଧାର ହୋଇନି ।