‘ମହାକାଶରେ ଫସିଛି’ କହି ମୁମ୍ବାଇ ପୋଲିସକୁ ସାହାଯ୍ୟ ମାଗିଲେ ବ୍ୟକ୍ତି, ଭାଇରାଲ୍ ହେଉଛି ଭିଡିଓ

msn
ମୁମ୍ବାଇ ୦୧/୦୨: ମୁମ୍ବାଇ ପୋଲିସକୁ ଜଣେ ବ୍ୟକ୍ତି କରିଥିବା ଟ୍ୱିଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ‘ମହାକାଶରେ ମୁଁ ଫସିଛି’ ବୋଲି ବ୍ୟକ୍ତି ଜଣକ ଟ୍ୱିଟ୍ କରିଥିବା ବେଳେ ମୁମ୍ବାଇ ପୋଲିସ ମଧ୍ୟ କୌତୁହଳପୂର୍ଣ୍ଣ ଜବାବ ରଖିଛି।

ସୂଚନା ଅନୁଯାୟୀ, ସୋମାବାର ଦିନ ମୁମ୍ବାଇ ପୋଲିସ ଏହାର ଟ୍ୱିଟର୍ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଥିଲା। ଏଥିରେ ଲେଖାଥିଲା, ଯଦି ଆପଣ କେବେ ବି କୌଣସି ବିପଦରେ ପଡୁଛନ୍ତି ତେବେ ଅପେକ୍ଷା ନକରି କେବଳ ୧୦୦ ନମ୍ବର ଡାଏଲ କରନ୍ତୁ। ଏଥିସହ ମୁମ୍ବାଇ ପୋଲିସ ହୈ ନା ହ୍ୟାସଟ୍ୟାଗ୍ ରହିଥିଲା। ଏହି ପୋଷ୍ଟ ପରେ ଜଣେ ବ୍ୟକ୍ତି ମଜାଳିଆ ଢଙ୍ଗରେ ପୋଲିସକୁ ସାହାଯ୍ୟ ମାଗିଥିଲେ।
This one is really not under our jurisdiction.
— मुंबई पोलीस – Mumbai Police (@MumbaiPolice) January 30, 2023
But we are glad that you trust us to the moon and back. 🙂 https://t.co/MLfDlpbCd8
ବ୍ୟକ୍ତି ଜଣକ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, ଯେ ସେ ମହାକାଶରେ ଫସିଯାଇଛନ୍ତି। ଜଣେ ମଣିଷ ଆକାଶରେ ଥିବାର ଏକ ଫଟୋ ସେ ଅପଲୋଡ୍ କରିଥିଲେ। ଉତ୍ତରରେ ମୁମ୍ବାଇ ପୋଲିସ କହିଥିଲା, ବାସ୍ତବରେ ଏହା ଆମ ଅଧିକାର କ୍ଷେତ୍ର ମଧ୍ୟରେ ଆସୁନାହିଁ। କିନ୍ତୁ ଆମେ ବହୁତ ଖୁସି ଯେ ଚନ୍ଦ୍ର ଯାଏ ଆମେ ପହଞ୍ଚିପାରିବୁ ବୋଲି ଲୋକେ ଭରସା କରୁଛନ୍ତି। ତେବେ ମୁମ୍ବାଇ ପୋଲିସର ଏହି ଟ୍ୱିଟ୍କୁ ୟୁଜର୍ସ ବେଶ୍ ପସନ୍ଦ କରୁଛନ୍ତି।